BJPରେ ଯୋଗ ଦେଲେ ଶତାଧିକ BJD ନେତା ଓ କର୍ମୀ
Advertisement
Article Detail0/zeeodisha/odisha920289

BJPରେ ଯୋଗ ଦେଲେ ଶତାଧିକ BJD ନେତା ଓ କର୍ମୀ

ବିଜେଡି ଜିଲ୍ଲା ସଂପାଦକ ତଥା ରାଜପୁର ଗ୍ରାମର ୱାର୍ଡ ମେମ୍ବର ଜଗନ୍ନାଥ ପରିଡ଼ାଙ୍କ ନେତୃତ୍ଵରେ ସେହି ଗ୍ରାମର ଅଭିମନ୍ୟୁ ସାମଲ, ହରିଶ୍ଚନ୍ଦ୍ର ପରିଡ଼ା, ଦାମୋଦର ପ୍ରଧାନ, ଭୁବନୀ ପ୍ରଧାନ, ରାଜେଶ୍ ପରିଡ଼ା, ପି. ଶ୍ରିନୁ ଓ ଅନ୍ୟାନ୍ୟ ପ୍ରାୟ ୨୦୦ ଜଣ ବିଜେଡି ଦଳରୁ ବିଜେପି ରେ ଯୋଗ ଦେଇଥିଲେ।

BJPରେ ଯୋଗ ଦେଲେ ଶତାଧିକ BJD ନେତା ଓ କର୍ମୀ

ଗଜପତି:  ଗୋଷାଣୀ ବ୍ଲକ ମାଛମରା ପଂଚାୟତ ରାଜପୁର ଗ୍ରାମର ଶତାଧିକ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପିରେ ଯୋଗ ଦେଇଥିଲେ। ବିଜେଡି ଜିଲ୍ଲା ସଂପାଦକ ତଥା ରାଜପୁର ଗ୍ରାମର ୱାର୍ଡ ମେମ୍ବର ଜଗନ୍ନାଥ ପରିଡ଼ାଙ୍କ ନେତୃତ୍ଵରେ ସେହି ଗ୍ରାମର ଅଭିମନ୍ୟୁ ସାମଲ, ହରିଶ୍ଚନ୍ଦ୍ର ପରିଡ଼ା, ଦାମୋଦର ପ୍ରଧାନ, ଭୁବନୀ ପ୍ରଧାନ, ରାଜେଶ୍ ପରିଡ଼ା, ପି. ଶ୍ରିନୁ ଓ ଅନ୍ୟାନ୍ୟ ପ୍ରାୟ ୨୦୦ ଜଣ ବିଜେଡି ଦଳରୁ ବିଜେପି ରେ ଯୋଗ ଦେଇଥିଲେ।

ମିଶ୍ରଣ ପର୍ବରେ ଜିଲ୍ଲା BJP ସଭାପତି ତଥା ବିଧାୟକ କେ. ନାରାୟଣ ରାଓ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଧର ନାଇଡ଼ୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପି. ଲତା, ପୂର୍ବତନ ଗୋଷାଣୀ ବ୍ଲକ ଅଧ୍ୟକ୍ଷା ଜେ.ଭାରତୀ, ପୂର୍ବତନ ନଗରପାଳ ତଥା ଦଳ ସଂପାଦକ ନୃସିଂହ ଚରଣ ପଟ୍ଟନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷ ସି ଏଚ. ସିମାଦ୍ରି, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ପି. କିରଣ , ପିନଣ୍ଟୀ କ୍ରାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। 

Also Read: ବିହାରରେ ପୁଣି ରାଜନୈତିକ ଝଡ଼, LJP ଦି'ଫାଳ!

ଏମାନଙ୍କ ଯୋଗଦାନ ଆଗମୀ ଦିନରେ ଗୋଷାଣୀ ବ୍ଲକ ରେ ତଥା ଜିଲ୍ଲାରେ ବିଜେପିକୁ ଅଧିକ ସୁଦୃଢ଼ କରିବ ବୋଲି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓ କହିଥିଲେ। ସେହିପରି ବିଧାୟକଙ୍କ କାର୍ଯ୍ୟରେ ଆକୃଷ୍ଟ ହୋଇ ଦଳରେ ଯୋଗ ଦେଇଥିବା କହିଛନ୍ତି ଜଗନ୍ନାଥ ପରିଡ଼ା ।