Weather Update: ପୁଣି ଜାଡରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା, ୨ ଜିଲ୍ଲାକୁ ଆଲର୍ଟ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ
Advertisement

Weather Update: ପୁଣି ଜାଡରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା, ୨ ଜିଲ୍ଲାକୁ ଆଲର୍ଟ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ

Weather Update: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ଶୀତ । ଜାଡରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ଅନୁଭତ ହେବ । ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ବିଶେଷ କରି ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ଶୀତ ଲହରୀ ପାଇଁ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟକୁ ପ୍ରବାହିତ ହେଉଥିବା ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହ ପାଇଁ ଶୀତ ଅନୁଭୂତ ହେବ ।

ସୌଜନ୍ୟ- ସୋସିଆଲ ମିଡିଆ

Weather Update: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ଶୀତ । ଜାଡରେ ଥରିବ ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ଅନୁଭତ ହେବ । ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ବିଶେଷ କରି ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ଶୀତ ଲହରୀ ପାଇଁ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟକୁ ପ୍ରବାହିତ ହେଉଥିବା ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହ ପାଇଁ ଶୀତ ଅନୁଭୂତ ହେବ । ଜାନୁଆରୀ ମାସରେ ଦୁଇ ଦିନ ଶୀତ ଲହରୀ ଅନୁଭୁତ ହୋଇଥିବା ବେଳେ ଫେବ୍ରୁଆରୀରେ ମଧ୍ୟ ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଲହରୀ ଅନୁଭୁତ ହେବ । 

ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରି ଓ କିରେଇରେ ୭.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ରାଉରକେଲାରେ ୮ ଡିଗ୍ରି, ଭୁବନେଶ୍ବରରେ ୧୬.୫ ଡିଗ୍ରି ଓ କଟକରେ ୧୬.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଉତ୍ତରା ପବନ ପ୍ରବାହ ହେତୁ ଗୋଟିଏ ରାତିରେ (ଗତକାଲି) ରାଉରକେଲାର ପାରଦ ସ୍ତର ୭ ଡିଗ୍ରୀ,ଝାରସୁଗୁଡ଼ାର ୫.୮ ଡିଗ୍ରୀ, ଫୁଲବାଣୀର ୪.୫ ଡିଗ୍ରୀ, ସମ୍ବଲପୁରର ୪.୪ ଡିଗ୍ରୀ, ଯାଜପୁରର ୪.୨ ଡିଗ୍ରୀ, ଢେଙ୍କା‌ନାଳର ୩.୯ ଡିଗ୍ରୀ ଓ ଭୁବନେଶ୍ବରର ରାତିର ପାରଦ ସ୍ତର ପ୍ରାୟ ୩.୭ ଡିଗ୍ରୀ ଯାଏ ତଳକୁ ଖସିଛି। 

Also Read : Goods Train Derailed: ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୧ ବଗି

Also Read : President Droupadi Murmu: ଆସନ୍ତା ୧୦ ଫେବୃଆରୀରେ ଗୃହ ରାଜ୍ୟ ଗସ୍ତରେ ଆସୁଛନ୍ତି ମହାମହିମ

ସେପଟେ ଜାନୁଆରୀଠାରୁ ବଳିଯିବ ଫେବ୍ରୁଆରୀ ତାତି । ରେଡ୍ ଆଲର୍ଟରେ ରାଜଧାନୀ ଭୁବନେଶ୍ବର । ୪୦ ଡିଗ୍ରୀ ଅତିକ୍ରମ କରିବା ନେଇ ଆଇଏମଡି କରିଛି ଆକଳନ । ସ୍ବାଭାବିକଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ । ଫେବ୍ରୁଆରୀ ମାସର ଆକଳନ ଅନୁସାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମ୍ୟାପରେ ରେଡ ମାର୍କ ରହିଛି । ଅଧିକାଂଶ ରାଜ୍ୟରେ ଅରେଞ୍ଜ ଆଲର୍ଟ ଥିବା ଦେଖାଦେଇଛି । କିନ୍ତୁ ହିଟ୍ ଓ୍ବେଭ୍ ଆରମ୍ଭ ପୂର୍ବରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Also Read : Naba Das Assassination: ନବଙ୍କୁ ହତ୍ୟା ପାଇଁ ଥାନାରୁ ପ୍ଲାନ୍ କରିଥିଲା ଗୋପାଳ, ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ପ୍ରମାଣ