Akanksha Dubey Death: ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଗାୟକ ସମର ସିଂଙ୍କୁ ବାନ୍ଧିଲା ପୋଲିସ
Advertisement

Akanksha Dubey Death: ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଗାୟକ ସମର ସିଂଙ୍କୁ ବାନ୍ଧିଲା ପୋଲିସ

Akanksha Dubey Death: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା ଘଟଣାରେ ଗାୟକ ସମର ସିଂଙ୍କୁ ଗିରଫ କରିଛି ପୋଲିସ। ଅଭିନେତ୍ରୀଙ୍କ ମା ’ସମର ସିଂ ଓ ତାଙ୍କ ଭାଇ ସଂଜୟ ସିଂଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। 

ସୌ(ସୋସିଆଲ ମିଡିଆ)

Akanksha Dubey Death: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ(Akanksha Dubey) ଆତ୍ମହତ୍ୟା ଘଟଣାକୁ ନେଇ ଏକ ବଡ଼ ଅବଡ଼େଟ ସାମ୍ନାକୁ ଆସିଛି । ଅଭିନେତ୍ରୀଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରର୍ବତ୍ତାଇବା ଅଭିଯୋଗରେ ଗାୟକ ତଥା ଅଭିନେତା ସମର ସିଂଙ୍କୁ(singer Samar Singh)  ଗିରଫ କରିଛି ପୋଲିସ। ଅଭିନେତ୍ରୀଙ୍କ ମା ’ସମର ସିଂ ଓ ତାଙ୍କ ଭାଇ ସଂଜୟ ସିଂଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଥିବାବେଳେ କୋର୍ଟ ତାଙ୍କ ବିରୋଧରେ ଶୁକ୍ରବାର ଦିନ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତେବେ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା ମାମଲାରେ ସମର ସିଂଙ୍କୁ ବାନ୍ଧିଛି ପୋଲିସ ।

ଆକାଂକ୍ଷା ଦୁବେଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ(postmortem report) ଅଭିନେତ୍ରୀଙ୍କ ପେଟରେ ଅଜଣା ତରଳ ପଦାର୍ଥ ଥିବା ଜଣାପଡ଼ିଥିଲା । କୁହାଯାଉଛି ଯେ, ଏହାକୁ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି। ଅଭିନେତ୍ରୀଙ୍କ ମା ’ସମର ସିଂଙ୍କ(Samar Singh) ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ତେବେ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସମର ସିଂଙ୍କୁ ଗାଜିଆବାଦରୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏଥି ସହିତ ଭାଇ ସଞ୍ଜୟ ସିଂର ମଧ୍ଯ ସନ୍ଧାନ ଜାରି ରଖିଛି ପୋଲିସ। ଆକାଂକ୍ଷାଙ୍କ ମାଆ ମଧୁ ଦୁବେ(akanksha dubey Mother Madhu Dubey) ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ସମର ସିଂ ଓ ତାଙ୍କ ଭାଇ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ମଧୁ ଆଉ ମଧ୍ଯ ଅଭିଯୋଗ କରିଛନ୍ତି ଯେ, ସମର ସିଂ ଆକାଂକ୍ଷାଙ୍କ ଠାରୁ ଟଙ୍କା ଧାର ନେଇଥିଲେ। ଦୀର୍ଘ ଦିନ ପରେ ମଧ୍ଯ ସେ ଟଙ୍କା ଫେରସ୍ତ କରିନଥିଲେ । ଯେଉଁଲାଗି ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସମର ସିଂ ଓ ଭାଇ ସଂଜୟ ସିଂଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ପ୍ରର୍ବତ୍ତାଇବା, ଧମକ ଦେବା ଭଳି ବିଭିନ୍ନ ମାମଲା ରୁଜୁ କରାଯାଇଥିଲା। ଏହା ପରେ ଉଭୟଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଥିଲା । ପରେ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। କୁହାଯାଉଛି ଯେ, ସମର ସିଂ ଗିରଫ ହେବା ଭୟରେ ବାରମ୍ବାର ସ୍ଥାନ ବଦଳାଉଥିଲେ।

 

ପ୍ରକାଶ ଥାଉ କି, ଗତ ମାର୍ଚ୍ଚ ୨୬ ତାରିଖରେ ଭୋଜପୁରୀ ଅଭିନେତ୍ରୀ(bhojpuri actress) ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ମିଳିଥିବା ସୂଚନା ଅନୁଯାୟୀ,ଆକାଂକ୍ଷା ଦୁବେ(Akanksha Dubey) ଏକ ଫିଲ୍ମର ସୁଟିଂ ପାଇଁ ବାରଣାସୀ ଆସିଥିଲ। କିନ୍ତୁ ପର ଦିନ ଏକ ଘରୋଇ ହୋଟେଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଆକାଂକ୍ଷାଙ୍କ ଅଚାନକ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ଲାଇଭ୍ ଆସିଥିଲେ ଆକାଂକ୍ଷା । ପରେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲା (Akanksha Dubey Death Case)। ଭୋଜପୁରି ଗାୟକ ସମର ସିଂହ ଓ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଅଭଯୋଗ ହୋଇଥିଲା। ଗାୟକ ସମର ସିଂହ (singer Samar Singh) ତାଙ୍କ ଭାଇ (Samar Singh brother )ଅଭିନେତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇ ଥିଲେ ବୋଲି ଅଭିନେତ୍ରୀଙ୍କ ମା’ ଅଭିଯୋଗ କରିଥିଲେ । ଅଭିନେତ୍ରୀଙ୍କ(actress) ରୁମରୁ କୌଣସି ସୁଇସାଇଡ ନୋଟ୍‌ ମିଳିନଥିବା ବେଳେ ପୂର୍ବରୁ ଏହା ଆତ୍ମହତ୍ୟା ବୋଲି ପୋଲିସ କହିଥିଲା । ଗାୟକ ସମର ସିଂଙ୍କ ସହ ଅଭିନେତ୍ରୀଙ୍କ (actress) ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା ।