ଆଜି ଠାରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ! ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha1296379

ଆଜି ଠାରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ! ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Odisha Weather Update, Odisha Rain: ମୌସୁମୀର ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଆଜି ମଧ୍ୟ ପଶ୍ଚିମବଙ୍ଗ, ଆସାମ, ମେଘାଳୟ ସମେତ ଅନେକ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯେତେବେଳେ କି ଦିଲ୍ଲୀରେ ବର୍ଷା ସତର୍କ ସୂଚନା ନାହିଁ । 

ଆଜି ଠାରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ! ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: Odisha Weather Update, Odisha Rain: ଲଘୁଚାପ ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଅଛି । ଏହା ଓଡ଼ିଶା ଓ ଛତିଶଗଡ ଉପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଧୀରେ ଧୀରେ ଗତି କରୁଛି । ଏହି ଚାପର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା (Odisha Heavy Rain) ଜାରି ରହିଛି । ଆଜି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ଓ ଆସନ୍ତା ତିନି ଦିନ ଲଗାତାର ବର୍ଷା ହେବ ବୋଲି ପାଣିପାଗ ବିଭାଗ (Bhubaneswar Meteorological Centre) ପୂର୍ବାନୁମାନ କରିଛି ।

ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ଯେଉଁସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା ଅନୁଗୋଳ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଦେଓଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର ଏବଂ ସୁନ୍ଦରଗଡ଼ । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।

ଆଜି ପାଣିପାଗ ବିଭାଗ ଯେଉଁସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା କଟକ, ଯାଜପୁର, ଜଗତସିଂପୁର, ଭଦ୍ରକ, ଢେଙ୍କାନାଲ, କେନ୍ଦ୍ରାପଡ଼ା, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବଲାଙ୍ଗୀର ଏବଂ ନୂଆପଡ଼ା । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । 

ଏହା ବି ପଢ଼ନ୍ତୁ:-ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ନେଲା ଭାରତ ପାଇଁ ବଡ଼ ପଦକ୍ଷେପ, ଚୀନର ବଢ଼ିଲା ଟେନସନ୍

ଏହା ବି ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା: ରାଜଧାନୀରେ ଦିନକରେ କୋଭିଡ୍ ମାମଲାରେ ବଡ଼ ଧରଣର ବୃଦ୍ଧି, ପଜିଟିଭ ରେଟ୍ ୧୫ ପ୍ରତିଶତରୁ ଅଧିକ

ଏହା ବି ପଢ଼ନ୍ତୁ:-ଏଣିକି ବିନା ଇଣ୍ଟରନେଟ ଓ ସ୍ମାର୍ଟଫୋନରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ମୌସୁମୀର ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଆଜି ମଧ୍ୟ ପଶ୍ଚିମବଙ୍ଗ, ଆସାମ, ମେଘାଳୟ ସମେତ ଅନେକ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯେତେବେଳେ କି ଦିଲ୍ଲୀରେ ବର୍ଷା ସତର୍କ ସୂଚନା ନାହିଁ । ପାଣିପାଗ ବିଭାଗ ଅନୁଯାୟୀ ଆଜିଠାରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏଥି ସହିତ ଅରୁଣାଚଳ ପ୍ରଦେଶରେ ଅଗଷ୍ଟ ୧୩ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।