Bollywood News: ଆଲିଆ ଭଟ୍ଟଙ୍କ ସହ ଯାହା କରିଥିଲେ ଦୀପିକାଙ୍କ ସହ ତାହା କଲେ କରନ ଜୋହର...
Advertisement

Bollywood News: ଆଲିଆ ଭଟ୍ଟଙ୍କ ସହ ଯାହା କରିଥିଲେ ଦୀପିକାଙ୍କ ସହ ତାହା କଲେ କରନ ଜୋହର...

Bollywood News: ବଲିଉଡ ଡିମ୍ପଲ୍ ଗର୍ଲ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଗର୍ଭବତୀ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନଙ୍କ ଶୁଭେଚ୍ଛା ଦୀପିକାଙ୍କ ନିକଟକୁ ଛୁଟିବାରେ ଲାଗିଛି । ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଖୁବ ଶୀଘ୍ର ମାଆ, ବାପା ହେବାକୁ ଯାଉଛନ୍ତି। ତେଣୁ ଯଥାଶୀଘ୍ର ବିଚାରାଧୀନ କାର୍ଯ୍ୟ ଗୁଡିକୁ ଶେଷ କରିବାରେ ବ୍ୟସ୍ତ ଅଛନ୍ତି ଦୀପିକା । ଏହି ସମୟରେ କରଣ ଜୋହର ଦୀପିକାଙ୍କ ସହ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି ବୋଲି ସୂଚନା ମିଳିଛି ।

Bollywood News: ଆଲିଆ ଭଟ୍ଟଙ୍କ ସହ ଯାହା କରିଥିଲେ ଦୀପିକାଙ୍କ ସହ ତାହା କଲେ କରନ ଜୋହର...

Bollywood News: ଆପଣଙ୍କ ପ୍ରିୟ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଗର୍ଭଧାରଣ ଖବର ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି । ରଣଭୀର ସିଂ ଏବଂ ଦୀପିକା ପାଦୁକୋନ୍ ସେମାନଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ ପାଳନକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । କୁନି ଅତିଥିଙ୍କ ଆଗମନର ଖୁସି ଉଭୟଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । କିଛିଦିନ ତଳେ ଦୀପିକା-ରଣଭୀର ନିଜେ ଘୋଷଣା କରିଥିଲେ ଯେ, ସେମାନେ ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ଏହି ଖବର ଉଭୟଙ୍କ ପ୍ରଶଂସକମାନଙ୍କୁ ଖୁବ୍ ଖୁସି ଦେଇଛି । 

ଦୀପିକା ପାଦୁକୋନଙ୍କର ବର୍ତ୍ତମାନ ଅନେକ ଚଳଚ୍ଚିତ୍ର ସୁଟିଂ ହେବାରେ ବାକି ରହିଛି ଯାହାକୁ ଶ୍ରୀଘ୍ର ସେ ଶେଷ କରିବାରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଏହି ସମୟରେ ଖବର ମିଳିଛି ଯେ, ଦୀପିକାଙ୍କ ଗର୍ଭଧାରଣ କାରଣରୁ କରଣ ଜୋହରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ୍ ବିଳମ୍ବ ହୋଇଛି । ଦୀପିକାଙ୍କ ମାତୃତ୍ୱ ଛୁଟି ଶେଷ ହେବା ପରେ ଏହି ପ୍ରୋଜେକ୍ଟ କାମ ଆରମ୍ଭ ହେବ ବୋଲି ଜାତୀୟ ଗଣମାଧ୍ୟମ ଟିଭି ୯ ରିପୋର୍ଟ କରିଛି । ଏକ ରିପୋର୍ଟ ଅନୁଯାୟୀ, କରଣ ଜୋହର ଦୀପିକାଙ୍କ ସହ ଏକ ନୂଆ ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଫିଲ୍ମର କାହାଣୀଟିକୁ ଦୀପିକା ମଧ୍ୟ ଖୁବ୍ ପସନ୍ଦ କରିଥିଲେ।

ଖବର ଅନୁଯାୟୀ, ଦୀପିକା କରଣ ଜୋହରଙ୍କୁ କହିଛନ୍ତି ଯେ, ଏହି ଫିଲ୍ମଟିରେ ଅନ୍ୟ କାହାକୁ ନେବା ସହ ଆଗକୁ ବଢନ୍ତୁ । ସେ କହିଛନ୍ତି ଯେ, ମତେ ଅପେକ୍ଷା କରିବା ଉଚିତ୍ ନୁହେଁ । କିନ୍ତୁ ଏହା ମଧ୍ୟ ସୂଚନା ମିଳିଛି, କରଣ ଜୋହର ଦୀପିକାଙ୍କ ମାତୃତ୍ୱ ଛୁଟି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ବିରତି ପରେ ଦୀପିକାଙ୍କୁ ଏହି ପ୍ରୋଜେକ୍ଟରେ ଲିଡ୍ ରେ ସେ ରଖିବାକୁ ଚାହୁଁଛନ୍ତି । ସେପର୍ଯ୍ୟନ୍ତ କରଣ ତାଙ୍କର ଅନ୍ୟାନ୍ୟ ପ୍ରୋଜେକ୍ଟ ଗୁଡିକରେ ଆଗକୁ ବଢୁଛନ୍ତି । ତେବେ ଏହି ଖବର ସମ୍ପର୍କରେ ଏପର୍ଯ୍ୟନ୍ତ ଅଫିସିଆଲ୍ କୌଣସି ସୂଚନା ଦିଆଯାଇନାହିଁ ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଦୀପିକାଙ୍କ ପୂର୍ବରୁ କରଣ ଜୋହର ଆଲିଆ ଭଟ୍ଟଙ୍କ ଗର୍ଭବସ୍ଥା ସମୟରେ ମାତୃତ୍ୱ ଛୁଟି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। କରଣଙ୍କ ଫିଲ୍ମ 'ରକି ଅର ରାନୀ କି ପ୍ରେମ କାହାଣୀ' ସମୟରେ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଗର୍ଭବତୀ ହୋଇଥିଲେ। ୧୬୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ପ୍ରାୟ ୩୫୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ସୂଚନା ମିଳିଥିଲା । ଏହି ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସୁଟିଂ ସରିନଥିବା ସମୟରେ ଆଲିଆଙ୍କ ମାତୃତ୍ୱ ଛୁଟି ନେଇଥିଲେ । ଛୁଟି ଶେଷ ପରେ ପୁନର୍ବାର ନିଜକୁ ଫିଟ୍ କରିବା ପରେ ଆଲିଆ 'ରକି ଏବଂ ରାନୀଙ୍କ ପ୍ରେମ କାହାଣୀ' ସୁଟିଂ ଆରମ୍ଭ କରିଥିଲେ ।

Also Read- Surya Gochar 2024: ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ରହିବନି ଆର୍ଥିକ ସଙ୍କଟ

Also Read- Ketu Nakshatra Gochar 2024: କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିର ଫିଟିବ ଭାଗ୍ୟ