PM Awas Yojana: କେନ୍ଦ୍ର ସରକାରଙ୍କ ବଡ଼ ଝଟକା! ଏହି ସବୁ ଜିନିଷ ଥିଲେ ମିଳିବନି ଘର
Advertisement

PM Awas Yojana: କେନ୍ଦ୍ର ସରକାରଙ୍କ ବଡ଼ ଝଟକା! ଏହି ସବୁ ଜିନିଷ ଥିଲେ ମିଳିବନି ଘର

PMAY Beneficiary Odisha List: ରାଜ୍ୟ ସରକାରଙ୍କ ରୁରାଲ୍ ହାଉସିଂ ୱେବସାଇଟ୍‌ରେ ଦିଆଯାଇଥିବା ଲମ୍ବା ତାଲିକାର ଯାଞ୍ଚ ଚାଲିଛି। ଏବଂ ଆବାସ ତାଲିକାରେ ନାମ ଥିବା ବ୍ୟକ୍ତି ଯୋଗ୍ୟ ନା ଅଯୋଗ୍ୟ ସେ ସଂକ୍ରାନ୍ତ ସାନି ତାଲିକା ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି।

PM Awas Yojana: କେନ୍ଦ୍ର ସରକାରଙ୍କ ବଡ଼ ଝଟକା!  ଏହି ସବୁ ଜିନିଷ ଥିଲେ ମିଳିବନି ଘର

PM Awas Yojana: ବର୍ଷ ବର୍ଷ ଧରି ଘର ଖଣ୍ଡିଏ ପାଇବାକୁ ଆଶା କରି ବସିଥିବା ହିତାଧିକାରୀଙ୍କୁ ମିଳିଛି ଜୋରଦାର ଝଟକା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୮.୧୭ ଲକ୍ଷ ଘର ମିଳିବ। ଏଥିପାଇଁ ସବୁ ଜିଲ୍ଲାର ପଞ୍ଚାୟତ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ଦୀର୍ଘ ତିନିବର୍ଷ ପରେ ଏହି ତାଲିକା ପ୍ରକାଶ ପାଇଥିବା ବେଳେ ତାଲିକା ଦେଖି ସମସ୍ତେ ଆଚମ୍ବିତ। ସବୁଠାରୁ ବଡ଼ କଥା ହେଲା ଯେଉଁ ମାନଙ୍କୁ ଘର ମିଳିଛି ସେମାନେ ସତରେ ଯୋଗ୍ୟ ନା ଅଯୋଗ୍ୟ ତାକୁ ନେଇ ଏବେ ଗାଁ ଗଣ୍ଡାରେ ପଡ଼ିଛି ଭାଳେଣି। ସେପଟେ ଘରେ କଣ କଣ ଥିଲେ ସେ ଯୋଗ୍ୟ ହିତାଧିକାରୀରେ ଗଣା ଯିବେ ନା ନାହିଁ ତାକୁ ମଧ୍ୟ ନେଇ ତର୍ଜମା ଚାଲିଛି।

ଯଦି ସରକାରୀ ୱେବସାଇଟକୁ (Government Website) ଦେଖିବା ତେବେ ଘର ଚାଳଛପର ହୋଇଥିଲେ ବି ଯଦି ଘରେ ଏହିସବୁ ସାମଗ୍ରୀ ଥିବ ତେବେ ଘର ମିଳିବ ନାହିଁ। ବାଇକ୍ ସହ ସ୍କୁଟି କି ମାଛ ଧରା ଡ଼ଙ୍ଗାଟିଏ ଥଲେ ଘର ପାଇବେ ନାହିଁ। ସେହିପରି ଘରେ ଟିଭି ଓ ୱାସିଂ ମେସିନ୍ ଥିଲେ ଘର ପାଇବାକୁ ଯୋଗ୍ୟ ହେବେ। ଅନ୍ୟପଟେ ଫ୍ରିଜ୍ ଥିଲେ ଅଯୋଗ୍ୟ ହେବେ ।  ତିନି ଚକିଆ ଅଟୋ, ଚାରି ଚକିଆ ଗାଡ଼ି, ଚାରିଚକିଆ କୃଷି ଯନ୍ତ୍ରାଂଶ ଥିଲେ ମିଳିବ ନାହିଁ ଘର । ସେହିପରି କିଷାନ କ୍ରେଡିଟ୍ କାର୍ଡରେ ୫୦ହଜାର ଟଙ୍କାର କ୍ରେଡିଟ୍ ଲିମିଟ୍ ଥିଲେ ଘର ମିଳିବା ସ୍ୱପ୍ନ। ପରିବାରର ଜଣେ ସଦସ୍ୟ ସରକାରୀ ଚାକିରିଆ ହୋଇଥିଲେ ମିଳିବ ନାହିଁ ଘର । ୫ ଏକରରୁ ଅଧିକ ଜଳସେଚିତ ଜମି,  ୭.୫ଏକରରୁ ଅଧିକ ଜମିର ମାଲିକ ହୋଇଥବେ ଯଦି ଘର ମିଳିବ ନାହିଁ। 

ସେପଟେ ବିଶେଷଜ୍ଞଙ୍କ କହିବାକଥା,ହିତାଧିକାରୀଙ୍କୁ (PM Awas Yojana Beneficiary)  ଅଯୋଗ୍ୟ ଘୋଷଣା କରିବା ଲାଗି ଯେଉଁ ସର୍ତ୍ତ ରଖାଯାଇଛି  ତାହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଆଧାରରେ ହୋଇଛି। ତେବେ ରାଜ୍ୟ ସରକାର କହୁଛନ୍ତି କେନ୍ଦ୍ରର ସର୍ତ୍ତ ଅନୁସାରେ ତାଲିକା ପ୍ରସ୍ତୁତ ହୋଇଛି। ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅନେକ ସରକାରୀ ବାବୁମାନେ ଘର ଘର ବୁଲି ତଦନ୍ତ କରିଥିଲେ । ଲୋକେ ୩ ବର୍ଷ ପରେ ସରକାର ଘର ଖଣ୍ଡେ ଦେବେ ବୋଲି ଆଶା ରଖିଥିଲେ । କିନ୍ତୁ ଏପରି ତାଲିକା ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ହେଲେ ଏହାକୁ ନେଇ ଏବେ ରାଜନୈତିକ ବୟାନ(Political Stunt) ବାଜି ଆରମ୍ଭ ହୋଇଗଲାଣି । ବିଜେପିର ଅଭିଯୋଗ ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିଲେ ଦଳ ବିଧାନସଭା ଘେରାଉ କରିବ । ସେହିପରି କଂଗ୍ରେସ କହିଛି ସରକାର ଏଥିରେ ସଂଶୋଧନ ନକଲେ ବଡ଼ ବିପ୍ଲବ ହେବ । ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ଯାଇ ବିଜେଡି କହିଛି ସରକାର ଯାହା କଲେ ବି ବିରୋଧୀ ବିରୋଧ କରିବେ ହିଁ କରିବେ। 

Also Read: Odisha Crime News: ଘର ଭିତରୁ ମିଳିଲା ସାବତ ମାଆ ସହ ପୁଅର ମୃତଦେହ, ମୃତ୍ୟୁ ପୂର୍ବରୁ ଶେଷ ପୋଷ୍ଟ I Quit