Indian Railway: ଟ୍ରେନରେ କେତେଟା ଗିଅର୍ ରହିଛି...? ଜାଣନ୍ତୁ କେବେ ପକାଯାଏ ଟପ୍ ଗିଅର୍
Advertisement

Indian Railway: ଟ୍ରେନରେ କେତେଟା ଗିଅର୍ ରହିଛି...? ଜାଣନ୍ତୁ କେବେ ପକାଯାଏ ଟପ୍ ଗିଅର୍

Indian Railway: ସାଧାରଣ ଗାଡି ପରି ବେଗ ନିୟନ୍ତ୍ରଣ କରିବା ପାଇଁ ଟ୍ରେନର ଇଞ୍ଜିନରେ ମଧ୍ୟ ଗିଅର୍ ରହିଛି । ରେଳବାଇରେ କୌଣସି ଲୋକୋମୋଟିଭ୍ ଇଞ୍ଜିନର ସମ୍ପୂର୍ଣ୍ଣ ସ୍ପିଡ୍ ଟେଷ୍ଟିଙ୍ଗ କରାଯାଏ ନାହିଁ । ଆସନ୍ତୁ ଜାଣିବା ଟ୍ରେନରେ କେତେଟା ଗିଅର୍ ରହିଛି...

ସାଙ୍କେତିକ ଛବି

Train gear, Indian Railway: ଭାରତୀୟ ରେଳବାଇ ୬୮,୦୦୦ କିଲୋମିଟରରୁ ଅଧିକ ଟ୍ରାକ୍, ପ୍ରାୟ ୧୩୨୦୦ ଯାତ୍ରୀବାହୀ ଟ୍ରେନ୍ ଓ ୭୩୨୫ ଷ୍ଟେସନ୍ ସହିତ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ଅଟେ । ଗାଁ ଓ ସହରଠାରୁ ଆରମ୍ଭ କରି ମହାନଗରୀ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ କୋଣରେ ରେଳ ଟ୍ରାକ୍ ବିଛାଯାଇଛି, ଯେଉଁଥିରେ ଭାରତୀୟ ରେଳ (Indian Railway) ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ନେଇଥାଏ ।

ଟ୍ରେନ୍ ଇଞ୍ଜିନ୍ ବହୁତ ଭାରୀ କୋଚ୍କୁ ଅତି ସହଜରେ ଟାଣିଥାଏ । ଏପରି ପରିସ୍ଥିତିରେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଆପଣଙ୍କ ମନରେ ଆସିଥିବା ଯେ ଟ୍ରେନର ଇଞ୍ଜିନରେ କେତୋଟି ଗିଅର୍ ଅଛି, ଯାହା ଏତେ ଓଜନିଆ ଡବାକୁ ଏକାସାଙ୍ଗରେ ଟାଣିପାରୁଛି । ଆମେ ଆପଣଙ୍କୁ ଏଠାରେ କହୁଛୁ ଯେ ଯେତେବେଳେ ଏହି ଇଞ୍ଜିନ୍ କୋଚ୍ ସହିତ ଟ୍ରାକରେ ଚାଲିଥାଏ, ସେତେବେଳେ ଏହାର ଟପ୍ ଗିଅର୍ କେତତେବେଳେ ପକାଯାଏ…

ଟ୍ରେନର କେତୋଟି ଗିଅର୍ ଥାଏ
ସାଧାରଣ ଗାଡି ପରି ଟ୍ରେନର ଇଞ୍ଜିନରେ ଗତି ନିୟନ୍ତ୍ରଣ କରିବାକୁ ଗିଅର୍ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଡିଜେଲ ଲୋକୋମୋଟିଭ୍ ଚଳାଉଥିବା ଲୋକୋ ପାଇଲଟ୍ ନିଜେ ଏହି ସୂଚନା ସେୟାର କରିଛନ୍ତି । ଡିଜେଲ ଲୋକୋମୋଟିଭ୍ ବିଷୟରେ ସେ କହିଛନ୍ତି ଯେ ରେଳ ଇଞ୍ଜିନରେ ସାଧାରଣ ଟ୍ରେନ୍ ଭଳି ଗିଅର୍ ମଧ୍ୟ ଅଛି, ସେମାନଙ୍କୁ କେବଳ ନଚ୍ କୁହାଯାଏ । ଏକ ଡିଜେଲ ଲୋକୋମୋଟିଭରେ ସମୁଦାୟ ୮ଟି ନଚ୍ ଅଛି । ଡିଜେଲ ଲୋକୋମୋଟିଭ୍ ଓ ଇଲେକ୍ଟ୍ରିକ୍ ଲୋକୋମୋଟିଭର ଡିଜାଇନ୍ ଅଲଗା, ତେଣୁ ଚାଲିବା ସମୟରେ ସେମାନଙ୍କର ନଚ୍ ଗୁଡ଼ିକ ଭିନ୍ନ ଭାବରେ ପ୍ରସ୍ତୁତ । ଯେକୌଣସି ଟ୍ରେନର ଗତି ଇଞ୍ଜିନର ଶକ୍ତି ଉପରେ ନିର୍ଭର କରେ ଓ ଇଞ୍ଜିନରୁ ପ୍ରୟୋଗ ହୋଇଥିବା ପାୱାର ସେକ୍ସନ ଉପରେ ନିର୍ଭର କରେ । ସେକ୍ସନର ଅର୍ଥ ହେଉଛି ସେହି ମାର୍ଗର ଟ୍ରାକର କ୍ଷମତା ଓ ସେହି ଟ୍ରାକ୍ ଟ୍ରେନ୍କୁ କେତେ ଗତି ସହ୍ୟ କରିପାରିବ ।

ଯେତେବେଳେ ଟ୍ରେନ୍ ଏକ ସମାନ ବେଗରେ ଚାଲିଥାଏ, ସେତବେଳେ ଏହି ଗିଅର୍ କିମ୍ବା ନଚକୁ ଫିକ୍ସ କରିଦିଆ ଯାଇଥାଏ । ଟ୍ରେନ୍ ଅଷ୍ଟମ ନଚରେ ୧୦୦ କିଲୋମିଟର ବେଗ ଧରିଥାଏ । ଥରେ ନଚକୁ ଫିକ୍ସକଲେ ଏହାକୁ ବାରମ୍ବାର ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ । ଯେତେବେଳେ ଟ୍ରେନର ଗତି ହ୍ରାସ କରିବାକୁ ପଡେ, ନଚକୁ ଡାଉନ କରାଯିବା ପରେ ଟ୍ରେନର ଗତି ଆପେ ଆପେ କମିଯାଏ ।

କୌଣସି ଲୋକୋମୋଟିଭ୍ ଇଞ୍ଜିନ୍ ର ସମ୍ପୂର୍ଣ୍ଣ ଗତିର ଟେଷ୍ଟ ରେଳବାଇରେ କରାଯାଏ ନାହିଁ । ରେଳବାଇ ଡିଜେଲ ଇଞ୍ଜିନ ବଦଳରେ ଇଲେକ୍ଟ୍ରୋନିକ ଲୋକୋମୋଟିଭରେ ପ୍ରବେଶ କରିଛି । ଇଲେକ୍ଟ୍ରିକ୍ ଇଞ୍ଜିନ୍ ରେ ଏକ ସ୍ୱୟଂଚାଳିତ ଗିଅର୍ ସିଫ୍ଟ ଯଥା ନଚ୍ ସିଫ୍ଟ ଅଛି ।

ଏହା ବି ପଢ଼ନ୍ତୁ: କାହିଁକି କେବଳ କଳା କୋଟ୍ ଓ ଧଳା ସାର୍ଟ ପିନ୍ଧନ୍ତି ଓକିଲ? ଜାଣନ୍ତୁ ଏହାପଛର ରୋଚକ କାହାଣୀ

ଏହା ବି ପଢ଼ନ୍ତୁ: ପରିସ୍ରା ଲାଗିଲେ କାହିଁକି କାନି ଆଙ୍ଗୁଠି ଦେଖାନ୍ତି? କେବେ ଭାବିଛନ୍ତି ଏହା ବିଷୟରେ, ଜାଣନ୍ତୁ ଉତ୍ତର