ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ଚୋରି ଘଟଣା; ୫ ଅଭିଯୁକ୍ତଙ୍କୁ ଧରିଲା ପାରଳାଖେମୁଣ୍ଡି ପୋଲିସ
Advertisement
Article Detail0/zeeodisha/odisha1201293

ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ଚୋରି ଘଟଣା; ୫ ଅଭିଯୁକ୍ତଙ୍କୁ ଧରିଲା ପାରଳାଖେମୁଣ୍ଡି ପୋଲିସ

ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ଚୋରି ଘଟଣା; ୫ ଅଭିଯୁକ୍ତଙ୍କୁ ଧରିଲା ପାରଳାଖେମୁଣ୍ଡି ପୋଲିସ

ଗଜପତି: ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କେଉଟ ସାହିସ୍ଥିତ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରରୁ ହୋଇଥିବା ଚୋରି ଘଟଣାରେ ପୋଲିସ ୫ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇଥିବା ଜଣାଇଛନ୍ତି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ।

ଧରା ପଡିଥିବା ଅଭିଯୁକ୍ତଙ୍କ ପାଖରୁ ନଗଦ ୨୬ ହଜାର ଟଙ୍କା ସହ ୪ ରୁପା ମୁକୁଟ, ଗୋଟିଏ ରୂପା ପାଦୁକା, ଗୋଟିଏ ରୂପା ପାତ୍ର,୩  ରୁପା କପି, ୨ ରୂପା ଦୀପ, ୪ ରୁପା ଥାଳି, ୨ ବଡ଼ ରୁପା ଢ଼ାଳ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ପାରଳାଖେମୁଣ୍ଡି ସହର ପୋଷ୍ଟାଲ କଲୋନୀ ଅଞ୍ଚଳର କଟା ରାଧାକୃଷ୍ଣ ଏବଂ ଅନ୍ୟ ୨ ଜଣ ହେଉଛନ୍ତି କେଉଟ ସାହିର ଶିବ ପ୍ରସାଦ ଜେନା ଏବଂ ବୋମାଲି କିରଣ କୁମାର। ଜେରା ସମୟରେ ସେମାନେ ଚୋରୀ କରିଥିବା ସ୍ବୀକାର କରିଛନ୍ତି ବୋଲି କହିଛି ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। 

ସମାନ ଭାବେ ଗୋଟିଏ ମାସ ମଧ୍ୟରେ ଏକାଧିକ ଘରୁ ଗ୍ରୀଲ କାଟି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ତଥା ଆସବାବପତ୍ର ଚୋରି ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି।