ED Raid Update: ଆଜିବି ପ୍ରମିଳାଙ୍କ ଭାଇ ଘରେ ED-ର ରେଡ୍‌, ୨୩୧ କୋଟି ଟଙ୍କା ଠକେଇରେ ରହିଛି କି ବିଜେଡି ନେତ୍ରୀଙ୍କ ସମ୍ପୃକ୍ତି ?
Advertisement
Article Detail0/zeeodisha/odisha2565122

ED Raid Update: ଆଜିବି ପ୍ରମିଳାଙ୍କ ଭାଇ ଘରେ ED-ର ରେଡ୍‌, ୨୩୧ କୋଟି ଟଙ୍କା ଠକେଇରେ ରହିଛି କି ବିଜେଡି ନେତ୍ରୀଙ୍କ ସମ୍ପୃକ୍ତି ?

ED Raid Update: ପୁଣି ଚର୍ଚ୍ଚାରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ। ଆଜିବି ତାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ ଜାରି ରହିଛି।  ୨୩୧ କୋଟି ଠକେଇ ଅଭିଯୋଗରେ ସମ୍ବଲପୁରର ଦାନିପାଲିରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 

ED Raid Update: ଆଜିବି ପ୍ରମିଳାଙ୍କ ଭାଇ ଘରେ ED-ର ରେଡ୍‌, ୨୩୧ କୋଟି ଟଙ୍କା ଠକେଇରେ ରହିଛି କି ବିଜେଡି ନେତ୍ରୀଙ୍କ ସମ୍ପୃକ୍ତି ?

ED Raid Update: ପୁଣି ଚର୍ଚ୍ଚାରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ। ଆଜିବି ତାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ ଜାରି ରହିଛି।  ୨୩୧ କୋଟି ଠକେଇ ଅଭିଯୋଗରେ  ସମ୍ବଲପୁରର ଦାନିପାଲିରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତେବେ, ଇଡ଼ିର ଏହି ରେଡ୍ ରେ ଭୟରେ ଆତଙ୍କିତ ଅଛନ୍ତି କି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ। ଭାଇଙ୍କ ଠକେଇ ମାମଲାରେ ଛନ୍ଦି ହୋଇଯିବେ କି ପ୍ରମିଳା ମଲ୍ଲିକ ? ତେବେ, ଏନେଇ ପ୍ରମିଳାଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ। 

ALSO READ: Gold Rate Today: ଚତୁର୍ଥ ଦିନରେ ସୁନା ଦରରେ ହ୍ରାସ, ଆଜି ଭରି ପିଛା ଏତେ ଟଙ୍କା କମିଲା ରେଟ୍

ALSO READ: Shani Gochar Sanyog 2025: ସୂର୍ଯ୍ୟ ପରାଗରେ ଶନିଙ୍କ ଶୁଭଚଳନ, ଆରମ୍ଭ ହେବ ଭଲ ସମୟ, ଟଙ୍କାରେ ୫ ରାଶିଙ୍କ ଆକାଉଣ୍ଟ ହେବ ଫୁଲ୍

ସୂଚନା ଅନୁସାରେ, ଗତକାଲି( ବୁଧବାର) ଦିନ  ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ରେଡ୍ ମାରିଥିଲା । ୨୩୧ କୋଟି ଠକେଇ ଅଭିଯୋଗରେ ଏହି ରେଡ୍ ହୋଇଥିବା ଜଣାପଡିଛି। ବିଶେଷକରି,  ସମ୍ବଲପୁରର ୩ ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଚଢାଉ ହୋଇଥିଲା। ତେବେ,ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲା। ଏନେଇ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ବ ଏନଜିଓର ପ୍ରତିଷ୍ଠାତା ଏବଂ ବିଶ୍ବ ଦରବାର ଯାତ୍ରାର ମାଲିକ ହେଉଛନ୍ତି ମୃତ କ୍ଷୀରୋଦ ମଲ୍ଲିକ। ସେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନଥିବା କୁହାଯାଉଛି।