Parineeti-Raghav Wedding: ପଡ଼ିଲା ହାତଗଣ୍ଠି, ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ବିବାହ ଫଟୋ
Advertisement
Article Detail0/zeeodisha/odisha1886158

Parineeti-Raghav Wedding: ପଡ଼ିଲା ହାତଗଣ୍ଠି, ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ବିବାହ ଫଟୋ

Parineeti-Raghav Wedding: ରବିବାର ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟଙ୍କ ପରିବାର ସହ ବହୁ ରାଜନେତା ଓ ବଲିଉଡ଼ ସେଲିବ୍ରେଟି ଯୋଗ ଦେଇଥିଲେ ।

ସୌ(ସୋସିଆଲ ମିଡିଆ)

Parineeti-Raghav Wedding: ପଡ଼ିଲା ଅଭିନେତ୍ରୀ ପରିଣୀତି ଚେପ୍ରା ଓ ସାଂସଦ ରାଘବ ଚଡ଼୍ଡାଙ୍କ ହାତଗଣ୍ଠି (Parineeti-Raghav Wedding) । ରବିବାର ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ (Udaipur Leela Palace) ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟଙ୍କ ପରିବାର ସହ ବହୁ ରାଜନେତା ଓ ବଲିଉଡ଼ ସେଲିବ୍ରେଟି ଯୋଗ ଦେଇଥିଲେ ।

ସୂଚନା ଅନୁଯାୟୀ,  ସରିଲା ପରିଣୀତି ଚେପ୍ରା ଓ ସାଂସଦ ରାଘବ ଚଡ଼୍ଡାଙ୍କ ବାହାଘର (Parineeti Raghav marriage) । ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କୁ ଜୀବନସାଥୀ କଲେ ଅଭିନେତ୍ରୀ ଓ ସାଂସଦ । ପରିବାର ସଦସ୍ୟ ଓ ଖାସ୍ ବନ୍ଧୁଙ୍କ ଉପସ୍ଥିତିରେ ଯଥା ରୀତି ଏହି ବାହାଘର ସଂପର୍ଣ୍ଣ ହୋଇଛି । ଏଥିରେ ବହୁ ରାଜନେତା ଯଥା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind kejriwal) ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ (Bhagwat Man singh) ଓ ବଲିଉଡ଼ ଷ୍ଟାର ଯୋଗ ଦେଇଥିଲେ ।

 

 

ସାମ୍ନାକୁ ଆସିଲା ବିବାହ ଫଟୋ

ନିର୍ବନ୍ଧ ପୂର୍ବରୁ ଓ ପରେ ବେଶ ଚର୍ଚ୍ଚାରେ ରହିଥିଲେ ପରିଣୀତି ଓ ରାଘବ (Parineeti Chopra-Raghav Chaddha) । ଉଭୟଙ୍କ ବିବାହକୁ ପ୍ରସଂଶକ ଅପେକ୍ଷା କରିଥିବା ବେଳେ ଏହି ଦମ୍ପତିଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଫଟୋରେ ପରିଣୀତି ଏକ ଗୋଲାପୀ ରଙ୍ଗର ଶାଢୀ ସହ ମଥାରେ ସିନ୍ଦୂର ଲଗାଇ ବେଶ ସୁନ୍ଦର ଦେଖାଯାଉଛନ୍ତି, ଅନ୍ୟପଟେ ରାଘବଙ୍କୁ ଏକ କଳା ଧଳା ସୁଟରେ ପିନ୍ଧିଥିବା ଦେଖିବାକୁ ମିଳିଛି ।

 

ସେପ୍ଟେମ୍ବର ୨୩ରୁ ଏହି ବିବାହ ରୀତିନୀତି ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୨୪ ଅର୍ଥାତ୍ ରବିବାର ଦିନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଘବ ଚଡ଼୍ଡା ଅପରାହ୍ନ ପ୍ରାୟ ୩ଟା ୧୫ରେ ଲୀଲା ପ୍ୟାଲେସରେ ପହଁଞ୍ଚିବା ପରେ ସେଠାରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିବାହ ପରେ ଏହିଠାରେ ହେବ ରିସେପ୍ସନ୍ ପାର୍ଟି 

ବିବାହ ପରେ ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ ତାରିଖରେ ରିସେପ୍ସନ୍ ପାର୍ଟି  ଦେବେ । ଏନେଇ ଛପା ଯାଇଥିବା ଏକ ନିମନ୍ତ୍ରଣ ପତ୍ର ନିକଟରେ ବେଶ ଭାଇରାଲ ହୋଇଥିଲା । ଏଥିରେ ଚଣ୍ଡିଗଡ଼ ତାଜ ହୋଟେଲରେ (Chandigarh Taj Hotel) ରାଘବ-ପରିଣୀତିଙ୍କ ରିସେପ୍ସନ୍ ପାର୍ଟି ହେବ ବୋଲି ଉଲ୍ଲେଖ କରାଯାଉଛି ।

Also Read-Katrina Kaif: ମାଆ ହେବେ କ୍ୟାଟ୍ରିନା !ଖବରକୁ ନେଇ ଚର୍ଚ୍ଚା..