jual oram on Naveen Patnaik: 'ନବୀନ ବାବୁଙ୍କୁ ମୁଁ ଆଣିକି ମୁଁ ମୁଖ୍ୟମନ୍ତ୍ରୀ କରିଛି'
Advertisement
Article Detail0/zeeodisha/odisha1532025

jual oram on Naveen Patnaik: 'ନବୀନ ବାବୁଙ୍କୁ ମୁଁ ଆଣିକି ମୁଁ ମୁଖ୍ୟମନ୍ତ୍ରୀ କରିଛି'

ରାଜ୍ୟ ମୁଖିଆ ତଥା ଶାସକ ବିଜେଡି ବେଶ୍ ପ୍ରଶଂସା ସାଉଁଟୁ ଥିବା ବେଳେ ଦିନକୁ ଦିନ ଏହା ବିରୁଦ୍ଧରେ ତେଜୁଚି ରାଜନୀତି। ଖାସ୍ କରି ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ମଧ୍ୟରେ ଶ୍ରେୟ ନେବାପାଇଁ ଚାଲିଛି ଟଣାଓଟରା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବହୁ ବରିଷ୍ଠ ବିଜେପି ନେତା ବହୁବାର ଏହି ପ୍ରସଙ୍ଗରେ ମୁହଁ ଖୋଲିଥିବା ବେଳେ ଏଥିରେ ଦୁଇପାଦ ଆଗକୁ ବଢ଼ି ସମ୍ମୁଖକୁ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ। 

jual oram on Naveen Patnaik: 'ନବୀନ ବାବୁଙ୍କୁ ମୁଁ ଆଣିକି ମୁଁ ମୁଖ୍ୟମନ୍ତ୍ରୀ କରିଛି'

Juel oram on Naveen Patnaik:  ରାଉରକେଲା: ରାଉରକେଲାରେ (Rourkela) ଚାଲିଥିବା ସରସ ମେଳାରେ (Saras Mela) ବେଶ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ଜୁଏଲ ଓରାମ (Juel Oram)। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ନିର୍ବାଚନକୁ (General Election) ପାଖାପାଖି ବର୍ଷେ ସମୟ ରହିଥିବା ବେଳେ ଏବେ ରାଜ୍ୟରେ ରାଜନୀତି ଧିରେଧିରେ ତେଜିବାରେ ଲାଗିଛି। ସେପଟେ ଜୁଏଲ ଦେଇଥିବା ବୟାନ ଏହି ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି। ସେପଟେ ଚାଲିଛି ପୁରୁଷ ହକି ବିଶ୍ୱକପ। ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର ଠାରୁ ରାଉରକେଲା। ଖାସ୍ କରି ହକିର ଏନ୍ତୁଡ଼ିଶାଳ ବୋଲାଉଥିବା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ ମାତ୍ର ଦେଢ଼ ବର୍ଷ ମଧ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ବ ଦର୍ଶକ କ୍ଷମତା ବିଶିଷ୍ଟ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍ ନିର୍ମାଣ ଏବଂ ଖେଳାଳିଙ୍କ ସୁବିଧା ନିମନ୍ତେ କ୍ରୀଡାଗ୍ରାମ ଓ ଅନ୍ୟାନ୍ୟ ପ୍ରସ୍ତୁତି ସାଜିଛି ପ୍ରମୁଖ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। 

ଏହାକୁ ନେଇ ରାଜ୍ୟ ମୁଖିଆ ତଥା ଶାସକ ବିଜେଡି ବେଶ୍ ପ୍ରଶଂସା ସାଉଁଟୁ ଥିବା ବେଳେ ଦିନକୁ ଦିନ ଏହା ବିରୁଦ୍ଧରେ ତେଜୁଚି ରାଜନୀତି। ଖାସ୍ କରି ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ମଧ୍ୟରେ ଶ୍ରେୟ ନେବାପାଇଁ ଚାଲିଛି ଟଣାଓଟରା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବହୁ ବରିଷ୍ଠ ବିଜେପି ନେତା ବହୁବାର ଏହି ପ୍ରସଙ୍ଗରେ ମୁହଁ ଖୋଲିଥିବା ବେଳେ ଏଥିରେ ଦୁଇପାଦ ଆଗକୁ ବଢ଼ି ସମ୍ମୁଖକୁ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ। 

 

ରାଉରକେଲାଠାରେ ହକି ବିଶ୍ୱକପ ଉପଲକ୍ଷେ ଆୟୋଜିତ ହେଉଥିବା "ସରସ ମେଳା"ର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବା ଅବସରରେ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍ ନିର୍ମାଣ ଓ ବିଶ୍ୱକପ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ମାରିଛନ୍ତି ତେରେଛା ବାଣ। "ନବୀନ ବାବୁଙ୍କୁ ମୁଁ ଆଣିକି ମୁଁ ମୁଖ୍ୟମନ୍ତ୍ରୀ କରିଛି" ବୋଲି କହି ପୁରୁଣା ଇତିହାସ ମନେ ପକାଇବା ସହିତ ହକିରେ ରାଜନୀତି କର ନାହିଁ ବୋଲି ଚେତେଇ ଦେଇଛନ୍ତି ଜୁଏଲ। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ଵାରା ତିଆରି ହୋଇଥିବା ଜିଲ୍ଲା ଖଣିଜ ପାଣ୍ଠି ବା DMF ରୁ ସୁନ୍ଦରଗଡ଼ (Sundergarh) ଜିଲ୍ଲାରେ ୫୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଆଦାୟ ହୋଇଥିବା ଏବଂ ସେଥିରୁ ୧୩୬କୋଟି ୯୨ଲକ୍ଷ ଟଙ୍କା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ନିର୍ମାଣ ପାଇଁ ବ୍ୟବହାର ହୋଇଥିବା କଥା ଦୋହରାଇ ଅର୍ଥ ଯୋଗାଇବା ଦାୟିତ୍ଵ କେନ୍ଦ୍ରର ଓ କାମ କରିବା ଦାୟିତ୍ବ ରାଜ୍ୟ ସରକାରଙ୍କର ବୋଲି ମନେ ପକାଇ ଦେଇଥିଲେ ଜୁଏଲ।ଏପରିକି ରାଉରକେଲାରେ ହୋଇଥିବା ସମସ୍ତ ଉନ୍ନୟନ ମୂଳକ କାମ କେନ୍ଦ୍ର ପ୍ରଦତ୍ତ ସ୍ମାର୍ଟ ସିଟି ପଇସାରେ ହୋଇଥିବା କହି ଟାର୍ଗେଟ କରିଥିଲେ ଜୁଏଲ।

ଗୋଟେ ପଟେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଗତ ସାଧାରଣ ନିର୍ବାଚନ ମାନଙ୍କରେ ବିଜେଡି ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିବା ବେଳେ ଜିଲ୍ଲାରେ ହକି ବିଶ୍ୱକପର ସଫଳ ଆୟୋଜନ ବିଜେଡି କୁ ଲାଭ ଦେବା ସହିତ ଜିଲ୍ଲାରେ ବିଜୟ ର ସ୍ଵାଦ ଚଖାଇବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି। ଅନ୍ୟପଟେ ନିଜର ଚିରାଚରିତ ମଜାଳିଆ ଅନ୍ଦାଜ୍ ରେ "ମୁଁ ସବୁ ପ୍ରକାର ଖେଳ ଜାଣେ" ଏବଂ ଆସନ୍ତା ୨୦୨୪ ନିର୍ବାଚନ ଫଳାଫଳ ଲାଭ - କ୍ଷତିର ହିସାବ ଦେବ ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ।

ରାଉରକେଲାରୁ ସୁଶାନ୍ତ ଦାଶ