CHSE Exam:ସରିଲା +୨ର ପ୍ରଥମ ଦିନ ପରୀକ୍ଷା, ଜାଣି ନିଅନ୍ତୁ କ’ଣ ରହିଛି ସଂପୂର୍ଣ୍ଣ ପରୀକ୍ଷା ସୂଚୀ
Advertisement

CHSE Exam:ସରିଲା +୨ର ପ୍ରଥମ ଦିନ ପରୀକ୍ଷା, ଜାଣି ନିଅନ୍ତୁ କ’ଣ ରହିଛି ସଂପୂର୍ଣ୍ଣ ପରୀକ୍ଷା ସୂଚୀ

CHSE Exam: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଯୁକ୍ତ ୨ ପରୀକ୍ଷା । ରାଜ୍ୟର ମୋଟ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ରରେ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ୪୪୫ଟି ଯୁକ୍ତ ୨ କଲେଜକୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ କରାଯାଇଛି । ଏଥର ପ୍ରାୟ ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ନେଇ ସୂଚନା ରହିଛି । 

ସୌ(ସୋସିଆଲ ମିଡିଆ)

CHSE Exam: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଯୁକ୍ତ ୨ ପରୀକ୍ଷା । ରାଜ୍ୟର ମୋଟ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ରରେ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ୪୪୫ଟି ଯୁକ୍ତ ୨ କଲେଜକୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ କରାଯାଇଛି । ଏଥର ପ୍ରାୟ ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ନେଇ ସୂଚନା ରହିଛି । କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଜଣ, ବିଜ୍ଞାନରେ ୯୧, ୩୭୯ ଜଣ , ବାଣିଜ୍ୟରେ ୨୩,୧୪୮ ଜଣ ଓ ଧନ୍ଦାମୂଳକରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାର ୩ ଲକ୍ଷ ୩୮ ହଜାର ୨୨୧ ଜଣ ଓ ଏକ୍ସ ରେଗୁଲାରରେ ୧୭ ହଜାର ୬୯୬ ପରୀକ୍ଷାର୍ଥୀ ଅଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ୫ ଏପ୍ରିଲ ଯାଏଁ ଚାଲିବ । ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ୯:୩୦ରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ । ତେବେ ପରୀକ୍ଷା ପୂର୍ବରୁ ଫେବୃୟାରୀ ୨୫ ତାରିଖ ସୁଦ୍ଧା ସମସ୍ତ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଇ ଦିଆଇଯାଇଥିଲା । ସେହିପରି ପରୀକ୍ଷାର ସୁପରିଚାଳନା ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ସ୍ତରରେ ଗଣଶିକ୍ଷା ବିଭାଗ ଓ ପରିଷଦ ଅଧିକାରୀଙ୍କୁ ନେଇ ସ୍ବାର୍ଡ଼ ଗଠନ କରାଯାଇଛି ।

ପରୀକ୍ଷା ସୂଚୀ-

ମାର୍ଚ୍ଚ ୧, ୨୦୨୩ – ସାହିତ୍ୟ (ବିଜ୍ଞାନ)

ମାର୍ଚ୍ଚ ୨, ୨୦୨୩ - ସାହିତ୍ୟ (କଳା ଓ ବାଣିଜ୍ୟ)

ମାର୍ଚ୍ଚ ୩, ୨୦୨୩ – ଇଂରାଜୀ (ବିଜ୍ଞାନ, ଧନ୍ଦାମୂଳକ)

ମାର୍ଚ୍ଚ ୪, ୨୦୨୩ -(ଇଂରାଜୀ (କଳା ଓ ବାଣିଜ୍ୟ)

ମାର୍ଚ୍ଚ ୬, ୨୦୨୩ - ପଦାର୍ଥ ବିଜ୍ଞାନ (ବିଜ୍ଞାନ), BFC ରାଜନୀତିକ ବିଜ୍ଞାନ, BFC- ବ୍ୟବସାୟ ପରିଚାଳନା, ରସାୟନ ବିଜ୍ଞାନ (ଧନ୍ଦାମୂଳକ)

ମାର୍ଚ୍ଚ ୯, ୨୦୨୩ : ରସାୟନ ବିଜ୍ଞାନ (ବିଜ୍ଞାନ), ଇତିହାସ, ଆକାଉଣ୍ଟସ୍, ପଦାର୍ଥ ବିଜ୍ଞାନ (ଧନ୍ଦାମୂଳକ)

ମାର୍ଚ୍ଚ ୨୦, ୨୦୨୩: ସୂଚନା ପ୍ରଯୁକ୍ତିବିଦ୍ୟା (ବିଜ୍ଞାନ / ବାଣିଜ୍ୟ / କଳା), କମ୍ପ୍ୟୁଟର ସାଇନ୍ସ,, ବାୟୋ-ଟେକ୍ନୋଲୋଜି, ଇଲେକ୍ଟ୍ରୋନିକ୍ସ (ବିଜ୍ଞାନ)

