ସାମ୍ନାକୁ ଆସିଲା ୟଶଙ୍କ ପରବର୍ତ୍ତୀ ଫିଲ୍ମର ଟାଇଟଲ୍, ଏହି ଅଭିନେତ୍ରୀଙ୍କ ସହ ନଜର ଆସିବେ ଅଭିନେତା
Advertisement

ସାମ୍ନାକୁ ଆସିଲା ୟଶଙ୍କ ପରବର୍ତ୍ତୀ ଫିଲ୍ମର ଟାଇଟଲ୍, ଏହି ଅଭିନେତ୍ରୀଙ୍କ ସହ ନଜର ଆସିବେ ଅଭିନେତା

Toxic 2023: ସାଉଥ ସୁପରଷ୍ଟାର ତଥା ଅଭିନେତା ୟଶଙ୍କ (South Super Star Yash) ଫ୍ୟାନ୍ସଙ୍କ ପାଇଁ ଆସିଛି ବଡ଼ ଖବର । କେଜିଏଫ୍ (KGF) ଷ୍ଟାର ନିଜର ପରବର୍ତ୍ତୀ ଫିଲ୍ମ ଘୋଷଣା କରିଛନ୍ତି। ଯେତେବେଳେ ୟଶ ନିଜର ପରବର୍ତ୍ତୀ ଫଲ୍ମର ଟାଇଟଲ୍ ଘୋଷଣା ନେଇ ଖବର ସାମ୍ନାକୁ ଆସିଥିଲା ସେତେବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସୌ(ସୋସିଆଲ ମିଡିଆ)

Toxic Movie 2023: ସାଉଥ ସୁପରଷ୍ଟାର ତଥା ଅଭିନେତା ୟଶଙ୍କ (South Super Star Yash) ଫ୍ୟାନ୍ସଙ୍କ ପାଇଁ ଆସିଛି ବଡ଼ ଖବର । କେଜିଏଫ୍ (KGF) ଷ୍ଟାର ନିଜର ପରବର୍ତ୍ତୀ ଫିଲ୍ମ ଘୋଷଣା କରିଛନ୍ତି। ଯେତେବେଳେ ୟଶ ନିଜର ପରବର୍ତ୍ତୀ ଫଲ୍ମର ଟାଇଟଲ୍ ଘୋଷଣା ନେଇ ଖବର ସାମ୍ନାକୁ ଆସିଥିଲା ସେତେବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । # YAsh19 ସବୁଆଡେ ଟ୍ରେଣ୍ଡ କରିବାକୁ ଲାଗିଥିଲା । ତେବେ ପ୍ରଶଂସକଙ୍କ ଉତ୍ସାହ ବଢାଇବା ନେଇ ନିର୍ମାତାମାନେ ଶୁକ୍ରବାର ୟଶଙ୍କ ଆଗାମୀ ଚଳଚ୍ଚିତ୍ରର ଟାଇଟଲ୍ ଘୋଷଣା କରିଛନ୍ତି ।

ରିଲିଜ ହେଲା ଟାଇଟଲ୍

ସୋସିଆଲ ମିଡିଆରେ ଏକ ଚମତ୍କାର ଢଙ୍ଗରେ ଏହି ଫିଲ୍ମର ଟାଇଟଲକୁ ରିଲିଜ କରାଯାଇଛି । ମେକର୍ସମାନେ ଏକ ଆକର୍ଷଣୀୟ ଟିଜର ରିଲିଜ୍ କରି ଫିଲ୍ମର ଟାଇଟଲ୍ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରର ନାଁ ରହିଛି ‘ଟକ୍ସିକ୍’ । ଏହି ଟିଜର ଭିଡିଓରେ ୟଶଙ୍କ ଚମତ୍କାର ଲୁକ୍ ମଧ୍ୟ ଦେଖିବାକୁ ମିଳିଛି ।  ଫିଲ୍ମର ଟାଇଟଲ୍ ଶୁଣିବା ପରେ ପ୍ରଶଂସକଙ୍କ ମଧ୍ଯରେ ଏକ୍ସସାଇଟମେଣ୍ଟ ବଢିବାରେ ଲାଗିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଜିତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

 

 
 
 
 

 
 
 
 
 
 
 
 
 
 
 

A post shared by Yash (@thenameisyash)

 

ଅଭିନେତ୍ରୀ କିଏ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟଶଙ୍କ ଏହି ଫିଲ୍ମ ୨୦୨୫ ଏପ୍ରିଲ ୧୦ରେ ରିଲିଜ ହେବ । କେଭିଏନ୍ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସାଇ ପାଲ୍ଲବୀ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଇନଷ୍ଟାଗ୍ରାମରେ ଏହି ଟାଇଟଲ୍ ଘୋଷଣାର ଭିଡିଓ ସେୟାର କରି, ୟଶ କ୍ୟାପସନ୍ ରେ ଲେଖିଛନ୍ତି, 'ତୁମେ ଯାହା ଖୋଜୁଛ ତାହା ତୁମକୁ ଖୋଜୁଛି' - ରୁମି ବୟସ୍କମାନଙ୍କ ପାଇଁ ଏକ କାହାଣୀ ହ୍ୟାସଟ୍ୟାଗ୍ TOXIC। ' ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଏହା ଟ୍ରେଣ୍ଡ କରିବାରେ ଲାଗିଛି । ୟଶଙ୍କ ଫିଲ୍ମର ଟାଇଟଲ୍ ରିଲିଜ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି କେଜିଏଫ୍ ଫ୍ରାଞ୍ଚାଇଜ୍ ପରି ଏକ ବ୍ଲକବଷ୍ଟର ହେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

​Also Read-Pushpa Film: ଜୀବନ ହାରିଲେ ମହିଳା କଳାକାର, ପୁଷ୍ପା ଫିଲ୍ମର ଅଭିନେତା ଗିରଫ