ଗଜପତି ପୋଲିସ ବିଭାଗରେ ବଡ ଧରଣର ଅଦଳ ବଦଳ
Advertisement
Article Detail0/zeeodisha/odisha936647

ଗଜପତି ପୋଲିସ ବିଭାଗରେ ବଡ ଧରଣର ଅଦଳ ବଦଳ

SI ଚନ୍ଦନ ଦାସଙ୍କୁ RO ଗଜପତିରୁ ରା. ଉଦୟଗିରି କୋର୍ଟ , SI ସିନ୍ଧୁ ସାରକାଙ୍କୁ ରା. ଉଦୟଗିରି କୋର୍ଟରୁ ରାୟଗଡ଼ ଥାନାକୁ ବଦଳି କରାଯାଇଛି।

ଫାଇଲ ଫଟୋ

ଗଜପତି: ଜିଲ୍ଲା ପୋଲିସରେ ୧୩ଜଣ ASI ଏବଂ SI ମାନଙ୍କୁ  ଅଦଳ ବଦଳ କରାଯାଇଛି। ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ୨ ଜଣ SI ଏବଂ ୧୧ ଜଣ ASIଙ୍କର ବଦଳି ହୋଇଛି। 

SI ଚନ୍ଦନ ଦାସଙ୍କୁ RO ଗଜପତିରୁ ରା. ଉଦୟଗିରି କୋର୍ଟ , SI ସିନ୍ଧୁ ସାରକାଙ୍କୁ ରା. ଉଦୟଗିରି କୋର୍ଟରୁ ରାୟଗଡ଼ ଥାନାକୁ ବଦଳି କରାଯାଇଛି। ସେହିପରି ଭାବରେ ୧୧ ଜଣ ASI ମଧ୍ୟରୁ ରମାକାନ୍ତ ଶବରଙ୍କୁ ରା. ଉଦୟଗିରି ଥାନାରୁ ପାରଳାଖେମୁଣ୍ଡି ଥାନା, ରାଜେନ୍ଦ୍ର ରାଉତଙ୍କୁ ଗାରାବନ୍ଧ ଥାନା ,ଜୋନ ଶବର ଅଡବା ଥାନାରୁ ମୋହନା କୋର୍ଟ, ଗୋପିନାଥ ଭୁୟାଁ ପାରଳାଖେମୁଣ୍ଡିରୁ ରା.ଉଦୟଗିରି ଥାନାକୁ ବଦଳି କରାଯାଇଛି। 

Also Read: କେନାଲରେ ଏକାଧିକ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସେହିପରି ପ୍ରଭାକର ଘଣ୍ଟ ROରୁ ପାରଳାଖେମୁଣ୍ଡି ଥାନା, ଟି. ପ୍ରମିଳାଙ୍କୁ ପାରଳାଖେମୁଣ୍ଡି ଥାନାରୁ ରାୟଗଡ ଥାନା, ଅନିଲ ଶବରଙ୍କୁ କାଶୀନଗରରୁ ଗାରାବନ୍ଧ ଥାନା, ଦିବାକର ପ୍ରଧାନଙ୍କୁ ପାରଳାଖେମୁଣ୍ଡି ଥାନାରୁ ମୋହନା ଥାନା , JVG ରାଓଅକୁ DIB ଗଜପତିରୁ କାଶୀନଗର ଥାନା , TP ଦାସଙ୍କୁ ଗାରାବନ୍ଧ ଥାନାରୁ DIB, ସୁନନ୍ଦନ ପାତ୍ରଙ୍କୁ ROରୁ ପାରଳାଖେମୁଣ୍ଡି SDPOଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି।

fallback