HBD Prabhas: ଅଭିନେତା ହେବାକୁ ଚାହୁଁ ନଥିଲେ ପ୍ରଭାସ, କିନ୍ତୁ ଏହି କାରଣ ପାଇଁ ବନିଗଲେ ଷ୍ଟାର୍
Advertisement
Article Detail0/zeeodisha/odisha1927106

HBD Prabhas: ଅଭିନେତା ହେବାକୁ ଚାହୁଁ ନଥିଲେ ପ୍ରଭାସ, କିନ୍ତୁ ଏହି କାରଣ ପାଇଁ ବନିଗଲେ ଷ୍ଟାର୍

Happy Birthday Prabhas:‘ବାହୁବଳୀ’ ଫେମ୍ ପ୍ରଭାସଙ୍କୁ କିଏ ବା ନଜାଣେ (Prabhas)। ଆଜି ଅଭିନେତାଙ୍କ ଜନ୍ମଦିନ (Happy Birthday Prabhas) ।  ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ।  ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

 HBD Prabhas: ଅଭିନେତା ହେବାକୁ ଚାହୁଁ ନଥିଲେ ପ୍ରଭାସ, କିନ୍ତୁ ଏହି କାରଣ ପାଇଁ ବନିଗଲେ ଷ୍ଟାର୍

Happy Birthday Prabhas:‘ବାହୁବଳୀ’ ଫେମ୍ ପ୍ରଭାସଙ୍କୁ କିଏ ବା ନଜାଣେ (Prabhas)। ଆଜି ଅଭିନେତାଙ୍କ ଜନ୍ମଦିନ (Happy Birthday Prabhas) ।  ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ୧୯୭୯ ମସିହାରେ ଆଜିକା ଦିନରେ ପ୍ରଭାସ୍ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ। ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଭାସ। ସାଉଥ୍ ଇଣ୍ତଷ୍ଟ୍ରି ସହ ବଲିଉଡ଼ରେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ଲୋକପ୍ରିୟତା ବେଶ୍ ଅଧିକ ରହିଛି।  ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

Also Read: Prabhas: ଖୁବଶିଘ୍ର ହାତକୁ ଦି ହାତ ହେବେ ପ୍ରଭାସ୍, ସାମ୍ନାକୁ ଆସିଲା ଓ୍ବେଡିଂ ଡେଟ୍!

ଏ-ମିତି କ୍ୟାରିୟର ଆରମ୍ଭ କରିଥିଲେ ପ୍ରଭାସ୍:
ପ୍ରଭାସ  ୨୦୦୨ରେ ଫିଲ୍ମ ‘ଇଶ୍ୱର’ରେ ଡେବ୍ୟୁ କରିଥିଲେ। ୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବର୍ଷମ୍‌’ ପ୍ରଭାସଙ୍କ ଅଭିନୀତ ପ୍ରଥମ ସଫଳ ଚଳଚ୍ଚିତ୍ର ଥିଲା। ଏସ୍ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଛତ୍ରପତି’ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ପରେ ସାଉଥ୍ ଇଣ୍ତଷ୍ଟ୍ରିକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ। ୨୦୦୮ରେ ‘ବୁଜିଗଡୁ’,୨୦୧୦ ରେ ‘ଡାର୍ଲିଂ’ ଏବଂ ୨୦୧୩ ରେ ‘ମିର୍ଚି’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟର ଜଲଓ୍ବା ଦେଖାଇଛନ୍ତି ପ୍ରଭାସ୍। କିନ୍ତୁ ୨୦୧୫ ମୁକ୍ତିଲାଭ କରିଥିବା ପ୍ରଭାସଙ୍କ ଅଭିନୀତ ଫିଲ୍ମ‘ବାହୁବଳୀ’ତାଙ୍କ କ୍ୟାରିଅରର ଗତିପଥ ପରିବର୍ତ୍ତନ କରିଥିଲା। ଯାହା ତାଙ୍କ କ୍ୟାରିୟରର ଏକ ମାଇଲଷ୍ଟୋନ ।  ଏହାପରେ ୨୦୧୭ରେ ରିଲିଜ୍‌ ହୋଇଥିବା ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାହୁବଳୀ-୨’ ହିନ୍ଦୀ ସେନମା ଜଗତରେ ଏକ ରେକର୍ଡ ସୃଷ୍ଟି କରିଥିଲା।  