ମାର୍ଚ୍ଚ ୨୧, ୨୦୨୩ : ପର୍ଯ୍ୟଟନ ଓ ଭ୍ରମଣ ପରିଚାଳନା, ଫ୍ୟାଶନ୍ ଟେକ୍ନୋଲୋଜି, ପାରାମେଡିକାଲ୍ ଓ ସ୍ୱାସ୍ଥ୍ୟ ସେବା, ଅଫିସ୍ ମ୍ୟାନେଜମେଣ୍ଟ, ବ୍ୟାଙ୍କିଙ୍ଗ୍, ସୂଚନା ପ୍ରଯୁକ୍ତିବିଦ୍ୟା (କଳା / ବାଣିଜ୍ୟ / ବିଜ୍ଞାନ), ଦୁଗ୍ଧ, ଉଦ୍ୟାନ କୃଷି, ବୈଦ୍ୟୁତିକ ଗୃହ ଉପକରଣ, ମୋବାଇଲ୍ ଟେକ୍ନୋଲୋଜି (ବିଜ୍ଞାନ)

ମାର୍ଚ୍ଚ ୨୨, ୨୦୨୩: ଓଡିଆ, ହିନ୍ଦୀ, ବଙ୍ଗାଳୀ, ତେଲୁଗୁ, ଉର୍ଦ୍ଦୁ (କଳା), ସଂସ୍କୃତ / ଚୟନ ସଂସ୍କୃତ (କଳା / ବିଜ୍ଞାନ)

ମାର୍ଚ୍ଚ ୨୩, ୨୦୨୩: ଗଣିତ (ବିଜ୍ଞାନ / କଳା), ଗୃହ ବିଜ୍ଞାନ (କଳା), ଅର୍ଥନୀତି (ଧନ୍ଦାମୂଳକ)

ମାର୍ଚ୍ଚ ୨୪, ୨୦୨୩: ହିନ୍ଦୀ, ବଙ୍ଗାଳୀ, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ, ଇଚ୍ଛାଧୀନ ଇଂରାଜୀ (କଳା / ବାଣିଜ୍ୟ / ବିଜ୍ଞାନ)

ମାର୍ଚ୍ଚ ୨୫, ୨୦୨୩: ଅର୍ଥନୀତି (କଳା / ବିଜ୍ଞାନ), ପର୍ସନାଲ ମ୍ୟାନେଜମେଣ୍ଟ (କଳା), ମୂଲ୍ୟ ଆକାଉଣ୍ଟିଂ, ବ୍ୟବସାୟ ଅର୍ଥନୀତି, କମ୍ପ୍ୟୁଟର ପ୍ରୟୋଗ (ବାଣିଜ୍ୟ)

ମାର୍ଚ୍ଚ ୨୭, ୨୦୨୩: ଇତିହାସ (କଳା), ବ୍ୟବସାୟ ଗଣିତ ଓ ପରିସଂଖ୍ୟାନ (ବାଣିଜ୍ୟ), ଗଣିତ (ଧନ୍ଦାମୂଳକ)

ମାର୍ଚ୍ଚ ୨୮, ୨୦୨୩: ଜୀବ ବିଜ୍ଞାନ: (ବିଭାଗ ଏ) -ବଟାନି, ଜୀବବିଜ୍ଞାନ (ବିଭାଗ ବି)-ପ୍ରାଣୀ ବିଜ୍ଞାନ (ବିଜ୍ଞାନ)

ମାର୍ଚ୍ଚ ୨୯, ୨୦୨୩: କଳା: ଯୁକ୍ତି, କଳା / ବିଜ୍ଞାନ: ଭୂଗୋଳ, ବାଣିଜ୍ୟ: ଆକାଉଣ୍ଟାଣ୍ଟ

ମାର୍ଚ୍ଚ ୩୧, ୨୦୨୩: କଳା / ବିଜ୍ଞାନ: ପରିସଂଖ୍ୟାନ, କଳା: ଆନ୍ଥ୍ରୋପୋଲୋଜି, ସମାଜ ବିଜ୍ଞାନ, ବୃତ୍ତିଗତ: ଜୀବ ବିଜ୍ଞାନ

ଏପ୍ରିଲ୍ ୩, ୨୦୨୩: ଭାରତୀୟ ସଙ୍ଗୀତ, ମନୋବିଜ୍ଞାନ, ଶିକ୍ଷା, ବିଜ୍ଞାନ: ଭୂବିଜ୍ଞାନ, ବାଣିଜ୍ୟ: ବ୍ୟବସାୟ ଅଧ୍ୟୟନ ଓ ପରିଚାଳନା, ସମସ୍ତ ବ୍ୟବସାୟ ଷ୍ଟ୍ରିମ୍ ବ୍ୟବସାୟ ବିଷୟ (ପେପର -୩)

ଏପ୍ରିଲ୍ ୪, ୨୦୨୩: IT & I.TES, ମୁକ୍ତି ଦକ୍ଷତା, ପର୍ଯ୍ୟଟନ ଓ ଆତିଥ୍ୟ, କୃଷି, ପ୍ଲମ୍ବର, ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର୍, ଖୁଚୁରା, ନିର୍ମାଣ, ସୌନ୍ଦର୍ଯ୍ୟ ଓ ସୁସ୍ଥତା ।

ଏପ୍ରିଲ୍ ୫, ୨୦୨୩: ରାଜନୀତିକ ବିଜ୍ଞାନ, ଧନ୍ଦାମୂଳକ: ସମସ୍ତ ଧନ୍ଦାମୂଳକ ଷ୍ଟ୍ରିମ୍ ବାଣିଜ୍ୟ ବିଷୟ (ପେପର- ୪)