Ramayana: ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିବେନି ୟଶ, ଜାଣନ୍ତୁ କାରଣ...
Advertisement

Ramayana: ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିବେନି ୟଶ, ଜାଣନ୍ତୁ କାରଣ...

Ramayana: ନିକଟରେ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ର ସୁଟିଂ ଆରମ୍ଭ ହୋଇଛି । ଏଥିରେ ରଣବୀର କପୁର ପ୍ରଭୁ ଶ୍ରୀ ରାମ, ସାଇ ପଲ୍ଲବୀ ମାତା ସୀତା ଓ ସନ୍ନି ଦେଓଲ ହନୁମାନ ଭୂମିକାରେ ନଜର ଆସିବେ । ପୂର୍ବରୁ, ୟଶ ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ, ୟଶ ନୀତେଶଙ୍କ ଏହି ଅଫରକୁ ରିଜେକ୍ଟ କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ସୁପରଷ୍ଟାର ୟଶ ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିବାକୁ ମନା କରିବା ସହ ପ୍ରାୟ ୮୦ କୋଟି ଟଙ୍କାକୁ ମଧ୍ଯ ଖାତିର କରିନାହାନ୍ତି । ୟଶ ଫିଲ୍ମର ସହ-ପ୍ରଯୋଜକ ହେବେ । ତେବେ ଏନେଇ ନିର୍ମାତାମାନେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। ଯଦି ଏହା ସତ ହୋଇଥାଏ ତେବେ ୟଶଙ୍କ ପ୍ରଶଂସକମାନେ ନିରାଶ ହେବେ ନିଶ୍ଚୟ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଫିଲ୍ମରେ କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେଓଲଙ୍କ ସହ ସମ୍ପର୍କ କରାଯାଇଛି । ସେହିପରି ବିଜୟ ସେତୁପତି ରାବଣର ସାନ ଭାଇ ବିଭିଷଣ ଭୂମିକାରେ ଅଭିନୟ କରିପାରନ୍ତି ବୋଲି ଖବର ମିଳିଛି । ଅନ୍ୟପଟେ, ଲାରା ଦତ୍ତା ପ୍ରଭୁ ରାମଙ୍କ ସାବତ ମାଆ କୈକେଇ ଓ ଶିବା ଶଡ୍ଡାଙ୍କୁ ମନ୍ଥରା ଭୂମିକାରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ରଟି ୨୦୨୫ରେ ରିଲିଜ ହେବା ନେଇ ସୂଚନା ରହିଛି ।

Also Read- Free IAS Coaching: ଅଭିନେତାଙ୍କ ମହାନତା, ଫ୍ରି’ରେ ଆଶାୟୀଙ୍କୁ ଦେବେ IAS କୋଚିଂ ସୁବିଧା

ଫିଲ୍ମର ସୁଟିଂ ପାଇଁ ମୁମ୍ବାଇର ଫିଲ୍ମ ସିଟିରେ ଏକ ବଡ଼ ସେଟ୍ ନିର୍ମାଣ କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କିଛି ଦିନ ତଳେ ସୁଟିଂ ସେଟରୁ ଅରୁଣ ଗୋବିଲଙ୍କ ଦଶରଥ ଓ ଲାରା ଦତ୍ତାଙ୍କ କୈକେୟୀ ଲୁକ୍ ଭାଇରାଲ ହୋଇଥିଲା । ଏହା ପରଠାରୁ ନୀତିଶ ତିୱାରୀ ସେଟରେ ନୋ ଫୋନ ପଲିସି ଲାଗୁ କରିଛନ୍ତି । ଏହା ସହ କୁହାଯାଉଛି ଯେ, ନିତେଶ ତିୱାରୀ ଫିଲ୍ମକୁ ତିନି ଭାଗରେ ନିର୍ମାଣ କରିବେ।