ପ୍ରଧାନମନ୍ତ୍ରୀ ଶିଶୁ ଯତ୍ନ ଯୋଜନାରେ ୮ ଅନାଥ ଶିଶୁଙ୍କୁ ମିଳିଲା ଆର୍ଥିକ ସହାୟତା
Advertisement
Article Detail0/zeeodisha/odisha1202523

ପ୍ରଧାନମନ୍ତ୍ରୀ ଶିଶୁ ଯତ୍ନ ଯୋଜନାରେ ୮ ଅନାଥ ଶିଶୁଙ୍କୁ ମିଳିଲା ଆର୍ଥିକ ସହାୟତା

ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିବା ୮ଜଣ ଶିଶୁକୁ ମେ ୩୦ ତାରିଖ ସୋମବାର ସହାୟତା ପ୍ରଦାନ କରାଯାଇଛି। 

ପ୍ରଧାନମନ୍ତ୍ରୀ ଶିଶୁ ଯତ୍ନ ଯୋଜନାରେ ୮ ଅନାଥ ଶିଶୁଙ୍କୁ ମିଳିଲା ଆର୍ଥିକ ସହାୟତା

ଗଜପତି: ପ୍ରଧାନମନ୍ତ୍ରୀ ଶିଶୁ ଯତ୍ନ ଯୋଜନାରେ ଜିଲ୍ଲାର ୮ଜଣ ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କୋରୋନା କାଳରେ ଯେଉଁ ଶିଶୁ ନିଜର ପିତା କିମ୍ବା ମାତାଙ୍କୁ ଅଥବା ଉଭୟଙ୍କୁ ହରାଇଛନ୍ତି ସେଭଳି ଶିଶୁଙ୍କ ଭବିଷ୍ୟତ ସୁରକ୍ଷା ଲାଗି ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ପୂର୍ବରୁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ମାଧ୍ୟମରେ କୋରୋନା ସଙ୍କଟ ସମୟରେ ଅନାଥ ହୋଇଥିବା ଶିଶୁଙ୍କୁ ମାସିକ ୨୫୦୦ ଏବଂ ଯେଉଁ ଶିଶୁ ସରକାରଙ୍କ ଶିଶୁ ଯତ୍ନ କେନ୍ଦ୍ରରେ ରହୁଛନ୍ତି ତାଙ୍କୁ ମାସିକ ୧୦୦୦ ଟଙ୍କା ପ୍ରଦାନ କରାଯାଉଛି। 

ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିବା ୮ଜଣ ଶିଶୁକୁ ମେ ୩୦ ତାରିଖ ସୋମବାର ସହାୟତା ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ ୫୬ ଲକ୍ଷ ୧୬ ହଜାର ୫୭୦ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବାର ବ୍ୟବସ୍ଥା କରାଯାଇଛି। ୨୩ ବର୍ଷ ପୂର୍ଣ୍ଣ ହେଲେ ଉକ୍ତ ଜମାରାଶି ବ୍ୟବହାର କରିପାରିବେ ଛାତ୍ରଛାତ୍ରୀ। ଏହା ବ୍ୟତୀତ ମିଶନ ବାତ୍ସଲ୍ୟ ଯୋଜନାରେ ମାସିକ ୨ ହଜାର ଟଙ୍କା ଏବଂ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ଯୋଜନାରେ ବାର୍ଷିକ ୨୦ ହଜାର ଟଙ୍କାର ସହାୟତା ଦିଆଯାଉଛି। 

ଏଭଳି ଶିଶୁଙ୍କ ଶିକ୍ଷା ସ୍ବାସ୍ଥ୍ୟର ଯତ୍ନ ସହ ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀ ଉପସ୍ଥିତ ରହି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।