ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦଶ ମାସ ପରେ ବଦଳିଲେ ବିବାଦୀୟ DFO
Advertisement
Article Detail0/zeeodisha/odisha1166820

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦଶ ମାସ ପରେ ବଦଳିଲେ ବିବାଦୀୟ DFO

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ବିଜ୍ଞପ୍ତି ଅନୁସାରେ, ଚାରି ଜଣ ଅଫିସରଙ୍କ ବଦଳି ହୋଇଛି। ସେଥିରେ ବିବାଦୀୟ ଜିଲ୍ଲା ବନାଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନାମ ମଧ୍ୟ ରହିଛି। ସଂଗ୍ରାମଙ୍କୁ ଅନୁଗୁଳସ୍ଥିତ ଫରେଷ୍ଟ ରେଞ୍ଜର୍ସ କଲେଜ (ଓଏଫଆରସି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ବିବାଦୀୟ ଡିଏଫଓ ସଂଗ୍ରାମ କେଶରୀ ବେହେରା

ଗଜପତି:  ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ବିବାଦୀୟ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବଦଳି ହୋଇଛି। ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ନେଇ ରାଜ୍ୟବ୍ୟାପୀ ତୁମ୍ବି ତୋଫାନ ସତ୍ତ୍ୱେ ଡିଏଫ୍ଓ ବେହେରାଙ୍କୁ ବଦଳି କରାଯାଇ ନଥିଲା। ହେଲେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅନୁଗୁଳକୁ ବଦଳି କରାଯାଇଛି।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ବିଜ୍ଞପ୍ତି ଅନୁସାରେ, ଚାରି ଜଣ ଅଫିସରଙ୍କ ବଦଳି ହୋଇଛି। ସେଥିରେ ବିବାଦୀୟ ଜିଲ୍ଲା ବନାଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନାମ ମଧ୍ୟ ରହିଛି। ସଂଗ୍ରାମଙ୍କୁ ଅନୁଗୁଳସ୍ଥିତ ଫରେଷ୍ଟ ରେଞ୍ଜର୍ସ କଲେଜ (ଓଏଫଆରସି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କୁ ପାରଳାଖେମୁଣ୍ଡି ଡିଭିଜନର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି।  

Also Read: ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିପଦରେ ଶତାଧିକ ଛାତ୍ରୀ, ବୁଲଡୋଜର ଧ୍ୱଂସ କରିଦେଲା ସରକାରୀ ସ୍କୁଲ ପାଚେରୀ

ସେହିପରି ବାରିପଦା ଆରସିସିଏଫ୍‌ ଏମ୍‌. ୟୋଗାନନ୍ଦଙ୍କୁ ଅନୁଗୋଳ ଆରସିସିଏଫ ଦାୟିତ୍ୱ ଦିଆଯାଇଛି। ଅନୁଗୋଳର ଓଏଫଆରସି କାର୍ଯ୍ୟକାରୀ ନିର୍ଦ୍ଦେଶକ ଟି ଅଶୋକ କୁମାର, ବାରିପଦା ଆରସିସିଏଫ ଭାବେ ବଦଳି ହୋଇଛି। 

fallback

ଗତବର୍ଷ ଜୁଲାଇ ମାସରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କର ତାଙ୍କ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ମୃତ୍ୟୁ ହୋଇଥିଲା। ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଦାବି କରିବା ସହ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। 

ପାରଳାଖେମୁଣ୍ଡି ମୋଡେଲ ଥାନାରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପାରଳାଖେମୁଣ୍ଡି ପୋଲିସ ତଦନ୍ତ କରିଥିଲା। ମାମଲା ରୁଜୁ କରି ଏକମାସର ତଦନ୍ତ କରିବା ପରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।