Ujjain Mahakal: ବାବା ମହାକାଳଙ୍କ ଆଶୀର୍ବାଦ ନେଲେ ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ
Advertisement
Article Detail0/zeeodisha/odisha2068971

Ujjain Mahakal: ବାବା ମହାକାଳଙ୍କ ଆଶୀର୍ବାଦ ନେଲେ ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ

Suniel Shetty at Ujjain Mahakal: ଶୁକ୍ରବାର ଦିନ ଉଜୈନ ମହାକାଳ ମନ୍ଦିର ପରିଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ।

Ujjain Mahakal: ବାବା ମହାକାଳଙ୍କ ଆଶୀର୍ବାଦ ନେଲେ ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ

Bollywood News: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ (Suniel Shetty) ଏବଂ ତାଙ୍କ ପୁଅ ଅହାନ ଶେଟ୍ଟୀଙ୍କ ମଧ୍ୟପ୍ରଦେଶର ଉଜୈନ ମହାକାଳ ମନ୍ଦିର ପରିଦର୍ଶନ କରିଛନ୍ତି । ସେ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ସହ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ସୁନିଲ ସେଟ୍ଟୀଙ୍କ ଫଟୋ ଓ ଭିଡିଓ ଦେଖିବାକୁ ମିଳିଛି ।

ଅନେକ ବଡ ବଡ ଅଧିକାରୀଙ୍କ ସହ ଜଣାଶୁଣା ସିନେ ତାରକାମାନେ ଉଜୈନ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ନିକଟରେ ରେଭେନା ଟଣ୍ଡନ ମଧ୍ୟ ତାଙ୍କ ଝିଅ ସହିତ ଗୁଜୁରାଟର ସୋମନାଥ ମନ୍ଦିର ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସୁନୀଲ ଶେଟ୍ଟୀ ମଧ୍ୟ ତାଙ୍କ ପୁଅ ଅହାନଙ୍କ ସହ ଉଜୈନର ମହାକାଳେଶ୍ୱର ମନ୍ଦିର ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି । ଅଭିନେତା ସୁନିଲ ନିଜେ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପୋଷ୍ଟଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ମଧ୍ୟ କେ.ଏଲ୍ ରାହୁଲଙ୍କ ସହ ଭେଟ କରିବାକୁ ଆସିଥିଲେ।

Post- 

ମଧ୍ୟପ୍ରଦେଶର ଉଜୈନରେ ଉଭୟ ପିତା ଏବଂ ପୁତ୍ର ଭକ୍ତିର ସହ ବାବା ମହାକାଳଙ୍କ ଆରତୀ ଦେଖୁଥିବା ଜଣାପଡିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁନୀଲ ଶେଟ୍ଟୀ କହିଛନ୍ତି ଯେ, ଦର୍ଶନ ପାଇବା ପରେ ସେ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେକରୁଛନ୍ତି । ସେ ପ୍ରତିବର୍ଷ ଉଜୈନକୁ ଆସି ବାବାଙ୍କ ଦର୍ଶନ କରିବେ ବୋଲି କହିଛନ୍ତି । ଆହାନ୍ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, 'ଜୟ ଶ୍ରୀ ମହାକାଳ'। ପାରମ୍ପାରିକ ଧଳା ଧୋତି ପିନ୍ଧି ସୁନୀଲ ଏବଂ ଆହାନ ରୀତିନୀତି ଅନୁଯାୟୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ।

Also Read- Ollywood News: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ବାର୍ଷିକୋତ୍ସବ

Also Read- Sunny Leone: ସନ୍ନି ଲିଓନିଙ୍କ ସହ କଥା ହେବାକୁ ଚାହୁଁଛନ୍ତି...? ଏମିତି ହେବ ସ୍ୱପ୍ନ ସାକାର