Kangana Ranaut : ଆଗକୁ ଆସୁଛି କଣ୍ଟ୍ରୋଭର୍ସି କୁଇନଙ୍କ ବଡ ବଜେଟ ଫିଲ୍ମ, ଲିଡ୍ ରୋଲରେ ଆସିବେ ନଜର !
Advertisement
Article Detail0/zeeodisha/odisha1403397

Kangana Ranaut : ଆଗକୁ ଆସୁଛି କଣ୍ଟ୍ରୋଭର୍ସି କୁଇନଙ୍କ ବଡ ବଜେଟ ଫିଲ୍ମ, ଲିଡ୍ ରୋଲରେ ଆସିବେ ନଜର !

Kangana Ranaut : କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତ (Kangana Ranaut) । ବିଭିନ୍ନ ପ୍ରସଙ୍ଗ ଉପରେ ସ୍ବର ଉଠାଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେ ଇନ୍ଦିରା ଗାନ୍ଧିଙ୍କ ବାୟୋପିକ୍‌ ‘ଏମର୍ଜେନ୍ସି’( Emergency Movie ) ମୁଭିର ସୁଟିଂ ଶେଷ କରିଛନ୍ତି ।

Kangana Ranaut : ଆଗକୁ ଆସୁଛି କଣ୍ଟ୍ରୋଭର୍ସି କୁଇନଙ୍କ ବଡ ବଜେଟ ଫିଲ୍ମ, ଲିଡ୍ ରୋଲରେ ଆସିବେ ନଜର !

Kangana Ranaut : କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତ (Kangana Ranaut) । ବିଭିନ୍ନ ପ୍ରସଙ୍ଗ ଉପରେ ସ୍ବର ଉଠାଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେ  ଇନ୍ଦିରା ଗାନ୍ଧିଙ୍କ  ବାୟୋପିକ୍‌ ‘ଏମର୍ଜେନ୍ସି’( Emergency Movie ) ମୁଭିର ସୁଟିଂ ଶେଷ କରିଛନ୍ତି । ଆସନ୍ତା ବର୍ଷ ଫିଲ୍ମଟି ରିଲିଜ୍ ହେବ । ହେଲେ  ରିଲିଜ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନି । କିନ୍ତୁ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । କଙ୍ଗନା ଆଉ ଏକ ବଡ଼ ପ୍ରୋଜେକ୍ଟ ପାଇଁ ଘୋଷଣା କରିଛନ୍ତି । ବଙ୍ଗଳା ଥିଏଟର ସୁପର୍‌ଷ୍ଟାର୍ ନାଟି ବିନୋଦିନୀ(Popular Bengali theatre actor Nati Binodini)ଙ୍କ ବାୟୋପିକ୍‌ ସେ ସାଇନ୍‌ କରିଛନ୍ତି । ସେ ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ବୋଲି ଏବେଠୁ ଚର୍ଚ୍ଚା ହେଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବେ ‘ପରିଣୀତି’ ଫେମ୍‌ ପ୍ରଦୀପ  ସରକାର । ଫିଲ୍ମର କାହାଣୀ ଲେଖିଛନ୍ତି ପ୍ରକାଶ କାପାଡ଼ିଆ । 

ବିନୋଦିନୀ କିଏ ?

