Parineeti-Raghav Wedding: ଦୁଇଟି ସ୍ଥାନରେ ରିସେପ୍ସନ୍ ପାର୍ଟି ଦେବେ ପରିଣୀତି ଓ ରାଘବ, ଜାଣନ୍ତୁ କାହିଁକି...
Advertisement
Article Detail0/zeeodisha/odisha1888148

Parineeti-Raghav Wedding: ଦୁଇଟି ସ୍ଥାନରେ ରିସେପ୍ସନ୍ ପାର୍ଟି ଦେବେ ପରିଣୀତି ଓ ରାଘବ, ଜାଣନ୍ତୁ କାହିଁକି...

Parineeti-Raghav Wedding: ରବିବାର ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ (Udaipur Leela Palace) ଏହି ଷ୍ଟାର ଦମ୍ପତ୍ତିଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଏଥିରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ ବହୁ ରାଜନେତା ଓ ବଲିଉଡ଼ ସେଲିବ୍ରେଟି ଯୋଗ ଦେଇଥିଲେ ।

ସୌ(ସୋସିଆଲ ମିଡିଆ)

Parineeti-Raghav Wedding: ସରିଛି ଅଭିନେତ୍ରୀ ପରିଣୀତି ଚେପ୍ରା ଓ ସାଂସଦ ରାଘବ ଚଡ଼୍ଡାଙ୍କ ବିବାହ (Parineeti-Raghav Wedding) । ରବିବାର ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ (Udaipur Leela Palace) ଏହି ଷ୍ଟାର ଦମ୍ପତ୍ତିଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଏଥିରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ ବହୁ ରାଜନେତା ଓ ବଲିଉଡ଼ ସେଲିବ୍ରେଟି ଯୋଗ ଦେଇଥିଲେ ।

ସୂଚନା ଅନୁଯାୟୀ, ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କୁ ଜୀବନସାଥୀ କରିଛନ୍ତି ପରିଣୀତି ଓ ରାଘବ । ପରିବାର ସଦସ୍ୟ ଓ କିଛି ଖାସ୍ ବନ୍ଧୁଙ୍କ ଉପସ୍ଥିତିରେ ଯଥା ରୀତି ଏହି ବାହାଘର ସଂପର୍ଣ୍ଣ ହୋଇଛି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind kejriwal) ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ (Bhagwat Man singh) ଓ ବଲିଉଡ଼ ଷ୍ଟାର ଯୋଗ ଦେଇଥିଲେ । ଏହା ବ୍ୟତୀତ ହରଭଜନ ସିଂ ଓ ପତ୍ନୀ ଗୀତା ବସ୍ରା, ସାମିଆ ମିର୍ଜା ଓ ମନୀଷ ମଲହୋତ୍ରାଙ୍କ ସହ ଅନେକ ସେଲିବ୍ରେଟି ଏହି ବିବାହରେ ସାମଲ ହୋଇଥିଲେ । ତେବେ ଏଥିରେ କୌଣସି ହାଇ-ପ୍ରୋଫାଇଲ ବଲିଉଡ଼ ତାରକା କି ରାଜନେତା ସାମିଲ ହୋଇନଥିଲା । ତେଣୁ ଏମାନଙ୍କ ପାଇଁ ଏହି ନବ ଦମ୍ପତ୍ତି ଦୁଇଟି ସ୍ଥାନରେ ରିସେପ୍ସନ୍ ପାର୍ଟି ଦେବେ ବୋଲି ଜଣାପଡ଼ିଛି । ଗୋଟିଏ ରିସେପ୍ସନ୍ ଦିଲ୍ଲୀରେ ଓ ଅନ୍ୟଟି ମୁମ୍ବାଇରେ ହେବ ବୋଲି ଜଣାପଡ଼ିଛି । ଦିଲ୍ଲୀ ରିସେପ୍ସନରେ ରାଘବଙ୍କ ନିକତର ରାଜନେତା ଓ ମୁମ୍ବାଇରେ ପରିଣୀତିଙ୍କ ବଲିଉଡ଼ ଇଣ୍ତଷ୍ଟ୍ରିର ବନ୍ଧୁମାନେ ସାମିଲ ହେବେ ।

 

 
 
 
 

 
 
 
 
 
 
 
 
 
 
 

A post shared by @parineetichopra

ପ୍ରକାଶ ଥାଉ କି, ବିବାହ ପରେ ସୋମବାର ଦିନ ପରିଣୀତି ଓ ରାଘବଙ୍କ ବିବାହ ଫଟୋ ସାମ୍ନାକୁ ଆସିଥିଲା । ବିବାହ ବେଳେ ଅଭିନେତ୍ରୀ ଏକ କ୍ରିମ୍-ଧଳା ରଂଗର ଲେହେଙ୍ଗା ପିନ୍ଧିଥିଲେ, ଯାହାର ଡିଜାଇନ୍‌ କରିଥିଲେ ମନୀଷ ମଲହୋତ୍ରା। ତେବେ ପରିଣୀତିଙ୍କ ଲେହେଙ୍ଗା ଆଲିଆଙ୍କ ବିବାହ ପୋଷାକ ସହିତ ସମାନ ଥିବାରୁ ଅଭିନେତ୍ରୀଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି । କେତେକ ଟ୍ୱିଟର ୟୁଜର୍ସ ଏହାକୁ ନେଇ କମେଣ୍ଟ କରିଛନ୍ତି । ଜଣେ ‘ରକି ଓ ରାନୀ କି ପ୍ରେମ କାହାନୀ’ ଅଭିନେତ୍ରୀଙ୍କ “ଷ୍ଟାଇଲ” କପି କରୁଥିବା କହୁଥିବା ବେଳେ ଆଉ କେହି ବିବାହିତ ଦମ୍ପତି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଫଟୋ ପୋଜ୍ ମଧ୍ୟ କପି କରିଛନ୍ତି ବୋଲି କହିଛନ୍ତି । ଆଉ ଜଣେ ପରିଣୀତି ଆଲିଆଙ୍କ ପୋଷାକ ଓ କିଆରା ଆଡଭାନିଙ୍କ ଅଳଙ୍କାର କପି କରିଛନ୍ତି ବୋଲି କହିଛନ୍ତି ।

Also Read-ମା' ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର, ସେୟାର କଲେ ନିଜ ପିଲାର ପ୍ରଥମ ଫଟୋ, ରଖିଲେ ଏହି ନାମ