Mahesh Babu's mother passes away : ଇନ୍ଦିରା ଦେବୀଙ୍କ ପରଲୋକ, ଇନଷ୍ଟାରେ ମାଆଙ୍କ ପାଇଁ ଏମିତି କିଛି ଲେଖିଥିଲେ ମହେଶ ବାବୁ
Advertisement

Mahesh Babu's mother passes away : ଇନ୍ଦିରା ଦେବୀଙ୍କ ପରଲୋକ, ଇନଷ୍ଟାରେ ମାଆଙ୍କ ପାଇଁ ଏମିତି କିଛି ଲେଖିଥିଲେ ମହେଶ ବାବୁ

Mahesh Babu Mother Passes Away : ଆଉ ନାହାଁନ୍ତି ଟଲିଉଡ ସୁପରଷ୍ଚାର ମହେଶ ବାବୁଙ୍କ ମାଆ (Mahesh Babu's mother passes away) ଇନ୍ଦିରା ଦେବୀ । ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।  

ସୌଜନ୍ୟ : ସୋସିଆଲ ମିଡିଆ

Mahesh Babu Mother Passes Away : ଆଉ ନାହାଁନ୍ତି ଟଲିଉଡ ସୁପରଷ୍ଚାର ମହେଶ ବାବୁଙ୍କ ମାଆ (Mahesh Babu's mother passes away) ଇନ୍ଦିରା ଦେବୀ । ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।  ଦିର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଗତ କିଛି ଦିନ ତଳେ ସେ ଅସୁସ୍ଥ ଥିବାରୁ ତାଙ୍କୁ ହାଇଦ୍ରାବାଦର ଏକ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା।  ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି ।  ନିକଟରେ ମହେଶ ବାବୁଙ୍କ ବଡ ଭାଇ ରମେଶ ବାବୁଙ୍କ ଅସୁସ୍ଥତା ହେତୁ ଦେହାନ୍ତ ହୋଇଛି। ଏହି ଘଟଣା ପରେ ମହେଶ ବାବୁଙ୍କ ବାସଭବନରେ ପହଞ୍ଚିଛନ୍ତି କିଛି ସେଲିବ୍ରେଟି ଓ ପ୍ରଶଂସକ ।  ଇନ୍ଦିରା ଦେବୀଙ୍କ ବିୟୋଗରେ ମହେଶଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । 

ଇନ୍ଦିରା ଦେବୀ ଭେଟେରାନ ଅଭିନେତା କୃଷ୍ଣଙ୍କ ପତ୍ନୀ ଥିଲେ। ମହେଶ ବାବୁଙ୍କ ପରିବାରର ଏକ ବିବୃତ୍ତି ଅନୁଯାୟୀ, ଇନ୍ଦିରା ଦେବୀଙ୍କ ଅନ୍ତିମ ସଂସ୍କାର ମହାପ୍ରସ୍ତାନ୍ (Maha Prasthanam) ରେ ହେବ। ଇନ୍ଦିରାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ପଦ୍ମଳୟା ଷ୍ଟୁଡିଓ(Padmalaya Studios) ରେ ରଖାଯାଇଛି । ତେବେ, ଇନ୍ଦିରାଙ୍କ ଶେଷ ଦର୍ଶନ ପାଇଁ ପଦ୍ମାଳୟା ଷ୍ଟଡିଓରେ ମହେଶ ବାବୁଙ୍କ ପ୍ରଶଂସକଙ୍କ ଭିଡ ଜମୁଛି। ଏନେଇ ଅନେକ ସେଲିବ୍ରେଟି ମଧ୍ୟ ଟ୍ବିଟ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମବେଦନା ଜଣାଇଛନ୍ତି । 

ଏହାବି ପଢନ୍ତୁ : Lata Mangeshkar Birth Anniversary : ସୁର ସାମ୍ରାଜ୍ଞୀଙ୍କୁ ମନେପକାଉଛି ଦେଶ, ଜନ୍ମବାର୍ଷିକୀରେ ମୋଦି କଲେ କିଛି ଏମିତି ଟ୍ବିଟ୍

ଟ୍ୱିଟରରେ ଜଣେ ପ୍ରଶଂସକ ସମବେଦନା ଜଣାଇଛନ୍ତି, ସେ ଲେଖିଛନ୍ତି, "ରେଷ୍ଟ ଇନ୍ ପିସ୍ ଆମ୍ମା, ମହେଶ ବାବୁ ଭଗବାନ ତୁମକୁ ଏ ଦୁଃଖ ସହିବାକୁ ଧୌର୍ଯ୍ୟ ଦିଅନ୍ତୁ "  ।  ସେହିପରି ଆଉ ଜଣେ ପ୍ରଶଂସକ ନିଜର ଏକ ଟୁଇଟରେ ଲେଖିଛନ୍ତି ଯେ, "ଭଗବାନ ମହେଶ ବାବୁଙ୍କୁ ଏହି ସମୟରେ ଯଥେଷ୍ଟ ଶକ୍ତି ଦିଅନ୍ତୁ, ସବୁବେଳେ ଆପଣଙ୍କ ସହିତ ଆମେ ରହିବୁ ଭାଇ( ଆନ୍ନା)" ।  ଅନ୍ୟ ଜଣେ ବ୍ୟକ୍ତି ଟୁଇଟ୍ କରିଛନ୍ତି, "ଓମ୍ ଶାନ୍ତି ଇନ୍ଦିରା ଗାରୁ" । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, “ମା’ଙ୍କ ସ୍ଥାନ ଦୁନିଆରେ କେହି ନେଇ ପାରିବେ ନାହିଁ , ତାଙ୍କ ପ୍ରେମ ଅତୁଳନୀୟ । ମହେଶବାବୁଙ୍କ ମାଆଙ୍କ ନିଧନ ଶୁଣି ମୁଁ ମର୍ମାହତ । ଭଗବାନ ମହେଶ ବାବୁଙ୍କୁ ଏ ସମୟରେ ଅଧିକ ଧୌର୍ଯ୍ୟ ଦିଅନ୍ତୁ "। 

ଚଳିତ ବର୍ଷ ମେ ମାସରେ ମହେଶ ବାବୁ ନିଜ ଇନଷ୍ଟାଗ୍ରାମରେ ମା’ଙ୍କ ଫଟୋ ପୋଷ୍ଟ କରିଥିଲେ। ସେ ଫଟୋରେ  ଇନ୍ଦିରା, ତାଙ୍କ ପତ୍ନୀ ନମ୍ରତା ଶିରୋଦକର ଓ ତାଙ୍କ ସନ୍ତାନ ଥିବା ଦେଖିବାକୁ ମିଳିଥିଲା। ସେ ନିଜ ପୋଷ୍ଟରେ ଲେଖିଥିଲେ, ଯେ "ଏ ମୋର ମାଆ, ଯିଏକି ମୋର ଲାଇଫ ଲାଇନ୍ । ମାତୃ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା "।  ସେହିପରି ଗତ ବର୍ଷ ମାତୃ ଦିବସରେ ମହେଶ ବାବୁ ଇନ୍ଦିରାଙ୍କ ହାତ ଧରି ଥିବାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ ଲେଖିଥିଲେ,ଯ "ଜନ୍ମଦିନର ଶୁଭେଚ୍ଛା ଆମ୍ମା ସବୁବେଳେ ତୁମ ନିକଟରେ ମୁଁ କୃତଜ୍ଞ " ।