ବିନୋଦିନୀ ଜଣେ କଳାକାର ,ଯିଏକି ୧୮୬୨ ମସିହାରେ ରେଡ ଲାଇଟ ଏରିଆର ଜନ୍ମ ହୋଇଥିଲେ । ମାତ୍ର ୧୨ ବର୍ଷ ବୟସରେ ସେ ତାଙ୍କ କଳାକାର ଜୀବନ ଆରମ୍ଭ କରିଥିଲେ । ପ୍ରଥମ ଥର ସେ ଗିରିଶ ଚନ୍ଦ୍ର ଘୋଷଙ୍କ ଜାତୀୟ ଥିଏଟର କମ୍ପାନୀ (National Theater Company of Girish Chandra Ghosh) ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ। ଘୋଷଙ୍କୁ ସୁବର୍ଣ୍ଣ ବଙ୍ଗୀୟ ନାଟ୍ୟ ଯୁଗର ଦ୍ରଷ୍ଟା ବୋଲି କୁହାଯାଏ ।  ବିନୋଦିନୀ ଜଣେ ଭଲ ଅଭିନେତ୍ରୀ ଥିଲେ । ତାଙ୍କର କଳା ହିଁ ତାଙ୍କର ପରିଚୟ ଥିଲା। 
ତାଙ୍କର କେତେକ ପ୍ରତୀକାତ୍ମକ ମଞ୍ଚ ପ୍ରଦର୍ଶନରେ ବିବା ବିବ୍ରାଟ, ଆଗୋମୋନି, ଦୁର୍ଗେଶାନନ୍ଦିନୀ, ବୁଦ୍ଧଦେବ, ଏବଂ ପାଲାଶିର ଜୁଡା ଅନ୍ତର୍ଭୁକ୍ତ ।  ଯେଉଁଥିରେ ଯୁବ କଳାକାର ବିଭିନ୍ନ ଚରିତ୍ରକୁ ଅତି ସହଜରେ ଲେଖିଥିଲେ  । ସେ ଚୈତନ୍ୟ ଲୀଲା ନାଟକରେ ବୈଷ୍ଣବ ସାଧୁ ଚୈତନ୍ୟ ମହାପ୍ରଭୁ(Vaishnava saint Chaitanya Mahaprabhu) ଙ୍କ ଭୂମିକାରେ ଅଭିନୟ କରିବା ପରେ ସେ ୧୮୮୪ ମସିହାରେ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ହୋଇଥିଲେ। ୧୯୪୧ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। 

 

ଏହାବି ପଢନ୍ତୁ : Sherlyn Chopra Vs Sajid Khan : ଗିରଫ ହୋଇ ପାରନ୍ତି ସାଜିଦ୍ ଖାନ, ଏତଲା ପରେ ସେର୍ଲିନ କଲେ ବଡ ଖୁଲାସା

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବଲିଉଡକୁ ଦେଇଛନ୍ତି ଅନେକ ଗୁଡିଏ ହିଟ୍ ମୁଭି । ୨୦୧୯ ଜାନୁଆରୀ ୨୫ରେ ରିଲିଜ ହୋଇଥିଲା କଙ୍ଗନାଙ୍କ ଅଭିନୀତ ଫିଲ୍ମ 'ମଣିକର୍ଣ୍ଣିକା' । ଯେଉଁଥିରେ ସେ ରାଣୀ ଲକ୍ଷ୍ମୀବାଇ ଭୂମିକାରେ ନଜର ଆସିଥିଲେ। ଏହା ଏକ ପୌରାଣିକ ଡ୍ରାମା ଆଧାରିତ ଫିଲ୍ମ ଥିଲା।  ଫିଲ୍ମରେ କଙ୍ଗନାଙ୍କ ବ୍ୟତିତ ମହମ୍ମଦ ଜିସାନ୍ ,ଆୟୁବ ଓ ଅଙ୍କିତା ଲୋଖାଣ୍ତେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।  ଯାହା ବକ୍ସ ଅଫିସରେ ହିଟ ହୋଇଥିଲା। ସେହିପରି ୨୦୨୧ରେ ହିଟ୍‌ ଫିଲ୍ମ ‘ଥଲାଇବି’  (Thalaivi) ମଧ୍ୟ ଭଲ ରୋଜଗାର କରିଥିଲା।  ଏ ଫିଲ୍ମଟି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଜୀବନ ଉପରେ ଆଧାରିତ ଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ କଙ୍ଗନା । କଙ୍ଗନା ଏ ଫିଲ୍ମର  ଜୟଲଳିତାଙ୍କ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟିକୁ ଦର୍ଶକଙ୍କ କାଫି ଭଲ ରେସପନ୍ସ ମିଳିଥିଲା । ମୁଭିଟି ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରିଥିଲା।