Nayanthara Vignesh Shivan Surrogacy Row : ନୟନତାରାଙ୍କ ସରୋଗେସି ସନ୍ତାନ ବିବାଦ, ଟ୍ରୋଲର୍ସଙ୍କୁ ବିଗ୍ନେଶଙ୍କ ଭଦ୍ର ଅପମାନ
Advertisement

Nayanthara Vignesh Shivan Surrogacy Row : ନୟନତାରାଙ୍କ ସରୋଗେସି ସନ୍ତାନ ବିବାଦ, ଟ୍ରୋଲର୍ସଙ୍କୁ ବିଗ୍ନେଶଙ୍କ ଭଦ୍ର ଅପମାନ

Nayanthara Vignesh Shivan surrogacy Row : ନିକଟରେ ପିତାମାତା ହୋଇଥିବା ସାଉଥ ଇଣ୍ତଷ୍ଟ୍ରିର ବିଗ୍ନେଶ ଶିବନ ଏବଂ ନୟନତାରା ନାଁ ଏଥିରେ ଯୋଡି ହୋଇଛି। ଏବେ କୁଆଡେ ଚର୍ଚ୍ଚା ହେଇଛି । ସାଉଥର ଏହି ପାଓ୍ବାରଫୁଲ କପୁଲ ସରୋଗେସି ଜରିଆରେ ପିତାମାତା ହୋଇଛନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆ

Nayanthara Vignesh Shivan surrogacy Row : ଆଜିକାଲି ଅନେକ ସେଲିବ୍ରେଟି ସରୋଗେସି ମାଧ୍ୟମରେ ସନ୍ତାନ ଆପଣାଉଛନ୍ତି । ସେ ପ୍ରିୟଙ୍କା ଚୋପ୍ରାଙ୍କ କଥା ହେଉ କି ପ୍ରୀତିଜିଣ୍ଟାଙ୍କ କଥା । ବଲିଉଡରେ ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ସରୋଗେସି ମାଧ୍ୟମରେ ସନ୍ତାନ ସୁଖ ପାଉଛନ୍ତି । ହେଲେ ନିକଟରେ ପିତାମାତା ହୋଇଥିବା ସାଉଥ ଇଣ୍ତଷ୍ଟ୍ରିର ବିଗ୍ନେଶ ଶିବନ ଏବଂ ନୟନତାରା ନାଁ ଏଥିରେ ଯୋଡି ହୋଇଛି। ଏବେ କୁଆଡେ ଚର୍ଚ୍ଚା ହେଇଛି । ସାଉଥର ଏହି ପାଓ୍ବାରଫୁଲ କପୁଲ ସରୋଗେସି ଜରିଆରେ ପିତାମାତା ହୋଇଛନ୍ତି । ଏହି ଖବର କେତେ ସତ କତେ ମିଛ ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଏଭଳି ଖବର ସାମ୍ନାକୁ ଆସିବା ପରେ ବିଗ୍ନେଶ ନିଜ ସୋସିଆଲ ମିଡିଆରେ କଡା ଜବାବ୍ ମଧ୍ୟ ଦେଇଛନ୍ତି । ସେ ନିଜ ଇନଷ୍ଟାରେ ଲେଖିଛନ୍ତି ଯେ, "ଯଦି ତୁମେ ଦୁନିଆକୁ ବଦଳାଇବାକୁ ଚାହୁଁଛ ତେବେ ନିଜ ଘରେ ଲୋକଙ୍କୁ ସମୟ ଦିଅ ଓ ସେମାନଙ୍କୁ ସ୍ନେହ କର , ଧୈର୍ଯ୍ୟ ରଖ" । କହିବାକୁ ଗଲେ ବିଗ୍ନେଶ୍‌ ଏବଂ ନୟନତାରା ଏପର୍ଯ୍ୟନ୍ତ ଏସବୁକୁ ନେଇ ମୁହଁ ଖୋଲି ନାହାନ୍ତି । କି କହିନାହାନ୍ତି ସେମାନଙ୍କ ଦୁଇ ପୁଅ ସରୋଗେସି ମାଧ୍ୟରେ ହୋଇଛି କି ନାହିଁ ।  ସାଉଥ୍ ଡିଭା ନୟନତାରା ଓ ନିର୍ଦ୍ଦେଶକ ବିଘ୍ନେଶ ଶିବନ ।  ଗତ ୪ ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟେ। ହେଲେ ଏ କପୁଲ ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛନ୍ତି । ନିକଟରେ ଜଆଁଳା ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ ନୟନତାରା । ଏନେଇ ବିଘ୍ନେଶ ନିଜ ଇନଷ୍ଟା ହ୍ୟାଣ୍ତେଲରେ ସେ, ତାଙ୍କ ପତ୍ନୀ ନୟନତାରା ସହିତ ନିଜ ଟୁଇନ୍ସ ଙ୍କର ଏକ ପାଦର ଫଟୋ ସେୟାର କରିଥିଲେ । 

 

ଫଟୋରେ ଦେଖିବାକୁ ମିଳିଛି ଯେ, ନୟନତାରା ଓ ବିଘ୍ନେଶ  ଜାଆଁଳା ଛୁଆଙ୍କ ପାଦକୁ ଖୁସିରେ ଚୁମ୍ବନ ଦେଉଛନ୍ତି । ବିଘ୍ନେଶ ସେହି ଫଟୋ କ୍ୟାପସନରେ ଲେଖିଛନ୍ତି । " ନୟନତାରା ଓ ମୁଁ ଆମ୍ମା ଓ ଆପ୍ପା ହୋଇଗଲୁ, ଉଭୟ ଭଗବାନଙ୍କ ଆର୍ଶିବାଦରୁ ଜାଆଁଳା ଶିଶୁପୁତ୍ର ପିତାମାତା ହୋଇଛୁ ।  ଆମର ଅନେକ ପ୍ରାର୍ଥନା ଓ ଆମର ପୂର୍ବଜଙ୍କ ଆଶୀର୍ବାଦ ରୂପରେ ଆମକୁ ଦୁଇଟି ସନ୍ତାନ ମିଳିଛି । ଆପଣମାନେ ଈଶ୍ୱରଙ୍କର ଏହି ଉପହାରକୁ ଆଶୀର୍ବାଦ କରନ୍ତୁ ।

ଏହାବି ପଢନ୍ତୁ : Urvashi Rautela : କରବା ଚୌଥର ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ଅଭିନେତ୍ରୀ, ୟୁଜର୍ସ କହିଲେ କିଛି ଏମିତି...

ନୟନତାରା ଓ ବିଗ୍ନେଶଙ୍କ ପ୍ରେମ ଫିଲ୍ମ ଇଣ୍ତଷ୍ଟ୍ରିରୁ ଆରମ୍ଭ ହୋଇଥିଲା । ଦିର୍ଘ ଦିନ ପରପ୍ପରକୁ ଡେଟ କରିବା ପରେ ମାର୍ଚ୍ଚ ୨୫, ୨୦୨୧ରେ ଏନଗେଜମେଣ୍ଟ ହୋଇଥିଲା । ପରେ ୨୦୨୨ରେ ଜୁନ୍ ୯ରେ ବିଘ୍ନେଶ ନୟନତାରାଙ୍କୁ ସାତ ଜନ୍ମର ସାଥି କରିଥିଲେ। ଯଦି ଆମେ ନୟନତାରାଙ୍କ କାମର କଥା କହିବା , ତେବେ, ଜଓ୍ବାନରେ ତାଙ୍କୁ କିଙ୍ଗଖାନଙ୍କ ସହ ଦେଖିବାକୁ ମିଳିବ । ନୟନତାରା ଶାହରୁଖ ଖାନଙ୍କ କୋ-ଷ୍ଟାର ଭୂମିକାରେ ଅଭିନୟ କରିବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଏନେଇ ଶାହାରୁକ୍ ନିଜ ଇନଷ୍ଟାରେ 'ଜୱାନ' ନେଇ କିଛି ପୋଷ୍ଟ କରିଥିଲେ । ସେ ଏଥିରେ ନୟନତାରାଙ୍କ ବିଷୟରେ କିଛି ଲେଖିଛନ୍ତି ।