ଅଭିନେତା ହେବା ପାଉଁ ଚାହୁଁ ନଥିଲେ ପ୍ରଭାସ୍:

ତେବେ ଅଧିକାଂଶ ଲୋକେ ପ୍ରଭାସଙ୍କ ପୂରା ନାଁ ଜାଣି ଥିବେ। ପ୍ରଭାସଙ୍କ ପୂରା ନାଁ ହେଉଛି ଉପଲପତି ଭେଙ୍କେଟା ସୂର୍ଯ୍ୟ ନାରାୟଣ ପ୍ରଭାସ୍ ରାଜୁ (Uppalapati Venkata Suryanarayana Prabhas Raju)। ତିନି ଭାଇ ଭଉଣୀଙ୍କ ମଧ୍ୟରେ ପ୍ରଭାସ ଘରର ସାନପୁଅ  ଅଟନ୍ତି। ପ୍ରଭାସଙ୍କ ମାମୁଁ ଜଣେ ସାଉଥର ପ୍ରସିଦ୍ଧ ଅଭିନେତା । ତାଙ୍କ ନାଁ କୃଷ୍ଣ ରାଜୁ ।  ସବୁଠୁ ବଡ଼ କଥା ହେଉଛି ଯେ, ପ୍ରଭାସ୍ ଅଭିନେତା ହେବାକୁ ଚାହୁଁ ନଥିଲେ। କିନ୍ତୁ ତାଙ୍କ ମାମୁଁ ତାଙ୍କୁ ଏ ସିନେ ଜଗତକୁ ଆସିବା ପାଇଁ ବାଧ୍ୟ କରିଥିଲେ। ଆଉ ମାମୁଁଙ୍କ ପାଇଁ ସେ ଅଭିନୟ ଜଗତରେ ପାଦ ରଖିଲେ। କିନ୍ତୁ ପ୍ରଭାସ୍ ହୋଟେଲ୍ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ। ହେଲେ ତାଙ୍କ ମାମୁଁ ହିଁ ତାଙ୍କ କ୍ୟାରିୟରର ଗତିପଥ ପରିବର୍ତ୍ତନ କରିଦେଇଥିଲେ। 

୬୦୦୦ ବିବାହ ପ୍ରସ୍ତାବକୁ ଏଡାଇ ଦେଇଥିଲେ ପ୍ରଭାସ୍:
ଯେତେବେଳେ ‘ବାହୁବଳୀ’ ରିଲିଜ୍ ହୋଇଥିଲା। ତାହା ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ଏହାପରେ ପ୍ରଭାସଙ୍କ ପାଇଁ ଏକା ସାଙ୍ଗରେ ୬୦୦୦ ବିବାହ ପ୍ରସ୍ତାବ ଆସିଥିଲା। କିନ୍ତୁ ଏସବୁ ପ୍ରସ୍ତାବକୁ ପ୍ରତ୍ୟାକ୍ଷ୍ୟାନ କରିଥିଲେ ପ୍ରଭାସ୍।  ଯଦି ଆମେ ପ୍ରଭାସଙ୍କ ଓ୍ବାର୍କ ଫ୍ରଣ୍ଟ କଥା କହିବା ତେବେ, ଆଗକୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର' (Salaar: Part 1 –Ceasefire) ରିଲିଜ୍ ହେବାକୁ ଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ପ୍ରଶାନ୍ତ ନୀଲ (Prashanth Neel)। ଆସନ୍ତା ଡିସେମ୍ବର ୨୨ରେ  ଫିଲ୍ମ 'ସାଲାର' ରିଲିଜ୍ ହେବ।