Bollywood: ଡେବ୍ୟୁ ଫିଲ୍ମରେ ଦେଖାଇଥିଲେ ଜଲଓ୍ବା, ଆଜି ନାହିଁ ବଲିଉଡରେ ଅସ୍ତିତ୍ବ , ଜାଣନ୍ତୁ କେଉଁମାନେ ହେଉଛନ୍ତି ସେହି ସେଲିବ୍ରେଟି
Advertisement

Bollywood: ଡେବ୍ୟୁ ଫିଲ୍ମରେ ଦେଖାଇଥିଲେ ଜଲଓ୍ବା, ଆଜି ନାହିଁ ବଲିଉଡରେ ଅସ୍ତିତ୍ବ , ଜାଣନ୍ତୁ କେଉଁମାନେ ହେଉଛନ୍ତି ସେହି ସେଲିବ୍ରେଟି

Bollywood: ବଲିଉଡର ଅନେକ କଳାକାର ଅଭିନୟରେ କ୍ୟାରିୟର କରିବାକୁ ଏହି ଇଣ୍ଡଷ୍ଟ୍ରିରେ ପାଦ ରଖିଥାନ୍ତି । କିନ୍ତୁ ଅଳ୍ପ କଳାକାର ବିଲିଉଡରେ ସଫଳତାର ସିଢି ଚଢିଥାନ୍ତି । ଆଉ କେତେକ କଳାକାର ଦିର୍ଘ ସମୟ ଧରି କ୍ୟାରିୟର ପାଇଁ ସଂର୍ଘସ କରିଥାନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆ

Bollywood: ବଲିଉଡର ଅନେକ କଳାକାର ଅଭିନୟରେ କ୍ୟାରିୟର କରିବାକୁ ଏହି ଇଣ୍ଡଷ୍ଟ୍ରିରେ ପାଦ ରଖିଥାନ୍ତି । କିନ୍ତୁ ଅଳ୍ପ କଳାକାର ବିଲିଉଡରେ ସଫଳତାର ସିଢି ଚଢିଥାନ୍ତି । ଆଉ କେତେକ କଳାକାର ଦିର୍ଘ ସମୟ ଧରି କ୍ୟାରିୟର ପାଇଁ ସଂର୍ଘସ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ବଲିଉଡ ଅଭିନେତାମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବଲିଉଡରେ ଡେବ୍ୟୁ ସମୟରେ ହିଟ୍ ସିନେମା ଦେଇଥିଲେ କିନ୍ତୁ ଏହା ପରେ ସେମାନଙ୍କ କ୍ୟାରିୟରେ ଏକ ପ୍ରକାର ହଜି ଯାଇଥିଲା । ତେବେ, ଆସନ୍ତୁ ନଜର ପକାଇବା କେଉଁ କଳାକାଲମାନେ ଏହି ତାଲିକାରେ ରହିଛନ୍ତି । 

ଇମ୍ରାନ ଖାନ:

ଅଭିନେତା ଇମ୍ରାନ ଖାନ, ଆମୀର ଖାନ୍ ଙ୍କ ଭଣଜା ହେଉଛନ୍ତି ଇମ୍ରାନ୍ । ନିଜ ଭଣଜାକୁ ଆମୀର ତାଙ୍କ ପ୍ରଡକ୍ସନ ବ୍ୟାନରରେ ବଲିଉଡରେ ଡେବ୍ୟୁ କରାଇଥିଲେ। ଏହି ଫିଲ୍ମର ନାଁ ଥିଲା 'ଜାନେ ତୁ ... ଜାନେ ନା' । ଫିଲ୍ମଟି ୨୦୦୮ରେ ରିଲିଜ୍ ହୋଇଥିଲା। ଫିଲ୍ମର ଲିଡ୍ ରୋଲରେ ନଜର ଆସିଥିଲେ ଇମ୍ରାନ୍ । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ ଅବ୍ବାସ ତିରେୱାଲା। ଫିଲ୍ମଟି ବକ୍ସ ଅଫିସରେ ବେଶ ଭଲ କଲେକସନ୍ ମଧ୍ୟ କରିଥିଲା । ତେବେ ଏହା ପରେ ଇମ୍ରାନଙ୍କ ରିଲିଜ୍ ହୋଇଥିବା ଅଧିକାଂଶ ଫିଲ୍ମ ଫ୍ଲପ୍ ମଧ୍ୟ ହୋଇ ଯାଇଥିଲା। ବର୍ତ୍ତମାନ ଇମ୍ରାନ ଦୀର୍ଘ ସମୟ ଧରି ବଲିଉଡରୁ ଦୂରରେ ଅଛନ୍ତି।

