Allu Arjun Pushpa 2 Fees: 'ପୁଷ୍ପା' ପାର୍ଟ -୨ ପାଇଁ ଟଙ୍କାଟିଏ ବି ନେଉ ନାହାଁନ୍ତି ଅଲ୍ଲୁ! ଜାଣନ୍ତୁ ଏହା ପଛର କାରଣ
Advertisement

Allu Arjun Pushpa 2 Fees: 'ପୁଷ୍ପା' ପାର୍ଟ -୨ ପାଇଁ ଟଙ୍କାଟିଏ ବି ନେଉ ନାହାଁନ୍ତି ଅଲ୍ଲୁ! ଜାଣନ୍ତୁ ଏହା ପଛର କାରଣ

Allu Arjun Pushpa 2 Fees: ଫିଲ୍ମ 'ପୁଷ୍ପା: ଦି ରାଇଜ୍' (Pushpa: The Rise)  ବକ୍ସ ଅଫିସରେ ଧମାଲ୍ ମଚାଇଥିଲା। କେବଳ  ଫିଲ୍ମର ଗୀତ ନୁହେଁ ଅଲୁ ଅର୍ଜୁନଙ୍କ (Allu Arjun) ଷ୍ଟାଇଲ୍, ଅଙ୍ଗଭଙ୍ଗୀ ଏବଂ ସଂଳାପ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ତେବେ, ଏଭଳି ସ୍ଥିତିରେ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। 

Allu Arjun Pushpa 2 Fees: 'ପୁଷ୍ପା' ପାର୍ଟ -୨ ପାଇଁ ଟଙ୍କାଟିଏ ବି ନେଉ ନାହାଁନ୍ତି ଅଲ୍ଲୁ! ଜାଣନ୍ତୁ ଏହା ପଛର କାରଣ

Allu Arjun Pushpa 2 Fees: ଫିଲ୍ମ 'ପୁଷ୍ପା: ଦି ରାଇଜ୍' (Pushpa: The Rise) ୨୦୨୧ ମସିହା ଡିସେମ୍ବର ୨୧ରେ ଫିଲ୍ମଟି ପରଦାକୁ ଆସିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ୍ ମଚାଇଥିଲା। କେବଳ  ଫିଲ୍ମର ଗୀତ ନୁହେଁ ଅଲୁ ଅର୍ଜୁନଙ୍କ (Allu Arjun) ଷ୍ଟାଇଲ୍, ଅଙ୍ଗଭଙ୍ଗୀ ଏବଂ ସଂଳାପ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ଏହି ଫିଲ୍ମଟି ଏକ ବ୍ଲକ୍ ବ୍ଲଷ୍ଟର ହେବା ପରେ ଅଲ୍ଲୁ ଅର୍ଜୁନ୍ ନିଜ ଫି' ବଢାଇଥିଲେ। ଫିଲ୍ମ ପ୍ରତି ଫ୍ୟାନ୍ସଙ୍କୁ କ୍ରଜ୍ କୁ ଆଖି ଆଗରେ ରଖି ନିର୍ମାତା 'ପୁଷ୍ପା' ପାର୍ଟ-୨ ମଧ୍ୟ ଆଣିବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ତେବେ, ଏଭଳି ସ୍ଥିତିରେ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। 

Also Read: Vijay Sethupati: ଆଉ ଭିଲେନ୍ ରୋଲ୍ କରିବେ ନାହିଁ ବିଜୟ ସେତୁପତି, ଜାଣନ୍ତୁ ଏହା ପଛର କାରଣ

'ପୁଷ୍ପା ପାର୍ଟ-୨' ରେ ଅଭିନୟ କରିବା ପାଇଁ ଅଲ୍ଲୁ ମୋଟା ଅଙ୍କର ଫି ନେଉଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଅଲ୍ଲୁ। ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ କୌଣସି ଫି' (Allu Arjun Pushpa 2 Fees) ନେଉ ନାହାଁନ୍ତି। ସେ ଏହି ଫିଲ୍ମରେ ମାଗଣାରେ ଅଭିନୟ କରୁଛନ୍ତି ବୋଲି କୁହାଯାଇଛି।  ଏହା ମଧ୍ୟ କୁହାଯାଇଛି ଯେ, ଏହି ଫିଲ୍ମ ରିଲିଜ୍ ହେବା ପରେ ଯେଉଁ ରାଜସ୍ବ ମିଳିବ ସେଥିରେ ଅଲ୍ଲୁଙ୍କର ୩୩ % ଅଂଶଧନ ରହିବ । ତେବେ ଏହି ଖବରଟି ଏ-ପର୍ଯ୍ୟନ୍ତ ନିର୍ମାତା ସରକାରୀ ଭାବେ ଘୋଷଣା କରି ନାହାଁନ୍ତି। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, 'ପୁଷ୍ପା ୨' ଆସନ୍ତା ବର୍ଷ ୨୦୨୪ ଅଗଷ୍ଟ ୨୪ ରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ଅଲୁଙ୍କ ସହିତ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦାନା ଓ ଫାହାଦା ଫସିଲ୍ (Fahadh Faasil) ନଜର ଆସିବେ। ଏହା ସହିତ ଫିଲ୍ମରେ ଆଇଟମ୍ ଡ୍ୟାନ୍ସ ପାଇଁ ଉର୍ବଶୀ ରୌତେଲା ଏବଂ ଦିଶା ପାଟନୀଙ୍କ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଇଛି। ଫିଲ୍ମ 'ପୁଷ୍ପା: ଦି ରାଇଜ୍' (Pushpa: The Rise)ର ପ୍ରଥମ ଭାଗ ୨୦୨୧ ମସିହା ଡିସେମ୍ବର ୨୧ ତାରିଖରେ ପରଦାକୁ ଆସିଥିଲା ଫିଲ୍ମ। ୧୫୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ ୩୫୦ କୋଟି ( Rs 365 crore worldwide) ରୋଜଗାର କରିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।