JEE Advanced Result 2022: ଶିଶିର କଲେ ଟପ୍; ଦେଖନ୍ତୁ ଟପ୍ପର ଲିଷ୍ଟ
Advertisement
Article Detail0/zeeodisha/odisha1346595

JEE Advanced Result 2022: ଶିଶିର କଲେ ଟପ୍; ଦେଖନ୍ତୁ ଟପ୍ପର ଲିଷ୍ଟ

JEE Advanced Result 2022: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ, JEE ଆଡଭାନ୍ସ ୨୦୨୨ ର ରେଜଲ୍ଟ ଘୋଷଣା କରିଛି । IIT JEE ଟପ୍ପରଙ୍କ ନାମ ମଧ୍ୟ ଅନୁଷ୍ଠାନ ଦ୍ୱାରା ଜାରି କରଯାଇଛି । ଏଠାରେ ଆପଣ ଟପ୍ପର ମାନଙ୍କ ଲିଷ୍ଟ ଦେଖିପାରିବେ ।

ସୌ: ସୋସିଆଲ ମିଡିଆ

JEE Advanced Topper List 2022 Released: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ, JEE ଆଡଭାନ୍ସଡ ୨୦୨୨ ର ରେଜଲ୍ଟ ଘୋଷଣା କରିଛି । ଏହା ସହ IIT JEE ଟପ୍ପରଙ୍କ ନାମ ମଧ୍ୟ ଅନୁଷ୍ଠାନ ଦ୍ୱାରା ଜାରି କରଯାଇଛି । ଆଇଆଇଟି ବମ୍ବେ ଜୋନର ଆର.କେ ଶିଶିର ଏହି ପରୀକ୍ଷାରେ ଶୀର୍ଷରେ ରହିଛନ୍ତି, ତା’ପରେ ଆଇଆଇଟି ଦିଲ୍ଲୀ ଜୋନର ତନିସ୍କା କାବ୍ରା, ଯିଏ ଝିଅମାନଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି । କହିରଖୁଛୁ ଯେ ଆର.କେ ଶିଶୀର ୩୬୦ ମାର୍କ ମଧ୍ୟରୁ ୩୧୪ ଓ ତନିସ୍କା କାବ୍ରା JEE (ଆଡଭାନ୍ସଡ) ୨୦୨୨ ରେ ୩୬୦ ରୁ ୨୭୭ ସ୍କୋର କରିଛନ୍ତି । 

ଅନ୍ୟପକ୍ଷରେ ଆର.କେ ଶିଶୀରଙ୍କ ପରେ ପୋଲୁ ଲକ୍ଷ୍ମୀ ସାଇ ଲୋହିତ ରେଡ୍ଡୀ ଓ ଥୋମାସ ବିଜୁ ଚିରାମଭେଲିଲ CRL Rank ୨ ଓ ୩ କୁ ନିଜ ନାମରେ କରିଛନ୍ତି ଓ ଏହା ପରେ CRL ରାଙ୍କରେ ଭଙ୍ଗାପାଲ୍ଲୀ ସାଇ ସିଦ୍ଧାର୍ଥ ଚତୁର୍ଥ ଓ CRL ରାଙ୍କ ୫ ରେ ମୟଙ୍କ ମୋଟୱାନି ରହିଛନ୍ତି । କହିରଖୁଛୁ ଯେ ଚଳିତ ବର୍ଷ ମୋଟ ୧୬୦୦୩୮ ପ୍ରାର୍ଥୀ ପରୀକ୍ଷା ଦେବାପାଇଁ ପଞ୍ଜୀକୃତ କରିଥିଲେ ଓ ୧୫୫୫୩୮ ଉଭୟ ପେପେର ଦେବା ପାଇଁ ହାଜର ହୋଇଥିଲେ, ସେଥିମଧ୍ୟରୁ ୪୦୭୧୨ ଜଣ ପ୍ରାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://jeeadv.ac.in/ ଉପରେ କ୍ଲିକ୍ କରି ଟପ୍ପର ତାଲିକା (JEE Advanced Topper List 2022) କୁ ସିଧାସଳଖ ଯାଞ୍ଚ କରିପାରିବେ । ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ପରୀକ୍ଷାରେ ମୋଟ ୧୦ ଜଣ ପ୍ରାର୍ଥୀ ରାଙ୍କ ୧ ହାସଲ କରିଛନ୍ତି । ଏଥିମଧ୍ୟରେ ଆର.କେ ସିଶିର, ଭାଙ୍ଗପାଲୀ ସାଇ ସିଦ୍ଧାର୍ଥ, ପଲିସେଟୀ କାର୍ତ୍ତିକେୟ, ଦ୍ୟାଲା ଜନ୍ ଜୋସେଫ, ଲାଭେଶ ମହର, ଓଜାସ ମହେଶ୍ୱରୀ, ଗାଇକୋଟି ବିଗ୍ନେଶ, ଓମକର ରମେଶ ଶିରପୁର, ତାଡ ସିମିପୁର ଓ ତାଦ ସିମିପୁର ଅନ୍ତର୍ଭୁକ୍ତ ।

JEE ଆଡଭାନ୍ସଡ ପରୀକ୍ଷା ଦେଇଥିବା (JEE ଆଡଭାନ୍ସଡ ରେଜଲ୍ଟ ୨୦୨୨) ସମସ୍ତ ପ୍ରାର୍ଥୀ ଏହାର ଅଫିସିଆଲ୍ ୱେବସାଇଟରେ jeeadv.ac.in ରେ ମଧ୍ୟ ଯାଞ୍ଚ କରିପାରିବେ । ରେଜଲ୍ଟ ସହିତ ଏନସାର କି ମଧ୍ୟ ପ୍ରକାଶ ପାଇଛି । ଏହାପୂର୍ବରୁ ଏନସାର କି ଚାବି ସେପ୍ଟେମ୍ବର ୩ ରେ ପ୍ରକାଶ ପାଇଥିଲା ଓ ରେଜଲ୍ଟକୁ ନେଇ ଆପତ୍ତି ଉଠାଇବାର ଶେଷ ତାରିଖ ୪ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଥିଲା । 

ଏହି ପରୀକ୍ଷାରେ ସଫଳ ପ୍ରାର୍ଥୀମାନେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି ଆଡମିଶନ ପାଇଁ ପରିଚାଳିତ JoSAA କାଉନସେଲିଂ ପାଇଁ ଆବେଦନ କରିପାରିବେ । କାଉନସେଲିଂ ପ୍ରକ୍ରିୟା ୧୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।

ଏହା ବି ପଢ଼ନ୍ତୁ: କଂଗ୍ରେସକୁ ନିର୍ବାଚନରେ ​​ଲାଭ ଦେବ କି 'ଭାରତ ଯୋଡୋ ଯାତ୍ରା'? ସର୍ଭେରୁ ହେଲା ଏହି ବଡ ଖୁଲାସା

ଏହା ବି ପଢ଼ନ୍ତୁ: Bharat Jodo Yatra: କାହା ପରାମର୍ଶରେ କଂଗ୍ରେସ କରୁଛି ୩୫୦୦ କିଲୋମିଟର ପଦଯାତ୍ରା? ଜାଣନ୍ତୁ ପ୍ରଚ୍ଛଦପଟର କାହାଣୀ