ମିଶନ ଶକ୍ତିର ଟାର୍ଗେଟ ଏବେ କାଫେ,ଔପଦାରେ ଶୁଭ ଉଦଘାଟନ କଲେ ବାଲେଶ୍ୱର ଜିଲ୍ଲାପାଳ
Advertisement
Article Detail0/zeeodisha/odisha1205705

ମିଶନ ଶକ୍ତିର ଟାର୍ଗେଟ ଏବେ କାଫେ,ଔପଦାରେ ଶୁଭ ଉଦଘାଟନ କଲେ ବାଲେଶ୍ୱର ଜିଲ୍ଲାପାଳ

ମିଶନ ଶକ୍ତି ଏବେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମଣ କରିବାରେ ଲାଗିଛି। ଗ୍ରାମାଞ୍ଚଳରେ ମହିଳାମାନଙ୍କୁ କର୍ମନିଯୁକ୍ତି ତଥା ବିଦେଶୀ ବ୍ରାଣ୍ଡକୁ ମାତ ଦେଇ ଦେଶୀ ବ୍ରାଣ୍ଡ ଉପରେ ଅଧିକ ଗୁରୁତ୍ୱ ଦେବାରେ ଲାଗିଛି । ଏହି କ୍ରମରେ ଔପଦାରେ ଏକ କାଫେ ସେଣ୍ଟର ଜିଲ୍ଲାପାଳଙ୍କ ଦ୍ୱାରା ଶୁଭ ଉଦଘାଟନ କରାଯାଇଛି ।

ମିଶନ ଶକ୍ତିର ଟାର୍ଗେଟ ଏବେ କାଫେ,ଔପଦାରେ ଶୁଭ ଉଦଘାଟନ କଲେ ବାଲେଶ୍ୱର ଜିଲ୍ଲାପାଳ

(ରିପୋର୍ଟ- ଦେବେନ୍ଦ୍ର ନାୟକ )- ରାଜ୍ୟ ସରକାର ମହିଳା ଶଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ମହିଳା ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ରୋଜଗାରକ୍ଷମ କରାଇବା ସହିତ ସାଧାରଣ ଜନତାଙ୍କ ସୁବିଧା ପାଇଁ  ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ନିକଟରେ ଏକ ମିଶନ ଶକ୍ତି କାଫେ ର ଉଦଘାଟନ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ  ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟକ ଭାବରେ ଯୋଗ ଦେଇ ପ୍ରଥମେ ଏହି ବ୍ଲକର ଫତେପୁରର ମା ବ୍ରାହ୍ମଣୀ ଟେରାକୋଟା ଉତ୍ପାଦକ ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କରିଥିଲେ ଓ ପରେ ପରେ ଔପଦା ବ୍ଲକର ନୂତନ କରି  ହୋଇଥିବା ମିଶନ ଶକ୍ତି କାଫେ ଓ ବ୍ଲକ ର ଶୋଭା ବର୍ଦ୍ଧନ ପାଇଁ ଆଇ ଲଭ ଔପଦା ମିନି ପାର୍କର ଶୁଭ ଉଦଘାଟନ କରିଥିଲେ।

ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରବୀନ୍ଦ୍ର କୁମାର ସାହୁ,ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ବ୍ଲକ ଅଧ୍ୟକ୍ଷା ବିସି ବିପ୍ସା ପାତ୍ର,୦୧ ଜୋନ ଜିଲ୍ଲା ପରିଷଦ ସଦସ୍ୟା ମୁନୀ ସିଂ,ଡ଼ିଏସଡବ୍ଲୁ କୁନ୍ତଳା କୁମାରୀ ମଲ୍ଲିକ,ବିଡ଼ିଓ ଅଭିଷେକ ଦାଶ,ତହସିଲଦାର ଶରତ କୁମାର ମଲ୍ଲିକ,ସିଡିପିଓ ସୌଭାଗ୍ୟ ରାଉତ,ସହକାରୀ ନିର୍ବାହୀ ଯନ୍ତ୍ରୀ ପପୁ ଭୂୟାଁ,ବିପିସି ବେନଜୀର ଗାନ୍ଧୀ,ଓଡ଼ିଶା ଜୀବିକା ମିଶନ ସଂଯୋଜକ ତ୍ରିଲୋଚନ ପରିଡ଼ା, ରତିକାନ୍ତ ଜେନା, ସମେତ ମା ଗାୟତ୍ରୀ ବି.ଏଲ.ଏଫ ର ସଭାପତି ଦୀପ୍ତିରାଣୀ ମହାନ୍ତି ସମେତ କର୍ମକର୍ତ୍ତା ଓ ସଦସ୍ୟା ତଥା ବ୍ଲକର ସମସ୍ତ ଏମବିକେ,ସିଆରପି,ଜିଏଲଏଫ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ। ଗ୍ରାମାଞ୍ଚଳରେ ସମସ୍ତ ଭିତ୍ତିଭୂମି ର ବିକାଶ କାର୍ୟ୍ଯ ଜାରି ରହିଥିବା ବେଳେ ମହିଳା ମାନେ କିଭଳି ଆତ୍ମନିର୍ଭର ହୋଇ ପାରିବେ ସେଥି ପାଇଁ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟ ରେ ସମସ୍ତଂଙ୍କୁ ଅଧିକାରୀ ମାନେ ଅବଗତ କରାଇଥିଲେ।