Parineeti-Raghav Wedding: ଭାଇରାଲ ହେଉଛି ପରିଣୀତି ଓ ରାଘବଙ୍କ ନିମନ୍ତ୍ରଣ ପତ୍ର, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1859411

Parineeti-Raghav Wedding: ଭାଇରାଲ ହେଉଛି ପରିଣୀତି ଓ ରାଘବଙ୍କ ନିମନ୍ତ୍ରଣ ପତ୍ର, ଦେଖନ୍ତୁ ଫଟୋ

Parineeti-Raghav Wedding: ପରିଣୀତି ଓ ରାଘବ ଚଳିତ ସେପ୍ଟେମ୍ବରରେ ବିବାହ କରିବେ। ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି। ଭଉଣୀ ପ୍ରିୟଙ୍କା ‌ଚୋପ୍ରା ଜୋନସଙ୍କ ଭଳି ପରିଣୀତି ମଧ୍ୟ ରାଜସ୍ଥାନ ଉଦୟପୁରରେ ବିବାହ କରିବେ। ଏହି ବିବାହ ସଂପୂର୍ଣ୍ଣ ପଞ୍ଜାବୀ ରୀତିନୀତିରେ ହେବ ।

ସୌ(ସୋସିଆଲ ମିଡିଆ)

Parineeti-Raghav Wedding: ଖୁବଶୀଘ୍ର ପଡ଼ିବ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢା (Parineeti Chopra-Raghav Chaddha) ହାତଗଣ୍ଠି । ପରସ୍ପରକୁ ସାତ ଜନ୍ମର ସାଥୀ କରିବେ ରାଜନେତା ଓ ଅଭିନେତ୍ରୀ । ତେବେ ଗତ ମେ ମାସରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ବେଳେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଦମ୍ପତି । ପରିଣୀତି ଓ ରାଘବ ଚଳିତ ସେପ୍ଟେମ୍ବରରେ ବିବାହ କରିବେ। ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି। ଭଉଣୀ ପ୍ରିୟଙ୍କା ‌ଚୋପ୍ରା ଜୋନସଙ୍କ ଭଳି ପରିଣୀତି ମଧ୍ୟ ରାଜସ୍ଥାନ ଉଦୟପୁରରେ ବିବାହ କରିବେ। ଏହି ବିବାହ ସଂପୂର୍ଣ୍ଣ ପଞ୍ଜାବୀ ରୀତିନୀତିରେ ହେବ ।

ଏହି ଦିନ ବିବାହ କରିବେ ପରିଣୀତି -ରାଘବ

ପରିଣୀତି ଓ ରାଘବ ଚଢାଙ୍କ ବିବାହ ତାରିଖକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ନିକଟରେ ଲଭବାର୍ଡ଼ଙ୍କ ବିବାହ ତାରିଖ ସାମ୍ନାକୁ ଆସିଥିଲା । ଦମ୍ପତି ଚଳିତ ବର୍ଷ ସେପ୍ଟେମ୍ବର ୨୪ ତାରିଖରେ ବିବାହ କରିବା ନେଇ ସୂଚନା ମିଳିଛି ।

କେଉଁଠି କରିବେ ବିବାହ

ପରିଣୀତି ଓ ରାଘବଙ୍କ ବିବାହ ପାଇଁ ଉଦୟପୁରର ବିଳାସପୂର୍ଣ୍ଣ ହୋଟେଲ ଲୀଲା ପ୍ୟାଲେସ୍ ଓ ଉଦୟବିଲାସ୍ ହୋଟେଲ ବୁକ୍ କରାଯାଇଛି। ଉଭୟ ଷ୍ଟାର ହୋଟେଲରେ ଏବେ ଦୁହିଁଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସପ୍ତାହ ପୂର୍ବରୁ ଆରମ୍ଭ ହେବ ବିବାହ ପ୍ରସ୍ତୁତି

ରିପୋର୍ଟ ଅନୁଯାୟୀ, ସମସ୍ତ ରୀତିନୀତି ବିବାହର ପ୍ରାୟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହେବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ । ସେପ୍ଟେମ୍ବର ୨୩ରେ ଉଦୟପୁରରେ ହଳଦୀ-ମେହେନ୍ଦୀ ଓ ସଂଗୀତ ସମାରୋହ ଅନୁଷ୍ଠିତ ହେବ। ପରିଣୀତି-ରାଘବଙ୍କ ବିବାହ ଲୀଲା ପ୍ୟାଲେସ ହୋଟେଲରେ ହେବ । ଏହି ବାହାଘରରେ ଉଭୟଙ୍କ ପରିବାର ସଦସ୍ୟ, ଖାସ୍ ବନ୍ଧୁ, ବି-ଟାଉନ ସେଲିବ୍ରେଟିଙ୍କ ବ୍ୟତୀତ କିଛି ରାଜନେତା ଯୋଗ ଦେବା ନେଇ ସୂଚନା ମିଳିଛି ।  ଅତିଥିମାନଙ୍କ ରହିବା ପାଇଁ ଉଦୟଭିଲା ହୋଟେଲ ବୁକ୍ କରାଯାଇଛି।

ବିବାହ ପରେ ଏହିଠାରେ ହେବ ରିସେପ୍ସନ୍ ପାର୍ଟି  

ବିବାହ ପରେ  ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ତାରିଖରେ ରିସେପ୍ସନ୍ ପାର୍ଟି  ଦେବେ ବୋଲି କୁହାଯାଉଛି । ତେବେ ଏନେଇ ଛପା ଯାଇଥିବା ଏକ ନିମନ୍ତ୍ରଣ ପତ୍ର ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଜ୍ ଚଣ୍ଡିଗଡ଼ରେ ରାଘବ-ପରିଣୀତିଙ୍କର ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଲେଖାଯାଇଛି।

 

fallback

ଏହା ବି ପଢନ୍ତୁ-ଭାରତ ବନାମ ଇଣ୍ତିଆ ତର୍କ ଭିତରେ ଫିଲ୍ମର ନାଁ ବଦଳାଇଲେ ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ନାମ…