କୋରୋନା ଟିକାକୁ ଗ୍ରାମବାସୀଙ୍କ ନା
Advertisement
Article Detail0/zeeodisha/odisha918956

କୋରୋନା ଟିକାକୁ ଗ୍ରାମବାସୀଙ୍କ ନା

ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ୧୦୦ଟି ଡୋଜ ନେଇ ପୂର୍ବାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। କିନ୍ତୁ ଜଣେ ବି ଟିକା ଗ୍ରହଣ କରିବାକୁ ଆସିଲେ ନାହିଁ।

କୋରୋନା ଟିକାକୁ ଗ୍ରାମବାସୀଙ୍କ ନା

ଗଜପତି: ଶତାବ୍ଦୀର ସବୁଠୁ ବଡ ମହାମାରୀ କୋରୋନା ଲଢେଇରେ ଟିକା ହେଉଛି ଏକମାତ୍ର ସୁରକ୍ଷା କବଚ। ସଚେତନତା ହିଁ ନିରାକରଣର ଚାବିକାଠି । ଏଭଳି କ୍ଷେତ୍ରରେ କାଶୀନଗର ବ୍ଲକ୍ ପାର୍ତଡା ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବା ବେଳେ ଏଠାରୁ ଟିକାକୁ ନେଇ ଆସିଛି ଚକିତ କଲା ଭଳି ଖବର। ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। 

କୋରୋନା ଟିକା ନେବାକୁ ସମ୍ପୂର୍ଣ୍ଣ ବାରଣ କରୁଛନ୍ତି ଗ୍ରାମବାସୀ। ଘଟଣା କିଛି ଏମିତି ଥିଲା ଯେ, ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କୁ କୋଭିଡର ପ୍ରଥମ  ଟିକା ଦେବାପାଇଁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାଇ ଏଠାରେ ଟିକା କେନ୍ଦ୍ର ଖୋଲା ଯାଇଥିଲା। ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ୧୦୦ଟି ଡୋଜ ନେଇ ପୂର୍ବାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। କିନ୍ତୁ ଜଣେ ବି ଟିକା ଗ୍ରହଣ କରିବାକୁ ଆସିଲେ ନାହିଁ।

Also Read: ଭ୍ୟାକ୍ସିନେସନ୍ ସାର୍ଟିଫିକେଟରେ ତ୍ରୁଟି ଥିଲେ ନିଜ ତରଫରୁ କରିପାରିବେ ସଂଶୋଧନ, ଜାଣନ୍ତୁ ପ୍ରୋସେସ୍

ସ୍ଥାନୀୟ ଆଶା କର୍ମୀଙ୍କ କହିବା ପ୍ରକାରେ ଯେତେବେଳେ ଆଶା ଓ  ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଡାକିବାକୁ ଯାଇଥିଲେ, କେହି କେହି କବାଟ କିଳି ଚାଲିଯାଇଥିଲେ ତ ଆଉ କେହି ମନା କରି ଦେଇଥିଲେ। ଆଉ କିଛି ଲୋକଙ୍କୁ ଅନୁରୋଧ କରିବାରୁ ଗାଳି ଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି। ଶେଷରେ ଦିନ ତମାମ ଅପେକ୍ଷା କରିବା ପରେ ନିରାଶ ହୋଇ ଫେରିଥିଲେ ଟିକା ପ୍ରଦାନକାରୀ ଦଳ। ଅନ୍ୟପକ୍ଷରେ ଟିକା ପ୍ରଦାନ ନିମନ୍ତେ ଆମ ପଞ୍ଚାୟତକୁ କେହି ଆସିନାହାନ୍ତି। ଯଦି ବ୍ୟବସ୍ଥା ହୁଏ ତାହା ହେଲେ ଟିକା ଗ୍ରହଣ କରିବୁ ବୋଲି ଓ୍ବାର୍ଡ ସଭ୍ୟ କହିଛନ୍ତି। 

