Jagatsinghpur News: ପୁଣି ଯୌତୁକ ଜୁଇରେ ଆଉ ଜଣେ ବଧୂ, ୪୦ ଘଣ୍ଟା ହେବ ପଡ଼ି ରହିଛି ମୃତଦେହ
Advertisement

Jagatsinghpur News: ପୁଣି ଯୌତୁକ ଜୁଇରେ ଆଉ ଜଣେ ବଧୂ, ୪୦ ଘଣ୍ଟା ହେବ ପଡ଼ି ରହିଛି ମୃତଦେହ

Jagatsinghpur News: ପୁଣି ଯୌତୁକ ଜୁଇରେ ଶୋଇଲା ଆଉ ଜଣେ ବଧୂ(Woman killed For Dowry) । ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆସିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର (Jagatsinghpur)ଜିଲ୍ଲା ନାଉଗାଁ ବ୍ଲକ୍ ତେଲସରା ଗାଁରେ। ମୃତ ମହିଳା ଜଣକ ହେଲେ ରଞ୍ଜିତ ଜେନାଙ୍କ ପତ୍ନୀ ମାମାଲି ପରିଜା (ଟିକିନା)। ମାମାଲି ଫ୍ୟାନରେ ରଶି ଲଗାଇ ଛୁଲି ପଡିଥିବା ଦେଖିବାକୁ ଅଭିଯୋଗ ହୋଇଛି ।

Jagatsinghpur News: ପୁଣି ଯୌତୁକ ଜୁଇରେ ଆଉ ଜଣେ ବଧୂ, ୪୦ ଘଣ୍ଟା ହେବ ପଡ଼ି ରହିଛି ମୃତଦେହ

 (ଜଗତସିଂହପୁର,ନାରାୟଣ ବେହେରା)Jagatsinghpur News: ପୁଣି ଯୌତୁକ ଜୁଇରେ ଶୋଇଲା ଆଉ ଜଣେ ବଧୂ(Woman killed For Dowry) । ଯୌତୁକ ପାଇଁ  ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆସିଛି।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର (Jagatsinghpur)ଜିଲ୍ଲା ନାଉଗାଁ ବ୍ଲକ୍ ତେଲସରା  ଗାଁରେ।  ମୃତ ମହିଳା ଜଣକ ହେଲେ ରଞ୍ଜିତ ଜେନାଙ୍କ ପତ୍ନୀ ମାମାଲି ପରିଜା (ଟିକିନା)। ମାମାଲି ଫ୍ୟାନରେ ରଶି ଲଗାଇ ଛୁଲି ପଡିଥିବା ଦେଖିବାକୁ ଅଭିଯୋଗ ହୋଇଛି । କିନ୍ତୁ ସେପଟେ,ବାପଘର ଲୋକେ ଅଭିଯୋଗ କରିଛନ୍ତି ମାମାଲିଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି । 

ସୂଚନା ଅନୁସାରେ,ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ତେଲସରା  ଗାଁର ରଞ୍ଜିତ ଜେନାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ମାମାଲି ପରିଜା। କିନ୍ତୁ ବିବାହ ପରଠାରୁ ମାମାଲିଙ୍କୁ ଶାଶୁଘରେ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା। ଏସବୁ କଥା ଫୋନ୍ ଯୋଗେ ନିଜ ବାପଘର ଲୋକଙ୍କୁ ଜଣାଉଥିଲେ ମାମାଲି । ଏନେଇ ଆପୋଷ ବୁଝାବଣା ମଧ୍ୟରେ ଅନେକ ଥର ସମାଧାନ ମଧ୍ୟ ହୋଇଛି । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଯୌତୁକ ପାଇଁ ମାମାଲିଙ୍କ ଶାଶୁଘରେ ବହୁତ ଝଗଡା ହୋଇଥିଲା।  ସେହି ସମୟରେ,ଶାଶୁଘର ଲୋକେ ତାଙ୍କୁ  ମାଡ ମାରି ହତ୍ୟା କରିଥିବା  ଫ୍ୟାନରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ।  

Also Read : Parineeti Chopra: ପରିଣୀତି ଚୋପ୍ରା‌ଙ୍କ ପ୍ରେମରେ ଉବୁଟୁବୁ ଆପ୍ ସାଂସଦ! ଫଟୋ ଭାଇରାଲ୍

Also Read : South Film Industry: ଫଟୋରେ ଖବର, ସାଉଥ ଇଣ୍ଡଷ୍ଟ୍ରିରେ ଚାଲିଛି ଏହି ୬ ବାପ-ପୁଅଙ୍କ ରାଜ୍

ତେବେ, ମାମାଲିଙ୍କୁ ହତ୍ୟା କରାଯାଇଥିବା ନେଇ ବାପଘର ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି ।  ଏ-ହି ଘଟଣାକୁ ନେଇ ଶାଶୁଘର ଆଗରେ ବାପ ଘର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ କରାଯାଇଛି।  ମାମାଲିଙ୍କ ମୃତଦେହ ସେହି ଘରେ ପଡି ରହିଥିଲେ ମଧ୍ୟ  ଏ-ପର୍ଯ୍ୟନ୍ତ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ନାହିଁ । ସେପଟେ ମୃତଦେହ ପଡ଼ି ରହିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ ବୋଲି ଏସଡିପିଓ ରମେଶ ଚନ୍ଦ୍ର ସିଂ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ନାଉଗାଁ ପୋଲିସ ତରଫରୁ ଫୋର୍ସ ମୁତୟନ ହୋଇଥିବା ବେଳେ ନ୍ୟାୟ ପାଇବା ପାଇଁ ମାମାଲି ପରିବାରର ଲୋକେ ଚାହିଁ ବସିଛନ୍ତି ।

ନିକଟରେ ଏ-ଭଳି ଏକ ଘଟଣା ଯାଜପୁରରେ ମଧ୍ୟ ଦେଖିବାକୁ ମିଳିଛି । ଯୌତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ କରାଯାଇଥିବା ଅଭିଯୋଗ ହୋଇଛି । ଯାଜପୁର ସଦର ଥାନା ଏରବାଙ୍କ ଗାଁ ରୁ ଆସିଛି ଏଭଳି ଅଭିଯୋଗ । ଗାଁର ମନୋଜ ନାୟକଙ୍କ ପତ୍ନୀ ମିନତୀଙ୍କ ଝୁଲନ୍ତା ଶବ ନିଜ ଶାଶୁ ଘରୁ ଉଦ୍ଧାର ହୋଇଛି । ତାଙ୍କୁ ଯୌତୁକ ପାଇଁ ପୂର୍ବରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ସେଥିପାଇଁ ଶାଶୁ ଘର ଲୋକେ ମିନତୀକୁ ହତ୍ୟା କରି ଦେଇଛନ୍ତି ବୋଲି ବାପ ଘର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଚୋରମୁହାଁ ଗ୍ରାମର ଜ୍ଞାନେନ୍ଦ୍ର ଦାସଙ୍କ ଭଉଣୀ ମିନତୀ ୩ ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଏକାଧିକ ବାର ଥାନା ମାଧ୍ୟମରେ ଆପୋଶ ମିଳାମିଶା ମଧ୍ୟ ହୋଇଥିଲା । ତେବେ ଏ-ନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ ।