ପାରଳାଖେମୁଣ୍ଡିରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ
Advertisement
Article Detail0/zeeodisha/odisha1170837

ପାରଳାଖେମୁଣ୍ଡିରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ

International Labour Day 2022:  କାର୍ଯ୍ୟକ୍ରମ ଶେଷରେ ଶ୍ରମ କାର୍ଡଧାରୀ କାର୍ଯ୍ୟରତ ଅବସ୍ଥାରେ ମୃତ ଶ୍ରମିକଙ୍କ ପରିବାରକୁ ଶାନ୍ତନାମୂଳକ ସହାୟତା ରାଶି, ବିବାହ ପ୍ରୋତ୍ସାହନ ରାଶି ଏହିପରି ମୋଟ ୮୫୭ ଜଣ ଶ୍ରମିକଙ୍କୁ ୨ କୋଟିରୁ ଉର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ପାଇଁ ଶ୍ରମିକମାନଙ୍କୁ ଆହ୍ୱାନ  ଦିଆଯାଇଥିଲା । ହେଲେ ଏଠାରେ ଜିଲ୍ଲାରେ ଏହି ସବୁର ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି । 

ପାରଳାଖେମୁଣ୍ଡିରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ

ସୁଜିତ୍ ବିଷୋୟୀ, ପାରଳାଖେମୁଣ୍ଡି: International Labour Day 2022: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି (Paralakhemundi) ରେ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତାଲିମ ଓ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ । ଶ୍ରମ ଦିବସରେ ଶ୍ରମିକଙ୍କ ସମାଜରେ ଭୂମିକା ଓ ଶ୍ରମ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର କୁଶଳୀ, ଅଣକୁଶାଳୀ ଓ ସଂଗଠିତ, ଅଣସଙ୍ଘଠିତ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକମାନେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲପାଳ ବିଭିନ୍ନ ବର୍ଗର ଶ୍ରମିକଙ୍କ ପାଇଁ ସାମାଜିକ ନିରାପତ୍ତା ଆଇନ ସମ୍ବନ୍ଧରେ ସୂଚନା ଦେବା ସହ ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ବିଭିନ ଶ୍ରମିକ କଲ୍ୟାଣ ବୋର୍ଡରେ ଶ୍ରମିକଙ୍କ ପଞ୍ଜିକରଣ ଓ ସହାୟତା ସମ୍ପର୍କିତ ତଥ୍ୟକୁ ଉପସ୍ଥାପନା କରିଥିଲେ ।

କାର୍ଯ୍ୟକ୍ରମ ଶେଷରେ ଶ୍ରମ କାର୍ଡଧାରୀ କାର୍ଯ୍ୟରତ ଅବସ୍ଥାରେ ମୃତ ଶ୍ରମିକଙ୍କ ପରିବାରକୁ ଶାନ୍ତନାମୂଳକ ସହାୟତା ରାଶି, ବିବାହ ପ୍ରୋତ୍ସାହନ ରାଶି ଏହିପରି ମୋଟ ୮୫୭ ଜଣ ଶ୍ରମିକଙ୍କୁ ୨ କୋଟିରୁ ଉର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ପାଇଁ ଶ୍ରମିକମାନଙ୍କୁ ଆହ୍ୱାନ  ଦିଆଯାଇଥିଲା । ହେଲେ ଏଠାରେ ଜିଲ୍ଲାରେ ଏହି ସବୁର ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି । 

ଅନ୍ତର୍ଜାତୀୟ ଶ୍ରମ ଦିବସ (International Labour Day) ଶ୍ରମିକଙ୍କ ଉଦ୍ଧେଶ୍ୟରେ ପାଳିତ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ, ନେତା ମନ୍ତ୍ରୀ ଶୀତ ତାପ ନିୟନ୍ତ୍ରିତ କୋଠରୀରେ ବସି ଶ୍ରମ ଦିବସରେ ଶ୍ରମିକଙ୍କ ମଙ୍ଗଳ ପାଇଁ କାହିଁ କେତେ ଯୋଜନା, ଆଇନ ଏଭଳି ଅନେକ କଥା ଆଲୋଚନା କରୁଛନ୍ତି । ହେଲେ ଖଟିଖିଆ ଓ ଦିନମଜୁରିଆ ଶ୍ରମିକ ଆଜିର ଦିନରେ ବି ଡହ ଡହ  ଖରାରେ ମୁଣ୍ଡର ଝାଳ ତୁଣ୍ଡରେ ମାରି କାମ କରୁଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ହେଲେ ଏଠାରେ ଗୋଟିଏ କଥା ପ୍ରଶ୍ନ ଉଙ୍କି ମାରୁଛି  ଶ୍ରମ ଆଇନ ଓ  ଶ୍ରମିକ ମାନଙ୍କ ପାଇଁ ଯୋଜନା ଏସବୁ କଣ ନେତା ଓ ଅଫିସରଙ୍କ ଭାଷଣରେ ସୀମିତ ନା ସତରେ କାର୍ଯ୍ୟକାରୀ ହେଉଛି? କଣ ଶ୍ରମଦିବସର ପାଳନ ଆଉ  ନିୟମ  କାନୁନ କେବଳ ଧର୍ମକୁ ଆଖିଠାର  ! 

ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା

ଏହା ବି ପଢ଼ନ୍ତୁ:-ଯଦି କଂଗ୍ରେସ ନୁହେଁ ତେବେ କେଉଁଠି…ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ଏହା ବି ପଢ଼ନ୍ତୁ:-7th Pay Commission ପରେ ଆଉ ଆସିବନି ନୂଆ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ଅଲଗା ଭାବରେ ହେବ ବୃଦ୍ଧି

ଗ୍ରୀଷ୍ମ ପ୍ରବାହ ପ୍ରବାହ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ଅଫିସ ଓ ଶିକ୍ଷା ଅନୁଷ୍ଠାନ ବନ୍ଦ କରିବା ସହ ଶ୍ରମିକ ମାନଙ୍କ କାର୍ଯ୍ୟ କରିବାର ସମୟ ମଧ୍ୟ ନିୟନ୍ତ୍ରଣ କରିଛନ୍ତି କିନ୍ତୁ ଏହାକୁ କୌଣସି ଠିକା ସଂସ୍ଥା ଖାତିର ନକରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ଅପର ପକ୍ଷରେ ଆଜିର ଭଳି ଶ୍ରମ ଦିବସରେ ଶ୍ରମିକଙ୍କ ପାଇଁ ଦିନଟିଏ ହେଲେ ମଧ୍ୟ ବହୁ ସରକାରୀ ଓ ବେସରକାରୀ ସଂସ୍ଥା ଶ୍ରମିକ ମାନଙ୍କୁ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି । ତାହା ହେଲେ ଏହା ଶ୍ରମ ଆଇନର ଖୋଲା ଖୋଲି ଉଲଂଘନ ନୁହେତ ଆଉ କଣ? କେବଳ ସଭା ସମିତି ଓ ଭାଷଣ ବାଜିରେ ସୀମିତ ନରଖି ସଠିକ୍ କାର୍ଯ୍ୟକାରି କରିବେ ତେବେ ଯାଇ ଶ୍ରମ ଦିବସର  ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ । ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର ବିଭାଗ ଓ ଅଧିକାରୀ ମଧ୍ୟ  ରହିଛନ୍ତି କିନ୍ତୁ ଫଳ ଶୂନ୍ୟ ।