ଆଜି ବି ରାଜ୍ୟରେ ପ୍ରବଳ ଛେଚିବ, ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha1297954

ଆଜି ବି ରାଜ୍ୟରେ ପ୍ରବଳ ଛେଚିବ, ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Odisha Weather Update, Odisha Rain: ଆଗାମୀ ୨ ଦିନରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Odisha Weather Update, Odisha Rain: ଓଡ଼ିଶାରେ ମୌସୁମୀ ସକ୍ରିୟ ରହିଛି । ଯାହାର ପ୍ରଭାବ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା (Odisha Heavy Rain) ର ସମ୍ଭାବନା ରହିଛି । ଆଜି ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏହା ବ୍ୟତୀତ ରାଜ୍ୟରେ ଆସନ୍ତା ୨ ଦିନ ଲଗାତାର ବର୍ଷା ହେବ ବୋଲି ପାଣିପାଗ ବିଭାଗ (Bhubaneswar Meteorological Centre) ପୂର୍ବାନୁମାନ କରିଛି । ଆଗାମୀ ୨ ଦିନରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । 

ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ଯେଉଁସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ।  ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି । 

ଅଗଷ୍ଟ ୧୩ରୁ ୧୪ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ଯେଉଁସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍, ପୁରୀ, ଜଗତସିଂହପୁର ଏବଂ କଟକ । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ସେହିପରି ପାଣିପାଗ ବିଭାଗ ଯେଉଁସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ୱଲପୁର, ଅନୁଗୋଳ, ଢେଙ୍କାନାଲ,  ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଏହା ବି ପଢ଼ନ୍ତୁ:-ଅଷ୍ଟମ ବେତନ ଆୟୋଗକୁ ନେଇ ମୋଦି ସରକାର ଦେଲେ ବଡ଼ ଅପଡେଟ୍, କେନ୍ଦ୍ର କର୍ମଚାରୀଙ୍କ ପାଇଁ କଲେ ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-DL ନଥିଲେ ବି କଟିବନି ଚାଲାଣ! ଜାଣନ୍ତୁ କେମିତି

ଏହା ବି ପଢ଼ନ୍ତୁ:-ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତିଶ କୁମାର, ପୋଲ୍ ଖୋଲିଲେ ମୋଦି

ଏଠାରେ କହି ରଖୁଛୁ ଯେ, ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଅନେକ ସ୍ଥାନରେ ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ, ହିମାଚଳ ପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, କେରଳ ଭଳି ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜୀବନ ବ୍ୟାହତ ହୋଇଛି । ଆସନ୍ତା କିଛି ଦିନ ହେବ ଅନେକ ରାଜ୍ୟରେ ଲଗାତାର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (IMD) । ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ମଧ୍ୟ ଆଜିକାଲି ପ୍ରବଳ ବର୍ଷା ହେଉଛି । ଆଜି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି ।