Modi Inaugurated Prabasi Bhartiya Divas: ପ୍ରବାସୀ ଭାରତୀୟଙ୍କୁ ନିବେଶ ଓ ଗବେଷଣା ଲାଗି ଆହ୍ୱାନ ଦେଲେ ମୋଦୀ
Advertisement
Article Detail0/zeeodisha/odisha2593877

Modi Inaugurated Prabasi Bhartiya Divas: ପ୍ରବାସୀ ଭାରତୀୟଙ୍କୁ ନିବେଶ ଓ ଗବେଷଣା ଲାଗି ଆହ୍ୱାନ ଦେଲେ ମୋଦୀ

ଆସନ୍ତା ଥରକୁ ଆପଣ ଆସିବା ବେଳକୁ କେବଳ ମୂଳ ଭାରତୀୟ ନୁହଁନ୍ତି ଆପଣ ଅନ୍ୟ ସମ୍ପ୍ରଦାୟରୁ ଆପଣଙ୍କ ୫ ଜଣ ବନ୍ଧୁଙ୍କୁ ନିଶ୍ଚୟ ଭାରତ ଆଣନ୍ତୁ ବୋଲି ମୋଦୀ କହିଛନ୍ତି।

Modi Inaugurated Prabasi Bhartiya Divas: ପ୍ରବାସୀ ଭାରତୀୟଙ୍କୁ ନିବେଶ ଓ ଗବେଷଣା ଲାଗି ଆହ୍ୱାନ ଦେଲେ ମୋଦୀ

Modi Inaugurated Prabasi Bhartiya Divas:ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରଠାରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ସେ ଭାରତ ଓ ଭାରତର ସଂସ୍କୃତିକୁ ସେମାନେ ରହୁଥିବା ଦେଶରେ ପ୍ରଭାବୀ ଢଙ୍ଗରେ ପ୍ରସାର ପାଇଁ ଆହ୍‍ୱାନ ଦେଇଛନ୍ତି। ଭାରତକୁ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା ପାଇଁ ନିଜକୁ ଅନ୍ତର୍ଭୁକ୍ତ କରିବା ଲାଗି କହିଛନ୍ତି। କୌଣସି ନା କୌଣସି କୋଣରୁ ଭାରତ ତିଆରି ଉତ୍ପାଦ କିଣିବା ଲାଗି ମୋଦୀ କହିବା ସହ ମୂଳ ଭାରତବାସୀ ସେ ଦେଶକୁ କାହିଁକି ଆସିଲେ, କେମିତି ତାଙ୍କ ଯାତ୍ରା ରହିଥିଲା ସେ ବିଷୟରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଛନ୍ତି। 

ଶ୍ରୀ ମେଦୀ କହିଛନ୍ତି, ଆପଣଙ୍କ ଅନେକ ସଫଳତାର କାହାଣୀ ରହିଛି ଯାହାକୁ ଶୁଣାଯିବା ଦେଖାଯିବା ଏବଂ ବୁଝିବା ଜରୁରୀ। ଏହା ଆମର ଭାଗିଦାରୀ ଐତିହ୍ୟ। ମନ୍‍କୀ ବାତ କାର୍ଯ୍ୟକ୍ରମରେ ମୁଁ ଏବାବଦରେ କହିଥିଲି। କିଛି ଶହ ବର୍ଷ ପୂର୍ବରୁ ଗୁଜରାଟର କିଛି ପରିବାର ଓମାନରେ ବସତି ସ୍ଥାପନ କରିଥିଲେ। ତାଙ୍କର ଯାତ୍ରା ଅନେକ ଗୁରୁତ୍ୱପୂର୍ଣ୍ଣ। ଏହି ସମ୍ପ୍ରଦାୟ ସହ ଯୋଡ଼ି ହୋଇଥିବା ନଥିକୁ ଡିଜିଟାଇଜ କରାଯିବା ସହ ଏହି ସମ୍ପ୍ର୍ରଦାୟର ବରିଷ୍ଠ ଲୋକଙ୍କଠାରୁ ଅନୁଭବ ସଂଗ୍ରହ କରାଯାଇଛି। ଏଥିରୁ ଅନେକ ପରିବାର ଆମ ମଧ୍ୟୟରେ ଆଜି ଉପସ୍ଥିତ ରହିଛନ୍ତି। ସେହିପରି ମରରିସସ୍‍, ଫିଜି, ସୁରିନାମ, ତ୍ରନିଦାନ, ଟବାଗୋ, ଗାଏନା ପ୍ରଭୃତି ଦେଶରେ ଅନେକ ଭାରତୀୟ ଶହ ଶହ ବର୍ଷ ହେଲା ବସତି ସ୍ଥାପନ କରିଛନ୍ତି। ଶ୍ରମିୀକ ଭାବେ ସେମାନେ ଭାରତରୁ ଯାଇଥିଲେ। ସେମାନଙ୍କୁ ଗିରମିଟିୟା ବୋଲି କୁହାଯାଏ। ତେବେ ସେମାନେ କେବେ ଆସିଲେ, କେମିତି ତାଙ୍କ ଜୀବନଯାତ୍ରା ଥିଲା ତାହାର ଗବେଷଣା ହେବା ଦରକାର ବୋଲି କହିଛନ୍ତି ମୋଦୀ। ଗିରମିଟିଆ ସମ୍ପ୍ରଦାୟ ପାଇଁ ବିଶ୍ୱବିଦ୍ୟାଳୟରେ ଚେୟାର ସ୍ଥାପନ କରାଯାଇପାରେ। ଏହାର ସମ୍ଭାବନାକୁ ଖୋଜନ୍ତୁ ଏବଂ ଆଗକୁ ବଢ଼ାନ୍ତୁ।  