fallback

ଦୀର୍ଘ ଦେଢ ବର୍ଷ ହେଲା କୋରୋନା (Coronavirus) ବିରୋଧରେ ଲଢେଇ କରୁଛନ୍ତି  ଦେଶବାସୀ। କୋରୋନା ବିରୋଧରେ ଲଢେଇ କରି ଅନେକଙ୍କ ଜୀବନ ଯାଇଛି ଏବେବି ଅନେକ ଜୀବନ ସହ ସଂଗ୍ରାମ କରୁଛନ୍ତି। ସଭିଏଁ ଆତ୍ମହରା ହୋଇ ପଡିଥିବା ବେଳେ କୋରୋନାକୁ ମାତ୍ ଦେବା ପାଇଁ ଏକ ମାତ୍ର ଉପାୟ ହେଉଛି ଟିକା ଆଉ ଯାହାକୁ ସଞ୍ଜିବନି ବୋଲି ମଧ୍ୟ କୁହାଯାଉଛି। ଯାହାକୁ ପାଇବା ପାଇଁ ଲୋକେ କେତେ କଣ କସରତ ମଧ୍ୟ କରୁଛନ୍ତି। କିନ୍ତୁ ଏଭଳି କିଛି ଅଞ୍ଚଳ ବା ଗାଁ ରହିଛି ଯେଉଁଠି ସରକାର ଲୋକଙ୍କ ଜୀବନ ରକ୍ଷା ନିମନ୍ତେ ଦୁଆର ନିକଟରେ ଟିକା ପହଞ୍ଚାଇବା ବ୍ୟବସ୍ଥା କରିଛନ୍ତି। 

Also Read: ବାବା ରାମଦେବ ମଧ୍ୟ ଲଗାଇବେ କୋରୋନା ଭ୍ୟାକ୍ସିନ୍, ଏଲୋପାଥି ଓ ଡାକ୍ତରଙ୍କୁ ନେଇ ଏହା କହିଲେ

ଅନ୍ୟପଟେ ଟିକା (Corona Vaccine) କୁ ନେଇ ଭ୍ରାନ୍ତ ଧାରଣା ଓ ଅପପ୍ରଚାରର ଶିକାର ହୋଇଛନ୍ତି ଲୋକେ। କହିବାକୁ ଗଲେ ସଚେତନତା ଅଭାବରୁ ଟିକାକୁ ଗ୍ରହଣ କରୁନାହାନ୍ତି ଗ୍ରାମବାସୀ । ଯାହା ସଭିଙ୍କୁ ଚକିତ କରିଛି। ପ୍ରତିକ୍ରିୟା ରଖି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡାଙ୍କ କହିବା ହେଲା ପ୍ରଶାସନ ଏସମ୍ପର୍କରେ ଅବଗତ ଅଛି। କେବଳ ଗୁମ୍ମା (Gumma) ଅଞ୍ଚଳରେ ହିଁ ଏ ସମସ୍ୟା ରହିଛି। ଏନେଇ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସମିକ୍ଷା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଏକ ବିଂଶ ଶତାବ୍ଦିରେ ବିଜ୍ଞାନ ଯୁଗରେ ଦେଶ କାହିଁ କୁଆଡେ ଗଲାଣି। ଜହ୍ନ ରାଇଜରେ ଘର କଲେଣି ମଣିଷ କିନ୍ତୁ ଏବେବି ଅନ୍ଧ ବିଶ୍ବାସର ବସବର୍ତ୍ତୀ ହୋଇ ସଚେତନତା ଅଭାବରୁ ବିଜ୍ଞାନକୁ ଗ୍ରହଣ କରୁନାହାନ୍ତି ଆଦିବାସୀ। ଫଳରେ କୋଭିଡ ଟିକା ଦାନ ପ୍ରକିୟା ଏଠି ବାଧାପ୍ରାପ୍ତ ହୋଇଛି। କେବଳ ଯେ ଏଥିପାଇଁ ଆଦିବାସୀଙ୍କୁ ଦୋଷ ଦେବା ଅନୁଚିତ୍। କାରଣ ସମୟ ସମୟରେ କୋରୋନା ଟିକାକୁ ନେଇ ରାଜନୀତି କରାଯାଉଛି। ଉଚ୍ଚଶିକ୍ଷିତ ରାଜନେତା ଏପରି କି ଶାସକ ଦଳର ମନ୍ତ୍ରୀମାନେ ମଧ୍ୟ କୋରୋନା ଚିକିତ୍ସାକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି।