ଦାରିଙ୍ଗିବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ସୂଚନା ଅନୁସାରେ ବାଲିଗୁଡ଼ା ଅଞ୍ଚଳରୁ ଦାରିଙ୍ଗବାଡ଼ି ଦେଇ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।
Trending Photos
କନ୍ଧମାଳ: ଜିଲ୍ଲା ଦାରିଙ୍ଗବାଡ଼ି ପୋଲିସ ଏକ ଆନ୍ତ ରାଜ୍ୟ ଗଞ୍ଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ଟ୍ରକ ସହ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗିବାଡି ପୋଲିସ। ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲା ସାଇଁନି ଥାନା ଅଞ୍ଚଳର ସାରୁକ୍ଷ ଖାଁନ ଏବଂ ଅନ୍ୟ ଜଣ ହେଉଛି ଫତେପୁର ଜିଲା କୌଶାମ୍ବୀ ଥାନା ଅଞ୍ଚଳର ଅଜୟ କୁମାର।
ଦାରିଙ୍ଗିବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ସୂଚନା ଅନୁସାରେ ବାଲିଗୁଡ଼ା ଅଞ୍ଚଳରୁ ଦାରିଙ୍ଗବାଡ଼ି ଦେଇ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା ପାରେ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ଟିମ ହିଲ ଭିୟୁ ପାର୍କ ନିକଟ ଆମ୍ବ ଖାଲିଆ ବୁଲାଣି ଠାରେ ଛପି ରହିଥିଲା। ବାଲିଗୁଡା ପଟୁ ଏକ ଟ୍ରକ ଦ୍ରୁତ ଗତିରେ ଆସିଥିଲା ବେଳେ ପୋଲିସ ଯାଞ୍ଚ ସମୟରେ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ବସ୍ତା ରହିଥିବା ଦେଖି ଗଞ୍ଜେଇ ସହିତ ଟ୍ରକ ଜବତ କରିତିଲା।
ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଉତ୍ତର ପ୍ରଦେଶର ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଙ୍ଗଳବାର ଗିରଫ ହୋଇଥିବା ଅଭିଯୁକ୍ତକୁ ଫୁଲବାଣୀ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ଜଣାଇଛନ୍ତି । ଏନେଇ ଦାରିଙ୍ଗବାଡି ଥାନାରେ କେସ ନମ୍ବର ୧୦୦/୨୨ ରେ ମାମଲା ରୁଜୁ କରାଯାଇଛି।