ଦେଶରେ ଜିହାଦି ଗତିବିଧି ଉପରେ ରୋକ ଲଗାଇବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି
Advertisement
Article Detail0/zeeodisha/odisha1222354

ଦେଶରେ ଜିହାଦି ଗତିବିଧି ଉପରେ ରୋକ ଲଗାଇବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି

ବିଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସମାବେଶ ଉପରେ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଦେଶରେ ଜିହାଦି ଗତିବିଧି ଉପରେ ରୋକ ଲଗାଇବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି

ଗଜପତି: ଦେଶରେ ଜିହାଦି ଗତିବିଧି ଉପରେ ରୋକ ଲଗାଇବା ଏବଂ ବିଭିନ୍ନ ସ୍ଥାନରେ ଜିହାଦୀଙ୍କ ଦ୍ବାରା ହିନ୍ଦୁଙ୍କୁ ଆକ୍ରମଣ କରିବା ଘଟଣାର ପ୍ରତିବାଦରେ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ହୋଇଛି ଶୋଭାଯାତ୍ରା। ବିଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସମାବେଶ ଉପରେ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଜିହାଦୀଙ୍କ ପକ୍ଷରୁ ଏଭଳି ଆକ୍ରମଣ ହେଉଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସହ ଏହାକୁ ପ୍ରୋତ୍ସାହନ ଦେଉଥିବା ମୁସଲିମ ସଙ୍ଗଠନ ତଥା ମୁସଲିମ ନେତାଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି। ଏନେଇ ବଜରଙ୍ଗ ଦଳ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହର ପରିକ୍ରମା କରିବା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।