ଏହାବି ପଢନ୍ତୁ : Actress Sunny Leone: କେରଳ କୋର୍ଟକୁ ଗଲେ ସନି ଲିଓନି, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ

ଆମିଷା ପଟେଲ :
 ଗଦର ଗାର୍ଲ ଆମିଶା ପଟେଲ । ସେ ଫିଲ୍ମ 'କାହୋ ନା ପ୍ୟାର ହେ' ରେ ହ୍ରିତିକ ରୋଶନଙ୍କ ବିପକ୍ଷରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । ଏହା ପରେ ଆମିଷା 'ଗଦର ଏକ ପ୍ରେମ କଥା'ରେ ମଧ୍ୟ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ମଧ୍ୟ ଏକ ଜବରଦସ୍ତ ହିଟ୍ ବୋଲି ପ୍ରମାଣିତ ହୋଇଥିଲା । କିନ୍ତୁ ଏହାପରେ ତାଙ୍କ କ୍ୟାରିୟରର ଗ୍ରାଫ୍ ତଳକୁ ଖସିଥିଲା । ବର୍ତ୍ତମାନ ଆମିଶାଙ୍କୁ ବଲିଉଡର କୌଣସି ଫିଲ୍ମରେ ଦେଖିବାକୁ ମିଳୁନି । 

ରାହୁଲ ରୟ :
ଅଭିନେତା ରାହୁଲ ରୟଙ୍କ ଅଭିନୀତ ଫିଲ୍ମ 'ଆଶିକି' ,ତାଙ୍କୁ ଦେଇଥିଲା ଜବରଦସ୍ତ ସଫଳତା । ରାତାରାତି ଏହି ଫିଲ୍ମ ତାଙ୍କୁ କରାଇଥିଲା ସୁପରଷ୍ଟାର । ବକ୍ସ ଅଫିସରେ ଏହି ଫିଲ୍ମଟି ହିଟ୍ ହେବା ପରେ ତାଙ୍କୁ ମିଳିଥିଲା ଅନେକ ବଡ ପ୍ରୋଜେକ୍ଟ । ଏହା ପରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ସେସବୁ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । 

କୁମାର ଗୌରବ  :
ବଲିଉଡ୍ ସୁପରଷ୍ଟାର ରାଜେନ୍ଦ୍ର କୁମାର ଜୁବଲି କୁମାର ନାଁରେ ସେ ବେଶ ଜଣାଶୁଣା। ରାଜେନ୍ଦ୍ର କୁମାରଙ୍କ ପୁଅ ହେଉଛନ୍ତି କୁମାର ଗୌରବ । ସେ ତାଙ୍କ ପୁଅକୁ ଫିଲ୍ମ 'ଲଭଷ୍ଟୋରୀ'ରେ ଡେବ୍ୟୁ କରାଇଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା ।  ଅବଶ୍ୟ ଏହାପରେ, କୁମାର ଗୌରବ ବଲିଉଡକୁ ସୁପର ଫ୍ଲପ୍ ଫିଲ୍ମ ଦେଇଥିଲେ । ପରେ ବଲିଉଡରେ ତାଙ୍କର ସ୍ଥାୟିତ୍ବ ତଳକୁ ଖସିବାରେ ଆରମ୍ଭ କରିଥିଲା ।