ଆସନ୍ତାକାଲି ଠାରୁ ବଦଳିବ ପାଗ; ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!
Advertisement
Article Detail0/zeeodisha/odisha1287676

ଆସନ୍ତାକାଲି ଠାରୁ ବଦଳିବ ପାଗ; ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

Odisha Weather Update: ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବ ମୌସୂମୀ ବାୟୁ ଲୋ ପ୍ରେସର ଲାଇନରେ ବେଶ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ଆସନ୍ତାକାଲି ଠାରୁ ବଦଳିବ ପାଗ; ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର: Odisha Weather Update, Odisha Rain: ରାଜ୍ୟରେ ମୌସୂମୀ ବାୟୁ ସ୍ୱାଭାବିକ ରହିଛି। ରାଜ୍ୟର ଦକ୍ଷିଣ ଦିଗରେ ଅଗ୍ରସର ହେଉଛି। ତେବେ ଆଗାମୀ କିଛି ଦିନ ମଧ୍ୟରେ ମୌସୂମୀ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା (Odisha Rain) ହେବାର ସୂଚନା ଦେଇଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy Rain) ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (Bhubaneswar Meteorological Centre) ସୂଚା ଦେଇଛି । 

ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବ ମୌସୂମୀ ବାୟୁ ଲୋ ପ୍ରେସର ଲାଇନରେ ବେଶ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୫ ଅଗଷ୍ଟରୁ ବର୍ଷା ବଢ଼ିବା ସହ ୧୦ ଜିଲ୍ଲାରେ  ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି । ୬ରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ତଥା ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି ।

ଏହା ବି ପଢ଼ନ୍ତୁ:-ପୁଣି ୧୩୫ ଟ୍ରେନ ବାତିଲ କଲା ରେଲୱେ, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି! ଏକନାଥ ସିନ୍ଦେ ଦଳୀୟ ଚିହ୍ନକୁ ନେଇ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଆରମ୍ଭ ହେଲା ଆଉ ଏକ ଭୀଷଣ ଯୁଦ୍ଧ!

ସେହିପରି ୭ ତାରଖରେରେ ବର୍ଷାର ପରିମାଣ ବଢିବ । ଏହାସହ ୪ ଜିଲ୍ଲାକୁ ଅତି ପ୍ରବଳ ଓ ୧୨ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି । ପାଣିପାଗ ବିଭାଗ ଯେଉଁସବୁ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଲ, ଯାଜପୁର ଏବଂ କେନ୍ଦ୍ରାପଡ଼ା ।

ଦକ୍ଷିଣ-ପଶ୍ଚିମ ମୌସୁମୀର ସକ୍ରିୟତା ବୃଦ୍ଧି ଯୋଗୁଁ ଦେଶର ଅନେକ ରାଜ୍ୟରେ ପୁଣି ଥରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ପଞ୍ଜାବ, ହରିୟାଣା, ଦିଲ୍ଲୀ ଏନସିଆର, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ପଶ୍ଚିମ ରାଜସ୍ଥାନ, ସୌରାଷ୍ଟ୍ର ଓ କଚ୍ଛ ଏବଂ ଲଦାଖରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ, ମଧ୍ୟପ୍ରଦେଶ, ଦକ୍ଷିଣ ଏବଂ ପୂର୍ବ ରାଜସ୍ଥାନ, କୋଙ୍କଣ ଏବଂ ଗୋଆ, ମଧ୍ୟପ୍ରଦେଶ, ପୂର୍ବ ଗୁଜୁରାଟର କିଛି ଅଂଶ, ଛତିଶଗଡ ଏବଂ ରୟାଲାସୀମା ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, କେରଳ, ଉପକୂଳ କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ମରାଠୱାଡା, ବିଦର୍ଭ, ତେଲେଙ୍ଗାନା, ଉତ୍ତରାଖଣ୍ଡର କିଛି ଅଂଶ, ଉତ୍ତରପ୍ରଦେଶର ପାଦଦେଶ, ଆସାମ, ନାଗାଲାଣ୍ଡ ଏବଂ ସିକ୍କିମର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି ।