Salman Khan First Girlfriend: ବଲିଉଡର ଦବଙ୍ଗ ଷ୍ଟାର୍ ସଲମାନ ଖାନ୍। ତାଙ୍କୁ କିଏବା ନାଣେ। ଅଧିକାଂଶ ସମୟରେ ସଲମାନଙ୍କ ତାଙ୍କ ଫିଲ୍ମ ପାଇଁ ଲାଇମ ଲାଇଟରେ ରହୁଥିବା ବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଧିକ ଚର୍ଚ୍ଚାରେ ମଧ୍ୟ ଥାନ୍ତି । ଆପଣ ଜାଣିଛନ୍ତି କି ସଲାମାନଙ୍କ ପ୍ରଥମେ ପ୍ରେମିକା କିଏ ? ଆପଣ ନିଶ୍ଚୟ ଭାବୁଥିବେ ,ସଲମାନ ଖାନଙ୍କ ପ୍ରଥମ ପ୍ରେମିକା ଐଶ୍ବର୍ଯ୍ୟା ରାୟ , ସଙ୍ଗୀତା ବିଜଲାନୀ କି ସୋମୀ ଅଲ୍ଲୀ ହୋଇଥିବା ନିଶ୍ଚୟେ ।
Trending Photos
Salman Khan First Girlfriend: ବଲିଉଡର ଦବଙ୍ଗ ଷ୍ଟାର୍ ସଲମାନ ଖାନ୍। ତାଙ୍କୁ କିଏବା ନାଣେ। ଅଧିକାଂଶ ସମୟରେ ସଲମାନଙ୍କ ତାଙ୍କ ଫିଲ୍ମ ପାଇଁ ଲାଇମ ଲାଇଟରେ ରହୁଥିବା ବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଧିକ ଚର୍ଚ୍ଚାରେ ମଧ୍ୟ ଥାନ୍ତି । ଆପଣ ଜାଣିଛନ୍ତି କି ସଲାମାନଙ୍କ ପ୍ରଥମେ ପ୍ରେମିକା କିଏ ? ଆପଣ ନିଶ୍ଚୟ ଭାବୁଥିବେ ,ସଲମାନ ଖାନଙ୍କ ପ୍ରଥମ ପ୍ରେମିକା ଐଶ୍ବର୍ଯ୍ୟା ରାୟ , ସଙ୍ଗୀତା ବିଜଲାନୀ କି ସୋମୀ ଅଲ୍ଲୀ ହୋଇଥିବା ନିଶ୍ଚୟେ । କିନ୍ତୁ ନାଁ, ସଲମାନଙ୍କ ପ୍ରଥମ ପ୍ରେମିକା ଏମାନଙ୍କ ମଧ୍ୟରୁ କେହି ନୁହେଁ । ସଲମାନ ଯେତେବେଳେ କଲେଜରେ ପଢୁଥିଲେ ସେହି ସମୟରେ ପ୍ରଥମେ ସେ ପ୍ରେମରେ ପଡିଥିଲେ ।
ସଲମାନ ଖାନଙ୍କର ପ୍ରଥମ ଗର୍ଲଫ୍ରେଣ୍ଡ କିଏ?
ଖବର ଅନୁଯାୟୀ ସଲମାନ ଖାନ, ସେଣ୍ଟ ଜାଭିୟର କଲେଜ (St. Xavier's College) ରେ ପାଠ ପଢୁଥିଲେ । ସେଠାରେ ସେ ଶାହିନ୍ ବାନୁଙ୍କୁ (Shaheen Banu) ପ୍ରଥମେ ଦେଖିଥିଲେ। ପ୍ରଥମ ଦେଖାରେ ହିଁ ଭାଇଜାନ ତାଙ୍କୁ ମନଦେଇ ବସିଥିଲେ । ପରେ ସେ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ । ଆଉ ଶାହିନ ବାନୁ ମଧ୍ୟ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାକ୍ଷାନ କରିପାରି ନଥିଲେ । ଶୁଣିବାକୁ ମିଳେ ଯେ,ସଲମାନ ଓ ସାହିନ ମଧ୍ୟ ପରପ୍ପରକୁ ଭେଟିବାକୁ ଲାଗିଲେ । ଆଉ ଏ ପ୍ରେମୀ ଯୁଗଳଙ୍କୁ ନିକଟତର ହେବାରେ ସାହାର୍ଯ୍ୟ କରୁଥିଲେ କିଆରା ଆଡଭାନୀଙ୍କ ମାଆ । କିଆରା ଆଡଭାନୀଙ୍କ ମା ଏବଂ ଶାହିନ୍ ବାନୋଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବୋଲି କୁହାଯାଏ । ଶାହିନ୍ ବାନୁ ୮୦-୯୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ।
ଖବର ଅନୁଯାୟୀ,ଶାହିନ ବାନୁ ସଲମାନ ଖାନଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ଥିଲେ। ଏହା ମଧ୍ୟ କୁହାଯାଇଛି ଯେ ଉଭୟ ସଲମାନ ଖାନ ଏବଂ ଶାହିନ ବାନୁ 'ମେନେ ପ୍ୟାର କିୟା' ପାଇଁ ଅଡିସନ ଦେଇଥିଲେ । ଫିଲ୍ମ ପାଇଁ ସଲମାନଙ୍କୁ ବଛା ଯାଇଥିବା ବେଳେ ଶାହିନଙ୍କୁ ରିଜେକ୍ଟ କରାଯାଇଥିଲା। ଏହି ଫିଲ୍ମ ରିଲିଜ ହେବା ମାତ୍ରେ ରାତାରାତି ଷ୍ଟାର ହୋଇଯାଇଥିଲେ ସଲମାନ ।
ଏହି କାରଣରୁ ଶାହିନ୍ ବାନୋଙ୍କ ସହ ସଲମାନଙ୍କ ସମ୍ପର୍କ ଭାଙ୍ଗିଗଲା:
ଖବର ଅନୁଯାୟୀ, ୧୯୮୦ ମସିହାରେ ସଲମାନଙ୍କ ଜୀବନରେ ଆସିଥିଲେ ଆଉ ଜଣେ ସୁନ୍ଦରୀ । ୧୯୮୦ ମସିହାରେ,ଯେତେବେଳେ ସଙ୍ଗୀତା ବିଜଲାନି ମିସ୍ ଇଣ୍ଡିଆ ହୋଇଥିଲେ। ସେତେବେଳେ ସେ ସଲମାନ ଖାନଙ୍କ ସଂଶ୍ପର୍ଷରେ ଆସିଥିଲେ। ପରେ ସଲମାନ ଓ ସଙ୍ଗୀତାଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଥିଲା । ସେତେବେଳେ ସଲୁମିଆଁ ଶାହିନଙ୍କ ଠାରୁ ଦୂରେଇ ଯାଇଥିଲେ । ସଲମାନ ଓ ଶାହିନଙ୍କ ବ୍ରେକଅଫ ପରେ ସଲମାନ ଖାନ୍ ସଙ୍ଗୀତାଙ୍କ ଅଧିକ ନିକଟତର ହେବାକୁ ଲାଗିଲେ । ଏତେ ନିକଟତର ହୋଇଥିଲେ ଯେ, ଉଭୟ ବିବାହ କରିବାକୁ ଯାଉଥିଲେ। ତା’ପରେ ସଲମାନଙ୍କ ଜୀବନରେ ଆଉ ଏକ ନୂଆ ନା