Weather update: ଆଜିଠୁ ଆଉ ଏକ ପଶ୍ଚିମା ଝଡ଼, ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆର୍ଲଟ ଜାରି
Advertisement

Weather update: ଆଜିଠୁ ଆଉ ଏକ ପଶ୍ଚିମା ଝଡ଼, ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆର୍ଲଟ ଜାରି

Weather update: ରାଜ୍ୟରେ ଏକ ପଶ୍ଚିମା ଝଡ଼ ପ୍ରଭାବରେ କେତେକ ସ୍ଥାନରେ କାଳବୈଶାଖୀ ଲାଗି ରହିଥିବା ବେଳେ ଆଜି ମଧ୍ଯ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଖୋର୍ଦ୍ଧା, ଯାଜପୁର, କଟକ, ଜଗତସିଂହପୁର, ବାଲେଶ୍ବର, ଢେଙ୍କନାଳ, ଭଦ୍ରକ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ  କରିଛି ପାଣିପାଗ ବିଭାଗ।

ସୌ(ସୋସିଆଲ ମିଡିଆ)

Weather update: ଆଜିଠୁ ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ । ଏହାର ପ୍ରଭାବରେ କେତେକ ସ୍ଥାନରେ କାଳବୈଶାଖୀ ଲାଗି ରହିଥିବା ବେଳେ ଆଜି ମଧ୍ଯ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଖୋର୍ଦ୍ଧା, ଯାଜପୁର, କଟକ, ଜଗତସିଂହପୁର, ବାଲେଶ୍ବର, ଢେଙ୍କନାଳ, ଭଦ୍ରକ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ  କରିଛି ପାଣିପାଗ ବିଭାଗ(Bubaneswar Metrology Department) । ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ(Yellow Alert) ଜାରି କରାଯାଇଛି । ତେବେ ଆସନ୍ତାକାଲିଠାରୁ ଏହାର ପ୍ରଭାବ ବଢିବା ନେଇ ସମ୍ଭାବନା ରହିଛି । ଫଳରେ ଗୁରୁବାର ଦିନଠାରୁ ଏପ୍ରିଲ ମାସ ୧ ତାରିଖ ଯାଏଁ ଏହାର ପ୍ରଭାବରେ ବିଜୁଳି, ଘ଼ଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ସମ୍ଭବନା ରହିଛି । ୩୧ ତାରିଖ ଦିନ ପଶ୍ଚିମା ଝଡ଼ର ପ୍ରଭାବ ରାଜ୍ୟ ଉପରେ ସର୍ବାଧିକ ରହିବ। ଏହି ସମୟରେ ଝଡ଼ ବର୍ଷା ନେଇ ଆକଳନ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦୁଇ ଦିନ ପରେ ଅର୍ଥାତ୍ ୩୧ ତାରିଖ ବେଳେକୁ ରାଜ୍ୟରେ ଝଡ଼ି ବର୍ଷା ହେବ। ଖାସ କରି, ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, ଯାଜପୁର, କଟକ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ଏପ୍ରିଲ ୧ ତାରିଖ ଦିନ ବାଲେଶ୍ବର, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବ। ଏଣୁ ଆସନ୍ତା ୩ ଦିନ ନିମନ୍ତେ ଝଡ଼-ପବନ ବର୍ଷା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ(Yellow Alert) ଜାରି କରିଛି ।

Also Read- Petrol-Diesel Price Today: ଆସିଗଲା ନୂଆ ଦର, ଜାଣି ନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ତୈଳଦର

ଗତକାଲି କାଳବୈଶାଖୀ ବର୍ଷା ଫଳରେ ରାଜଧାନୀର କେତେକ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଅସରାଏ ବର୍ଷାରେ ଭୁବନେଶ୍ବର ସିଆରପି ଛକଠାରୁ ଇସ୍କନ ମନ୍ଦିର ଯାଏଁ ପାଣି ଭରି ଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତାୟତରେ ସମସ୍ୟା ଭୋଗିଥିଲେ ରାଜଧାନୀବାସୀ । ଅନେକ ସମୟ ଧରି ରାସ୍ତାରେ ଗାଡ଼ି ଗୁଡ଼ିକ ଅଟକି ରହିଥିଲା । ଦୀର୍ଘ ସମୟ ପରେ ରାସ୍ତାରୁ ପାଣି ହଟିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା ।

Also Read-Fake Certificate: ପୋଷ୍ଟାଲରେ ନିଯୁକ୍ତି, ଜାଲ୍ ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରି ଫସିଲେ ୬ ଆଶାୟୀ