ଶ୍ରୀ ମୋଦୀ କହିଛନ୍ତି, ଗଣତନ୍ତ୍ର ଆମର ଜୀବନର ଅଙ୍ଗ। ଆମ ଜୀବନ ବିଭିନ୍ନତାରେ ବଢ଼ିଥାଏ। ଏହାକୁ ବିଭିନ୍ନତା ଶିଖାଇବା ଆବଶ୍ୟକ ନାହିଁ। ଆମେ ଏଥିଲାଗି ଯୁଆଡ଼େ ଯାଉ ସେଠାର ସଂସ୍କୃତି ସହ ମିଶିଯାଉ। ସେ ଦେଶର ବିକାଶରେ ଯୋଡ଼ି ହୋଇ ସେ ସମାଜର ସେବା କରିଥାଉ। ଏହା ସହ ଆମ ହୃଦୟ ଭାରତ ପାଇଁ ଧକ୍‍ ଧକ କରିଥାଏ। ଭାରତର ସମସ୍ତ ସଫଳତାକୁ ନେଇ ଉତ୍ସବ ପାଳନ କରୁ। 

 ଏକ ବିଂଶ ଶତାବ୍ଦୀର ଭାରତ ଯେଉଁଭଳି ଭାବେ ଆଗକୁ ବଢ଼ୁଛି, ବିକାଶର କାର୍ଯ୍ୟ ହେଉଛି ତାହା ଅଭୂତପୂର୍ବ। ଗତ ୧୦ ବର୍ଷ ଭିତରେ ଭାରତ ୨୫ କୋଟି ଲୋକଙ୍କୁ ଗରିବୀରୁ ବାହାରକୁ ଆଣିଛୁ। କେବଳ ୧୦ ବର୍ଷ ଭିତରେ ଭାରତ ବିଶ୍ୱର ୧୦ମ ବୃହତ ଅର୍ଥନୀତିରୁ ୫ମ ସ୍ଥାନକୁ ଆସିଛି। ଏହା ଦୂର ନାହିଁ ଯେତେବଳେ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ। ଆଜି ଭାରତର ସଫଳତା ସାରା ବିଶ୍ୱ ଦେଖୁଛି। ଯେତେବଳେ ଭାରତର ଚନ୍ଦ୍ରଯାନ ଶବଶକ୍ତି ପଏଣ୍ଟରେ ପହଞ୍ଚୁଛି ତ ସମସ୍ତଙ୍କୁ ଗର୍ବ ଲାଗୁଛି। 
ଆଜି ଦେଶର ସମସ୍ତ କ୍ଷେତ୍ର ନଭଶ୍ଚୁମ୍ଭୀ ବିକାଶ ଆଡ଼କୁ ଅଗ୍ରସର ହେଉଛନ୍ତି। ନବୀକରଣ ଶକ୍ତି ହେଉ, ଇଲେକ୍ଟ୍ରିକ ଯାତାୟାତ, ମେଟ୍ରୋ ନେଟଓ୍ୱର୍କ, ବୁଲେଟ ଟ୍ରେନ ପ୍ରଭୃତି ଦେଖିଲେ ଭାରତ ପ୍ରଗତିର ଗତି ସମସ୍ତ ପୂର୍ବ ରାକର୍ଡକୁ ଭାଙ୍ଗୁଛି ତାହା ସ୍ପଷ୍ଟ।   ସେ ଦିନ ଦୂର ନାହିଁ ଯେଉଁଦିନ ଆପଣ ପ୍ରବାସୀ ଭାରତ ଯୋଗ ଦେବା ଲାଗି ମେଡ୍‍ ଇନ୍‍ ଇଣ୍ଡିଆ ଟ୍ରେନ ଚଢ଼ି ଆସିବେ ବୋଲି କହିଛନ୍ତି ମୋଦୀ। 
ଏହି କାରଣରୁ ଭାରତର ବୈଶ୍ୱିକ ଭୂମିକା ବଢ଼ୁଛି। ଆଜି ଭାରତର କଥା ସାରା ଦୁନିଆ ଶୁଣୁଛି। ନିଜ କଥା ସହ ଏହା ଦାକ୍ଷିଣାତ୍ୟ ବିଶ୍ୱ କଥାକୁ ମଧ୍ୟ ପୂରା ଶକ୍ତିର ସହ ଆଗକୁ ଆଣିଛି। ଜି ୨୦ ରେ ଯେତେବଳେ ଆଫ୍ରିକା ୟୁନିୟନ୍‍କୁ ସଦସ୍ୟ ଭାବେ ନେବା ଲାଗି ପ୍ରସ୍ତାବ ଦେଲା ସେତେବଳେ ସମସ୍ତ ତାହାକୁ ପ୍ରଶଂସା କରିଥିଲେ। 

ଭାରତର ପ୍ରତିଭାର କାହାଣୀ ସାରା ଦୁନିଆରେ ଦେଖିବାକୁ ମିଳୁଛି। ବଡ଼ବଡ଼ କମ୍ପାାନୀ ଜରିଆରେ ବିଶ୍ୱର ବିକାଶ ପାଇଁ ଏହି ପ୍ରତିଭା ମାନେ କାର୍ଯ୍ୟ କରୁଛନ୍ତି। ଭାରତ ମଧ୍ୟ ଆସୁଥିବା ଦଶକରେ  ଦୁନିଆର ସବୁଠାରୁ ଯୁବା ଏବଂ ଦକ୍ଷ ଲୋକସଖ୍ୟା ଥିବା ଦେଶରେ ପରିଣତ ହେବାକୁଯାଉଛି। ଏହି ଭାରତରୁ ହିଁ ଦୁନିଆର ଦକ୍ଷତା ଚାହିଦା ପୂରଣ ହେବ। ଆପଣ ଦେଖିଥିବା ଭାରତର ଦକ୍ଷ ପ୍ରତିଭାଙ୍କୁ ସାରା ଦୁନିଆ ସ୍ୱାଗତ କରୁଛନ୍ତି। ଏଣୁ ଭାରତ ସରକାରଙ୍କ ପ୍ରୟାସ ରହିଛି ଯେ ଯେଉଁ ଭାରତୀୟ ବିଦେଶ ଯିବେ ସେମାନଙ୍କୁ ତାଲିମ ଦେଇ ଦକ୍ଷ କରିବ। 

ଆପଣଙ୍କ ନିରାପତ୍ତା ଓ ମଙ୍ଗଳ ଆମର ସବୁଠାରୁ ଅଧିକ ପ୍ରାଥମିକତା ରହି ଆସିଛି। ଆପଣ ଯେଉଁଠି ବି ଥାଆନ୍ତୁ ନା କାହିଁକି ଭାରତର ବୈଦେଶିକ ନୀତି ଆପଣଙ୍କୁ ସହାୟତା କରିବ। ଗଲା ଏକ ଦଶନ୍ଧି ଧରି ଆମର ଦୂତାବାସ ଓ  କାର୍ଯ୍ୟାଳୟ ସବୁ ଏ ଦିଗରେ ସହାୟକ ହୋଇଛନ୍ତି।   ଏବେ ୧୪ଟି ନୂତନ ଦୂତାବାସ କାର୍ଯ୍ୟାଳୟ ଖୋଲାଯାଇଛି। ଓସିଆଇ କାର୍ଡ ପ୍ରଦାନ କରାଯାଉଛି। ମରିସସ୍‍ ସପ୍ତମ ପିଢ଼ିକୁ ପ୍ରଦାନ କରାଯାଉଛି। 

ପର୍ଯ୍ୟଟନର ବିକାଶ ପାଇଁ ପ୍ରବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ମଧ୍‍ୟ ଅନେକ ସ୍ଥାନ ରହିଛି ଆପଣଙ୍କୁ ନିଣ୍ଚିତଭାବେ ଯିବା ଆବଶ୍ୟକ। ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେଉଛି। ଏହି ସୁଯୋଗ ସବୁବେଳେ ମିଳେ ନାହିଁ। ଏରୁ ଏଠାକୁ ମଧ୍ୟ ଯିବା ଆବଶ୍ୟକ। ଆସନ୍ତା ଥରକୁ ଆପଣ ଆସିବା ବେଳକୁ କେବଳ ମୂଳ ଭାରତୀୟ ନୁହଁନ୍ତି ଆପଣ ଅନ୍ୟ ସମ୍ପ୍ରଦାୟରୁ ଆପଣଙ୍କ ୫ ଜଣ ବନ୍ଧୁଙ୍କୁ ନିଶ୍ଚୟ ଭାରତ ଆଣନ୍ତୁ ବୋଲି ମୋଦୀ କହିଛନ୍ତି।