Odisha: ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଲେ ଓଡ଼ିଶା ସରକାର
Advertisement
Article Detail0/zeeodisha/odisha1507975

Odisha: ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଲେ ଓଡ଼ିଶା ସରକାର

Odisha Govt  News: ଚଳିତ ବର୍ଷରେ ଏହା ହେଉଛି ଦ୍ୱିତୀୟ ମହଙ୍ଗା ଭତ୍ତା ବୃଦ୍ଧି। ସେପ୍ଟେମ୍ବରରେ ଦୁର୍ଗା ପୂଜା ପୂର୍ବରୁ ଓଡିଶା ସରକାର ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାରେ  ୩ ପ୍ରତିଶତ ବୃଦ୍ଧି ଘୋଷଣା କରି ଏହାକୁ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବଢାଇଥିଲେ।

Odisha: ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଲେ ଓଡ଼ିଶା ସରକାର

Odisha Govt hike DA: ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇଛନ୍ତି ଓଡ଼ିଶା ସରକାର। ଡିସେମ୍ବର ୩୦ ତାରିଖ ଶୁକ୍ରବାର ଏ ସମ୍ପର୍କିତ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ ଜୁଲାଇ ପହିଲାରୁ ଏହା ପିଛିଲା ଭାବେ ଲାଗୁହେବ। ସର୍ବଶେଷ ସଂଶୋଧନ ସହିତ ବର୍ତ୍ତମାନ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧିପାଇଛି। 

ଚଳିତ ବର୍ଷରେ ଏହା ହେଉଛି ଦ୍ୱିତୀୟ ମହଙ୍ଗା ଭତ୍ତା ବୃଦ୍ଧି (Dearness Allowance Hike)। ସେପ୍ଟେମ୍ବରରେ ଦୁର୍ଗା ପୂଜା ପୂର୍ବରୁ (Durga Puja) ଓଡିଶା ସରକାର (Odisha Govt) ରାଜ୍ୟ ସରକାରୀ କର୍ମଚାରୀ (Odisha Govt Employee) ଏବଂ ପେନ୍‌ସନ୍‌ଭୋଗୀଙ୍କ (Pension Holder) ପାଇଁ ମହଙ୍ଗା ଭତ୍ତାରେ (Dearness Allowance) ୩ ପ୍ରତିଶତ ବୃଦ୍ଧି ଘୋଷଣା କରି ଏହାକୁ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବଢାଇଥିଲେ। ଓଡିଶା ଆର୍ଥିକ ଦାୟିତ୍ୱବୋଧ ଏବଂ ବଜେଟ୍ ପରିଚାଳନା ଅଧିନିୟମ ୨୦୦୫ (Odisha Fiscal Responsibility and Budget Management Act 2005) ଅନୁଯାୟୀ ଧାର୍ଯ୍ୟ ହୋଇଥିବା ସାମଗ୍ରିକ ଆର୍ଥିକ ସମ୍ବଳ ଏବଂ ଆର୍ଥିକ ଲକ୍ଷ୍ୟକୁ ବିଚାରକୁ ନେଇ ନିଆଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ବର୍ଷ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ।

ଏଥର ନୂଆବର୍ଷ ଅବସରରେ ମହଙ୍ଗା ଭତ୍ତା ବଢାଇ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏକ ଉପହାର ଦେଇଛନ୍ତି ଓଡ଼ିଶା ସରକାର। ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମୋଦନ ମିଳିଛି। ମହଙ୍ଗା ଭତ୍ତା ୪% ବଢିବା ପରେ ଏହାର ୩୪ ପ୍ରତିଶତରୁ ୩୮ ପ୍ରତିଶତ ହୋଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଗତ ଜୁଲାଇ ପହିଲାରୁ ପିଛିଲା ଭାବରେ ଲାଗୁହେବ। ଅନ୍ୟପଟେ ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀଙ୍କ ମହଙ୍ଗା ଭତ୍ତା ମଧ୍ୟ ୪ ପ୍ରତିଶତ ବଢିଛି। ଯାହା ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ସାଢ଼େ ୩ ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବେ।