Kisi Ka Bhai Kisi Ki Jaan : ଡପ୍ପର୍ ଲୁକରେ ନଜର ଆସିଲେ ସଲମାନ୍,ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍
Advertisement
Article Detail0/zeeodisha/odisha1385609

Kisi Ka Bhai Kisi Ki Jaan : ଡପ୍ପର୍ ଲୁକରେ ନଜର ଆସିଲେ ସଲମାନ୍,ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍

Kisi Ka Bhai Kisi Ki Jaan : ଦବଙ୍ଗ ଅଭିନେତା ସଲମାନ ଖାନ୍ (Salman Khan) । ତାଙ୍କ ଆଗାମୀ ଫିଲ୍ମ 'କିସିକା ଭାଇ କିସିକା ଜାନ୍' (Kisi Ka Bhai Kisi Ki Jaan) ର ସୁଟିଂରେ ବ୍ୟସ୍ତ ଅଛନ୍ତି ସଲମାନ୍ ।  ଫିଲ୍ମର ଫାଷ୍ଟ ଲୁକ୍ ସେ ନିଜ ଇନଷ୍ଟାରେ ସେୟାର କରିଛନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆ

Kisi Ka Bhai Kisi Ki Jaan : ଦବଙ୍ଗ ଅଭିନେତା ସଲମାନ ଖାନ୍ (Salman Khan) । ତାଙ୍କ ଆଗାମୀ ଫିଲ୍ମ 'କିସିକା ଭାଇ କିସିକା ଜାନ୍' (Kisi Ka Bhai Kisi Ki Jaan) ର ସୁଟିଂରେ ବ୍ୟସ୍ତ ଅଛନ୍ତି ସଲମାନ୍ ।  ଫିଲ୍ମର ଫାଷ୍ଟ ଲୁକ୍ ସେ ନିଜ ଇନଷ୍ଟାରେ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି  "ଫର୍ ଏ ରେନି ଡେ' ...." ।  ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି । ଫଟୋରେ ଦେଖିବାକୁ ମିଳିଛି ଯେ, ସଲମାଲ ଏକ ରେଡ୍ କଲର ଚେୟାରେ ବସିଛନ୍ତି । ଆଉ ଏକ ହ୍ବାଇର୍ଟ କଲର ଫର୍ମାଲ ଡ୍ରେସ ପିନ୍ଧିଛନ୍ତି ।  ଏବଂ ଏକ ବ୍ଲାକ କର୍ଲର ଟାଏ ନିଜ କାନ୍ଧରେ ପକାଇଛନ୍ତି ।ସେହି ଫଟୋରେ ସେ ଖୁବ ହ୍ୟାଣ୍ତସମ୍ ଲାଗୁଛନ୍ତି।  ସେହିପରି ଆଉ ଏକ ଫଟୋରେ ସେ ବ୍ଲାର୍କ କର୍ଲର ବ୍ଲେଜର ପିନ୍ଧିଥିବା ବେଳେ ସ୍ମାଇଲ୍ ଦେଇଛନ୍ତି । 

ସଲମାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସଲାମାନଙ୍କ ଏ ଫଟୋରେ ଜଣେ ଫ୍ୟାନ୍ସ ଲେଖିଛନ୍ତି ଯେ, ଯେ ତୁମେ "ସବୁଠାରୁ ବଡ ମେଗା ଷ୍ଟାର"। ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି, " ସବକି ଜାନ୍ ଭାଇଜାନ ସଲମାନ୍ ଖାନ୍" । 'କିସିକା ଭାଇ କିସି କି ଜାନ' ଫିଲ୍ମଟିର ନିର୍ଦ୍ଦେଶକ ହେଉଛନ୍ତି ଫରହାଦ୍ ସାମଜୀ ଓ ପ୍ରଯୋଜନା ଦାୟିତ୍ବରେ ସଲମାନ୍ ଖାନ୍ ରହିଛନ୍ତି । ଫିଲ୍ମର ଲିଡ ରୋଲରେ ନଜର ଆସିବେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ,ପୂଜା ହେଗଡେ ଓ ଭେଙ୍କଟେଶଙ୍କୁ  ଦେଖିବାକୁ ମିଳିବ । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'ଗଡ୍‌ ଫାଦର' ରିଲିଜ ହୋଇଛି। ଫିଲ୍ମ 'ଗଡ୍‌ ଫାଦର' ଅକ୍ଟୋବର ୨ରେ ମୁକ୍ତିଲାଭ କରିଛି। ସଲମାନ ଖାନଙ୍କୁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସହ ଦେଖିବାକୁ ମିଳିଛି ।  ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ୟ କରୁଛି । ଏନେଇ ସଲମାନ ଖାନ୍ ଦକ୍ଷିଣ ଅଭିନେତା ଚିରଞ୍ଜୀବୀଙ୍କୁ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଗଡ୍‌ ଫାଦର' ପାଇଁ ଶୁଭକାମନା ଜଣାଇଛନ୍ତି । 

ଏହାବି ପଢନ୍ତୁ  : Javed Akhtar : ମିସେଲ ଓବାମାଙ୍କୁ କାହିଁକି ଟ୍ବିଟ୍ କଲେ ଜାଭେଦ ଅଖତର ?

ଯଦି ଆମେ ସଲମାନଙ୍କ କାମର କଥା କହିବା ,ବର୍ତ୍ତମାନ ସଲମାନ ଖାନ୍ ଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି।   କିସିକା ଭାଇ କିସିକି ଜାନ୍ ବ୍ୟତିତ ଟାଇଗର ଜିନ୍ଦା ହେ ଫିଲ୍ମରେ ନଜର ଆସିବେ ସଲମାନ୍ । କିସିକା ଭାଇ କିସିକା ଜାନ୍  ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୩୦ ତାରିଖରେ ପରଦାକୁ ଆସିବ । ନୂଆବର୍ଷ ଅବସରରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ବକ୍ସ ଅଫିସରେ ଭଲ ରୋଜଗାର କରିବ ବୋଲି ଆଶା ରଖିଛି ଫିଲ୍ମର ପୁରାଷ୍ଟାରକାଷ୍ଟ । ସେହିପରି ଟାଇଗର ଜିନ୍ଦା ହେ ୩ ଫିଲ୍ମଟି  ଆସନ୍ତା ବର୍ଷ ଏପ୍ରିଲ ୨୧ରେ  ପରଦାକୁ ଆସିବ । ଯେଉଁଥିରେ ସଲୁମିଆଁ କ୍ୟାଟ୍ରିନାଙ୍କ ସହ ନଜର ଆସିବେ । ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ହିଟ୍ କରିବ । କେବଳ ସେତିକି ନୁହେଁ, ନୋ ଏଣ୍ଚ୍ରି ମେନ ଏଣ୍ଚ୍ରି , କିକ୍ ୨ରେ ମଧ୍ୟ ତାଙ୍କ ଫିଲ୍ମ ପରଦାକୁ ଆସୁଛି ।