Armaan Malik Third Wedding: ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...
Advertisement

Armaan Malik Third Wedding: ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...

Armaan Malik Third Wedding: ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ଅରମାନ ମଲିକ କୋର୍ଟରେ ଯାଇ ତୃତୀୟ ବିବାହ କରିଛନ୍ତି କି? ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ସମାନ କଥା କହୁଛି । କିନ୍ତୁ ଏଥିରେ ମଧ୍ୟ ଏକ ବଡ଼ ଗଡ଼ବଡ଼ ଅଛି । ଏହା କ’ଣ, ଆସନ୍ତୁ ଆପଣଙ୍କୁ ବିସ୍ତୃତ ଭାବରେ କହୁଛୁ । ପ୍ରସିଦ୍ଧ ୟୁଟ୍ୟୁବର୍ ଅରମାନ୍ ମଲିକ୍ ଏକ ଭିଡିଓ ଅପଲୋଡ୍ କରିଛନ୍ତି ।

Armaan Malik Third Wedding: ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...

Armaan Malik Third Wedding: ତେବେ ପ୍ରକୃତରେ କି ଏହି ଖବର  ସତ, ୟୁଟ୍ୟୁବର୍ ଅରମାନ୍ ମଲିକ୍ (Armaan Malik) ସତରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି? ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ଅରମାନ ମଲିକ କୋର୍ଟରେ ଯାଇ ତୃତୀୟ ବିବାହ କରିଛନ୍ତି କି? ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ସମାନ କଥା କହୁଛି । କିନ୍ତୁ ଏଥିରେ ମଧ୍ୟ ଏକ ବଡ଼ ଗଡ଼ବଡ଼ ଅଛି । ଏହା କ’ଣ, ଆସନ୍ତୁ ଆପଣଙ୍କୁ ବିସ୍ତୃତ ଭାବରେ କହୁଛୁ । ପ୍ରସିଦ୍ଧ ୟୁଟ୍ୟୁବର୍ (Youtuber)  ଅରମାନ୍ ମଲିକ୍ ଏକ ଭିଡିଓ ଅପଲୋଡ୍ କରିଛନ୍ତି । ଯେଉଁଥିରେ ସେ ଜଣେ ମହିଳାଙ୍କ ସହ ଘରେ ପହଞ୍ଚି ତାଙ୍କୁ ତୃତୀୟ ପତ୍ନୀ ବୋଲି କହିଛନ୍ତି । ଯାହା ପରେ ତାଙ୍କ ଘରେ ବିବାଦ ଦେଖାଦେଇଥାଏ ।

ଅରମାନ ମଲିକ  (Armaan Malik) ନିଜ ତୃତୀୟ ପତ୍ନୀଙ୍କ ସହ ଘରେ ପହଞ୍ଚିଛନ୍ତି । ସେ ତାଙ୍କ ବେକରେ ଏକ ଫୁଲମାଳ ଝୁଲାଇଥିବାବେଳେ ଝିଅଟି ମଧ୍ୟ ତାଙ୍କ ହାତରେ ଏକ ଚୁଡ଼ି ପିନ୍ଧିଛନ୍ତି । ତାଙ୍କ ପତ୍ନୀ କବାଟ ଖୋଲନ୍ତି ଓ ଦୁହିଁଙ୍କୁ ଦେଖି କ୍ରୋଧିତ ହୁଅନ୍ତି । ଏହା ପରେ ତାଙ୍କର ଦ୍ୱିତୀୟ ପତ୍ନୀ ଗୋଲୁ ମଧ୍ୟ ଆସନ୍ତି ଓ ଘରେ କାନ୍ଦିବା, ଗାଳିଗୁଲଜ କରିବା, ସଉତୁଣୀଙ୍କୁ  ଧମକ ଦେବା, ଏପରିକି ନିଜ ସଉତୁଣୀଙ୍କୁ ଚପଲରେ ମାରିବା କଥା ମଧ୍ୟ କୁହନ୍ତି । କିନ୍ତୁ ସେହି ଝିଅଟି ମଧ୍ୟ ନିଜ ଜିଦରେ ଅଟଳ ରୁହନ୍ତି । ଯେଉଁଥିପାଇଁ କ୍ରିତିକା ବହୁତ ରାଗିଯାଇ କାନ୍ଦିବାକୁ ଲାଗେ, ସେ କୁହନ୍ତି ଯେ ତାଙ୍କ ମା ପ୍ରଥମରୁ କହିଥିଲେ କି ଏହି ବ୍ୟକ୍ତିଙ୍କୁ ବିଶ୍ୱାସ କରନାହିଁ ।

