Job Oppertunities: OPGCରେ ମିଳିବ ଚାକିରି, ହାର୍ଡ କପି ଦାଖଲ କରିବାର ଆଜି ଶେଷ ଦିନ..
Advertisement
Article Detail0/zeeodisha/odisha1939697

Job Oppertunities: OPGCରେ ମିଳିବ ଚାକିରି, ହାର୍ଡ କପି ଦାଖଲ କରିବାର ଆଜି ଶେଷ ଦିନ..

Job Oppertunities: ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ଯୁବକ-ଯୁବତୀଙ୍କ ପାଇଁ ଏକ ଖୁସି ଖବର। ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (OPGC) ପକ୍ଷରୁ ବାହାରିଛି ବଡ଼ ନିଯୁକ୍ତି ସୁଯୋଗ। ସିନିୟର ଜେନେରାଲ ମ୍ୟାନେଜର -ଏଚଆର ଏବଂ ଆଇଆର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ଆବେଦନ କରି ଚାକିରି ପାଇପାରିବେ। ଏହି ଚାକିରିରେ ଦରମା ମଧ୍ୟ ମୋଟା ଅଙ୍କର ରହିଛି।

ଆବେଦନ କରୁଥିବା ପ୍ରାର୍ଥୀ ଅତିକମରେ ୬୦ ପ୍ରତିଶତ ମାର୍କ ସହ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।ଏଥିପାଇଁ ପ୍ରାର୍ଥୀଙ୍କ ଅଭିଜ୍ଞତା ୨୫ ବର୍ଷରୁ ଅଧିକ ବର୍ଷର ରହିଥିବ ଆବଶ୍ୟକ । ପ୍ରାର୍ଥୀ କେନ୍ଦ୍ର(Center) / ରାଜ୍ୟ ପିଏସୟୁ(State PSU) / ପ୍ରାଇଭେଟ କମ୍ପାନୀ ଅଧିନରେ ୨୦ ବର୍ଷରୁ ଅଧିକ ବର୍ଷ ଧରି କାର୍ଯ୍ୟ କରିଥିବେ। ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୫୬ ବର୍ଷ ହୋଇଥିବା ଆବଶ୍ୟକ । ୨୦୦ରୁ ଅଧିକ କାର୍ଯ୍ୟନିର୍ବାହୀ ରହିଥିବା କେନ୍ଦ୍ର / ରାଜ୍ୟ ପିଏସୟୁର ଏଚଆର ବିଭାଗରେ(HR Department) ଲିଡରସିପ୍ କ୍ଷେତ୍ରରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ।

ଏହି ଚାକିରି ପାଇଁ ମାନବ ସମ୍ବଳ(HR), ଶିଳ୍ପ ସମ୍ପର୍କ, କର୍ମଚାରୀ ସମ୍ପର୍କ(Employee Relation) ଓ ପ୍ରଶାସନିକ କାର୍ଯ୍ୟରେ(Administrative Work) ପ୍ରାର୍ଥୀଙ୍କର ଅଭିଜ୍ଞତା ରହିଥିବା ସହ ଡିଜାଇନିଂ, ମାନବ ସମ୍ବଳ ରଣନୀତି ପ୍ରସ୍ତୁତ କରିବା ଆଦି ବିଷୟରେ ଜ୍ଞାନ ରହିଥିବା ଆବଶ୍ୟକ । ପ୍ରାର୍ଥୀ ଓଡ଼ିଆ ଭାଷା(Odia Language) ଜାଣିବା ସହ ଥର୍ମାଲ ପାୱାର ପ୍ଲାଣ୍ଟରେ ଅତିମରେ ୫ ବର୍ଷ ଧରି କାର୍ଯ୍ୟ କରିଥିବା ଆବଶ୍ୟକ । ଯଦି କେହି ପ୍ରାର୍ଥୀ ପୂର୍ବରୁ କେନ୍ଦ୍ର / ରାଜ୍ୟ ପିଏସୟୁରେ କାର୍ଯ୍ୟ କରିଥିବେ ତେବେ ଉକ୍ତ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ। ତେବେ ଅକ୍ଟୋବର ମାସ ୭ରୁ ୨୨ ତାରିଖ ମଧ୍ୟରେ ଯେଉଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିବେ ସେମାନେ ଆଜି ସୁଦ୍ଧା ସେମାନଙ୍କର ଆପ୍ଲିକେସନର ହାର୍ଡ କପି ସହିତ ଅନ୍ୟ ଡକ୍ୟୁମେଣ୍ଟ ଧାର୍ଯ୍ୟ ଠିକଣାରେ ପଠାଇବାକୁ ଅନୁରୋଧ ।

Also Read: Government Jobs 2023: ଅନେକ ପଦବୀରେ ଚାକିରୀ ଦେବାକୁ ବିଜ୍ଞପ୍ତି ଜାରି କଲା ସେଣ୍ଚ୍ରାଲ ବ୍ୟାଙ୍କ୍, ତୁରନ୍ତୁ କରନ୍ତୁ ଆବେଦନ