Daman: କମିନି ଦମନ କ୍ରେଜ୍, ଫନି ଅନ୍ଦାଜରେ ଫିଲ୍ମ ଦେଖିବାକୁ ଅପିଲ କଲେ ବାବୁସାନଙ୍କ ଫ୍ଯାନ
Advertisement

Daman: କମିନି ଦମନ କ୍ରେଜ୍, ଫନି ଅନ୍ଦାଜରେ ଫିଲ୍ମ ଦେଖିବାକୁ ଅପିଲ କଲେ ବାବୁସାନଙ୍କ ଫ୍ଯାନ

Daman Movie: ପୁରୀ ପୌରସଦନରେ ହାଉସଫୁଲରେ ଦମ ଦେଖାଉଛି ଦମନ । ରିଲିଜର ୭୫ ଦିନ ପରେ ବି ଦର୍ଶକ ମଧ୍ୟରେ ରହିଛି କ୍ରେଜ । ସିନେମା ଦେଖିବାକୁ ସିନେପ୍ରେମୀଙ୍କ ମନରେ ଏବେବି ରହିଛି ପୂର୍ବ ପରି ଉତ୍କଣ୍ଠା । ଗତକାଲି ଠାରୁ ଆରମ୍ଭ ହୋଇଥିବା ଦମନ ଚଳଚ୍ଚିତ୍ର ଆଗାମୀ ୧୯ ଯାଏଁ ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେବ ।

ସାକେଂତିକ ଫୋଟେ

DAMAN: ଦମ୍ ଦେଖାଉଛି ଦମନ । ବାବୁ୍ସାନ ଅଭିନୀତ ଏହି ଫିଲ୍ମ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଥିବାବେଳେ ପୁରୀରେ ପ୍ରଶାସନ ତରଫରୁ ଗୋଟିଏ ଦିନର ନିଶୁଳ୍କ ଶୋ କରାଯାଇ ପୂର୍ବରୁ ସିନେପ୍ରେମୀଙ୍କ ପାଖରେ ପହଂଚାଯାଇଥିଲା ଏହି ଫିଲ୍ମ । ଏହି ଫିଲ୍ମ ଦେଖିବାକୁ ସମସ୍ତଙ୍କର ଇଛା ରହିଥିବା ବେଳେ ଏହାକୁ ନଜରରେ ରଖି ଯୁବ ସିନେ ଅଭିନେତା ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ୩ଦିନ ଧରି ଏହି ଶୋ ଚାଲିଛି । ପୁରୀରେ ସିନେମା ହଲ ନଥିବା ବେଳେ ଭୁବନେଶ୍ୱର ଯିବା ବ୍ୟୟ ବହୁଳ ହୋଇଥାଏ । ମାତ୍ର ୧୦୦ ଟଙ୍କାର ଟିକେଟରେ ଏବେ ସିନେପ୍ରେମୀ ଏହି ଫିଲ୍ମକୁ ଦେଖି ଭୁରି ଭୁରି ପ୍ରଶଂସା କରିଛନ୍ତି । ସେପଟେ ଆଜି ଶୋରେ ବାବୁସାନ ଫ୍ୟାନ ଅଜୁ ବେଶୀ ମଜାକର ଖୋରାକ ଯୋଗାଇଛନ୍ତି ।

ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସର କଥାକୁ ନେଇ ଏହି ଫିଲ୍ମ ଯେତିକି ପ୍ରଶଂସା ସାଉଁଟିଛି ସେତିକି ପ୍ରେରଣାଦାୟୀ ହୋଇଛି । ଜାତୀୟ ସ୍ତରରୁ ମଧ୍ୟ ଫିଲ୍ମ ସାଉଁଟିଛି ପ୍ରଶଂସା ।ଏହାରି ଭିତରେ ଫିଲ୍ମର ହିନ୍ଦୀ ଟ୍ରେଲର ମଧ୍ୟ ଆସି ସରିଛି । ମ୍ୟାଲେରିଆ ରୋଗକୁ ଦମନ କରିବାକୁ ନେଇ ଫିଲ୍ମର ପ୍ଲାଟଫର୍ମ ବେଶ ମଜବୁତ ହୋଇଥିବାବେଳେ ମୌଳିକତା ହଜାଇଥିବା ଓଡ଼ିଆ ସିନେମା ଏହା ସଂଜୀବନି ସଦୃଶ । ସେପଟେ ସିନେମା ହଲ ଅଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହଲ ପରିବର୍ତ୍ତେ ପୌରସଦନ କିମ୍ବା ଅନ୍ୟାନ୍ୟ ସ୍ଥାନରେ ପ୍ରଦର୍ଶିତ ହେଉଛି ଏହି ଫିଲ୍ମ ।ଏଭଳି ଏକ ମୌଳିକ ଓଡ଼ିଆ କାହାଣୀକୁ ଦେଖିବା ପାଇଁ ସବୁ ମହଲରେ ଦେଖାଯାଉଛି ଆଗ୍ରହ। ସେପଟେ ଦମନ ଶୋ ଚାଲିଥିବାବେଳେ ଦର୍ଶକଙ୍କୁ ଖୋରାକ  ଯୋଗାଇଛି ବାବୁସାନ ଫ୍ୟାନ ଅଜୁଙ୍କ ଫନି ଅନ୍ଦାଜ । ପିପିଲିରୁ ସାଇକେଲ ନେଇ ବାବୁସାନ ଫିଲ୍ମ ଦେଖିବାକୁ ଭୁବନେଶ୍ୱର ହଲ ଯାଉଥିବା ଅଜୁ ପୁରୀ ମଧ୍ୟ ସାଇକେଲ ନେଇ ଆସି ଫିଲ୍ମ ଦେଖିଛନ୍ତି । ଆଉ ନିଜର କୌତୁକିଆ ଷ୍ଟାଇଲରେ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ସିନେପ୍ରେମୀଙ୍କ ବିଦ୍ୟରାଣ ପକେଇ ଫିଲ୍ମ ଦେଖିବାକୁ କରିଛନ୍ତି ଅପିଲ ।ଖାଲି ସେତିକି ନୁହେଁ ଭରା ହଲରେ କେକ କାଟି ଦମନ ସଫଳତା ପାଇଁ ସେଲିବ୍ରେସନ କରିଛନ୍ତି ଅଜୁ । ସେପଟେ ପୁରୀ ଟାଉନ ହଲରେ ଦମନ ଫିଲ୍ମ ଦେଖିବାକୁ ଭିଡ ଜମୁଛି। ଏହା ଭିନ୍ନ ଏକ ଆନ୍ଦାଜର ଫିଲ୍ମ ହୋଇଥିବାରୁ ଦର୍ଶକଙ୍କୁ ବେଶ୍ ଆକୃଷ୍ଠ କରିପାରିଛି। 

ସେପଟେ ପୁରୀ ପୌରସଦନରେ ହାଉସଫୁଲରେ ଦମ ଦେଖାଉଛି ଦମନ । ରିଲିଜର ୭୫ ଦିନ ପରେ ବି ଦର୍ଶକ ମଧ୍ୟରେ ରହିଛି କ୍ରେଜ । ସିନେମା ଦେଖିବାକୁ ସିନେପ୍ରେମୀଙ୍କ ମନରେ ଏବେବି ରହିଛି ପୂର୍ବ ପରି ଉତ୍କଣ୍ଠା । ଗତକାଲି ଠାରୁ ଆରମ୍ଭ ହୋଇଥିବା ଦମନ ଚଳଚ୍ଚିତ୍ର ଆଗାମୀ ୧୯ ଯାଏଁ ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେବ । ସିନେମା ହଲ ଶୂନ୍ୟ ହୋଇଥିବା ଶ୍ରୀକ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତରଫରୁ ଗତ ୨ ଡିସେମ୍ବରରେ ନିଶୁଳ୍କ ପ୍ରଦର୍ଶିତ ହୋଇଥିଲା ଏହି ଫିଲ୍ମ । ତେବେ ସିନେପ୍ରେମୀଙ୍କ ଚାହିଦାକୁ ନଜରରେ ରଖି ଯୁବ ସିନେ ଅଭିନେତା ପୁରୀର ପିନାକୀ ଶ୍ରୀଚନ୍ଦନ ଏହି ଫିଲ୍ମଟିକୁ ନିଜ ପ୍ରୟାସରେ ପୁନଃ ପ୍ରଦର୍ଶିତ କରାଇଛନ୍ତି । ବିଶେଷକରି ପୁରୀ ବାସିନ୍ଦାଙ୍କ ପାଇଁ ଭୁବନେଶ୍ବର ଯାଇ ଫିଲ୍ମ ଦେଖିବା ବ୍ୟୟବହୁଳ ହୋଇଥିବା ବେଳେ ମାତ୍ର ୧୦୦ଟଙ୍କାର ଟିକେଟରେ ଫିଲ୍ମ ଦେଖି ବେଶ ଖୁସି ହେଉଛନ୍ତି ଦର୍ଶକ ।

ନିକଟରେ ଦମନ ଫିଲ୍ମର ହିନ୍ଦୀ ଟ୍ରେଲର ରିଲିଜ ହୋଇଥିବା ବେଳେ ପୁରା ଦେଶ ହିନ୍ଦୀ ଭାଷାରେ ଦେଖିବ ଓଡ଼ିଆ ମୌଳିକ କାହାଣୀ । ଯାହାକୁ ଅପେକ୍ଷା କରି ରହିଛନ୍ତି ଓଡ଼ିଆ ସିନେପ୍ରେମୀ।