ଯଦି ଆପଣ ମଧ୍ୟ ଏହି ସମଗ୍ର ଘଟଣାକୁ ସତ ବୋଲି ଭାବୁଛନ୍ତି । ତେବେ ଆପଣଙ୍କୁ କହି ରଖୁଛୁ ଯେ, ଏସବୁ ସତ ନୁହେଁ । ବରଂ ଅରମାନ ମଲିକ ଉଭୟ ପତ୍ନୀଙ୍କ ସହ ଏହି ଥଟ୍ଟା କରୁଥିଲେ । ଉଭୟ ପାୟଲ ଓ କ୍ରିତିକା ତାଙ୍କ କଥାକୁ ସତ ବୋଲି ଭାବୁଥିଲେ । କିନ୍ତୁ ଯେତେବେଳେ ସେମାନେ ପୂରା ଘଟଣା ବିଷୟରେ ଜାଣିଲେ, ସେମାନେ କାନ୍ଦି କାନ୍ଦି ପତିଙ୍କୁ ଆଲିଙ୍ଗନ କଲେ ।

ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ ପୂର୍ବରୁ ଦଳକୁ ଲାଗିଲା ବଡ଼ ଝଟକା, ଏହି ୨ ମ୍ୟାଚ୍ ୱିନର୍ ଆହତ କାରଣରୁ ହଠାତ୍ ହେଲେ ବାହାର

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଲାଗୁ କରିଥିବା ରାଜ୍ୟଗୁଡିକୁ ଶକ୍ତ ଧକ୍କା! କେନ୍ଦ୍ର ସରକାର ନେଲେ ଏହି ବଡ଼ ପଦକ୍ଷେପ

ଅଧିକ ପଢ଼ନ୍ତୁ:-ମହିଳା ନାଗା ସାଧୁ ମଧ୍ୟ ପୁରୁଷଙ୍କ ପରି ରୁହନ୍ତି ନିବସ୍ତ୍ର? ସେମାନଙ୍କ ସହ ଜଡ଼ିତ ଏସବୁ ରହସ୍ୟମୟ କଥା ବିଷୟରେ ଜାଣନ୍ତି ନାହିଁ ଆପଣ

 

 

ପ୍ରକୃତରେ ଆପଣଙ୍କୁ କହି ରଖୁଛୁ ଯେ, ଉଭୟ ପାୟଲ ଓ କ୍ରିତିକା ଏହି ସମୟରେ ଗର୍ଭବତୀ ଅଛନ୍ତି । ସମ୍ପ୍ରତି ଯେତେବେଳେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଲା, ଲୋକମାନେ ଅରମାନ ମଲିକଙ୍କୁ ବହୁତ ଟ୍ରୋଲ କଲେ । କିନ୍ତୁ ତଥାପି ଲୋକମାନେ ତାଙ୍କ ଭିଡିଓକୁ ବହୁତ ଦେଖିବାକୁ ପସନ୍ଦ କରନ୍ତି । ଅରମାନ ମଲିକ ନିଜ ଘରେ ଘଟୁଥିବା ଦୈନନ୍ଦିନ କାର୍ଯ୍ୟକଳାପକୁ ସୋସିଆଲ ମିଡିଆରେ ଲୋକଙ୍କୁ ଦେଖାନ୍ତି ଓ ଅନେକ ଭ୍ୟୁଜ୍ ପାଆନ୍ତି ।