Kendrapara News: ବୁଲିବା ଡ଼ାକି ଯୁବକଙ୍କ ଯୌନାଙ୍ଗ କାଟି ଦେଇ ସାଙ୍ଗ ଫେରାର, କାରଣ ଅସ୍ପଷ୍ଟ
Advertisement
Article Detail0/zeeodisha/odisha1636607

Kendrapara News: ବୁଲିବା ଡ଼ାକି ଯୁବକଙ୍କ ଯୌନାଙ୍ଗ କାଟି ଦେଇ ସାଙ୍ଗ ଫେରାର, କାରଣ ଅସ୍ପଷ୍ଟ

Kendrapara News: ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡି଼ରହିଥିବା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଭାଗବତ ଦାସଙ୍କୁ ଗ୍ରାମବାସୀ ଉଦ୍ଧାର କରି ରାଜନଗର ମେଡି଼କାଲରେ ଭର୍ତ୍ତି କରାଇଛନ୍ତି । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Kendrapara News: ବୁଲିବା ଡ଼ାକି ଯୁବକଙ୍କ ଯୌନାଙ୍ଗ କାଟି ଦେଇ ସାଙ୍ଗ ଫେରାର, କାରଣ ଅସ୍ପଷ୍ଟ

Kendrapara News: କେନ୍ଦ୍ରାପଡ଼ା(Kendrapar) ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ରାଜନଗର ପେଣ୍ଠ ବେଳାଭୂମିରେ ସାଙ୍ଗର ଯୌନାଙ୍ଗ(Private part) କାଟିଛି ସାଙ୍ଗ । ତେବେ କେଉଁ କାରଣରୁ ଯୁବକ ଜଣଙ୍କ ଏଭଳି କାଣ୍ତ ଭିଆଇଛନ୍ତି ତାହାର କାରଣ ଜଣାପଡ଼ିନାହିଁ । ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡି଼ରହିଥିବା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଭାଗବତ ଦାସଙ୍କୁ ଗ୍ରାମବାସୀ ଉଦ୍ଧାର କରି ରାଜନଗର ମେଡି଼କାଲରେ ଭର୍ତ୍ତି କରାଇଛନ୍ତି । ପରେ ଅବସ୍ଥା ସଙ୍କଟାପନ୍ନ(critical) ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ(Cuttack Bada Medical) ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଆଳି ବଙ୍କେଶ୍ୱର ଗାଁର ଭାଗବତଙ୍କ ବନ୍ଧୁ ଅକ୍ଷୟ କୁମାର ରାଉତ ରବିବାର ଦିନ ପ୍ରାୟ ୧୦ଟା ସମୟରେ ଏକ ଅଟୋ ଯୋଗେ ଭାଗବତଙ୍କ ପାଖରେ ପହଞ୍ଚି ଥିଲେ । ଭାଗବତଙ୍କୁ ସେ ପେଣ୍ଠ ବେଳାଭୂମି(Pentha Sea Beach Kendrapara) ବୁଲି ଯିବାକୁ ଡ଼ାକି ନେଇଥିଲେ  । ପେଣ୍ଠରେ ପହଞ୍ଚିବା ପରେ ଦୁଇ ଜଣ ସାଙ୍ଗ ହୋଇ ବୁଲାବୁଲି କରିବା ସହ ସାଙ୍ଗରେ ନେଇଥିବା ଖାଦ୍ୟ ଖାଇଥିଲେ । ଭାଗବତ ବିଶ୍ରାମ ନେଉଥିବା ସମୟରେ ଅକ୍ଷୟ ପୂର୍ବ ଯୋଜନା ମୁତାବକ ଭୁଜାଲି ସାହାଯ୍ୟରେ ଭାଗବତଙ୍କ ଯୌନାଙ୍ଗକୁ ହାଣି ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାଗବତ ତାଙ୍କ ପରିବାର ଲୋକଙ୍କୁ ଫୋନ କରିଥିଲେ । ଭାଗବତଙ୍କ ମାମୁଁ ଓ ଗାଁ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।  ତେବେ ପୋଲିସ(Police) ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି । ଏଭଳି କାଣ୍ଡ ଘଟାଇ ଅକ୍ଷୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ପେଣ୍ଠ ବେଳାଭୂମିରେ ଥିବା ଅଟୋକୁ ରାଜନଗର ପୋଲିସ( Rajnagar police) ଜବତ କରି ଅଧିକ ତଦନ୍ତ ଜାରି ରଖିଛି | ସୂଚନା ଥାଉକି, ପୂର୍ବରୁ ପେଣ୍ଠ ବେଳାଭୂମିରେ ଯୁବକ ଯୁବତୀଙ୍କ ମୃତଦେହ ମିଳିବା, ଅସାମାଜିକ ଯୁବକ ପ୍ରେମୀ ଯୁଗଳଙ୍କର ଅଶ୍ମୀଳ ଭିଡିଓ କରିବା ଭଳି ଏକାଧିକ ଅପରାଧିକ ଘଟଣା ଘଟୁଥିବା ବେଳେ ପୋଲିସ ଠୋସ ପଦକ୍ଷେପ ନେବାରେ ବିଫଳ ହେଉଥିବାରୁ ଅପରାଧର ଚେର ଲମ୍ବିବାରେ ଲାଗିଛି । ପୋଲିସ ଖାମଖିଆଲି ମନୋଭାବ ଯୋଗୁଁ ଏହିଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି  । ତେଣୁ ତୁରନ୍ତ ପୋଲିସ ତଦନ୍ତ କରିବା ସହ ଅପରାଧୀକୁ ଧରି ଘଟଣା ଉପରୁ ପରଦା ହଟାଇବା ନେଇ ସାଧାରଣରେ ଦାବି ହୋଇଛି  । ଅପରପକ୍ଷରେ ପେଣ୍ଠ ବେଳାଭୂମିକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ବୁଲି ଯାଉଥିବାରୁ ପାଟ୍ରୋଲିଙ୍ଗ ବ୍ୟବସ୍ତାକୁ କଡାକଡି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Also Read-National News in Odia: ନାବାଳିକା ଛାତ୍ରୀଙ୍କୁ ବିବାହ କରି ବନ୍ଧା ହେଲା ରସିକିଆ ଶିକ୍ଷକ

Also Read-Bageshwar Dham: ବାଗେଶ୍ୱର ଧାମ ବାବାଙ୍କ ପାଖକୁ ନେଲାନି ସ୍ବାମୀ, ଆତ୍ମହତ୍ୟା କରିଦେଲା ସ୍ତ୍ରୀ

ପ୍ରକାଶ ଥାଉ କି, କନ୍ଧମାଳ (Kandhamal) ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ବିଦ୍ୟାଳୟର ମରାମତି କାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା ବେଳେ ଛାତ୍ରଙ୍କ ସହ ଏକ ବଡ଼ ଅଘଟଣ ଘଟିଯାଇଛି (Student injured during work )। କାମ କରୁଥିବା ବେଳେ ଅସାବଧାନତା ହେତୁ ଆଜବେଷ୍ଟରୁ ଖସି ପଡିବାରୁ ତାଙ୍କର ମଳଦ୍ବାରରେ ଏକ ଶାବଳ ପଶି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଗୁରୁତର ହୋଇଥିବା ଛାତ୍ର ଜଣକ ହେଲେ ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ।