ଗଜପତିଙ୍କ ପ୍ରତି ଅସମ୍ମାନଜନକ ଲେଖାକୁ ନେଇ ଲେଖକଙ୍କ ବିରୋଧରେ ଥାନାରେ ଅଭିଯୋଗ
Advertisement
Article Detail0/zeeodisha/odisha934104

ଗଜପତିଙ୍କ ପ୍ରତି ଅସମ୍ମାନଜନକ ଲେଖାକୁ ନେଇ ଲେଖକଙ୍କ ବିରୋଧରେ ଥାନାରେ ଅଭିଯୋଗ

ପାରଳା ମହାରାଜାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରି ତାଙ୍କ ବାବଦରେ ବିବାଦୀୟ କଥା ଲେଖିବାକୁ ନେଇ ପାରଳାଖେମୁଣ୍ଡି ଥାନାରେ କରାଯାଇଛି ଲିଖିତ ଅଭିଯୋଗ।

ଗଜପତିଙ୍କ ପ୍ରତି ଅସମ୍ମାନଜନକ ଲେଖାକୁ ନେଇ ଲେଖକଙ୍କ ବିରୋଧରେ ଥାନାରେ ଅଭିଯୋଗ

ଗଜପତି: ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଅସମ୍ମାନ ଲେଖା ପ୍ରକାଶନ କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ପାରଳା ଥାନାରେ କରାଯାଇଛି ଅଭିଯୋଗ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ପ୍ରତି ଅସମ୍ମାନଜନକ ଲେଖା “ଜୟପୁର ରାଜବଂଶାଳୀ” ପୁସ୍ତକର ୩୩୨ ପୃଷ୍ଠାରେ ପ୍ରକାଶ ପାଇଛି। 

ସମଗ୍ର ଓଡିଶାର ଗର୍ବ ଗୌରବ ତଥା ମହାପୁରୁଷ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ନେଇ ଏଭଳି ଅସମ୍ମାନ ପ୍ରଦର୍ଶନ କରି ଲେଖା ପ୍ରକାଶ ପାଇଥିବାରୁ  ଏହା ବିରୁଦ୍ଧରେ ପାରଳାଖେମୁଣ୍ଡି ଉତ୍କଳ ହିତୈଷଣୀ ସମାଜ ପକ୍ଷରୁ ଏହାର ଦୃଢ ପ୍ରତିବାଦ କରାଯିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। 

କୋରାପୁଟ ଜିଲ୍ଲା ଜୟପୁର ସହର ନିବାସୀ କୃଷ୍ଣଚନ୍ଦ୍ର ମିଶ୍ର ଓ ସୁବାଷ ଚନ୍ଦ୍ର ମିଶ୍ର ନାମକ ଦୁଇ ଜଣ ବ୍ୟକ୍ତି “ଜୟପୁର ରାଜବଂଶାଳୀ” ନାମକ ଏକ ପୁସ୍ତକର ୩୩୨ ପୃଷ୍ଠାରେ ପାରଳା ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ଅସମ୍ମାନଜନକ ଭାବରେ “କୃଷ୍ଣଚନ୍ଦ୍ର ଗଜପତି ବ୍ରିଟିଶ ସରକାରଙ୍କ ଚାଟୁକାରକ ଥିଲେ, କୃଷ୍ଣଚନ୍ଦ୍ର ଗଜପତିଙ୍କ କୁଚକ୍ରାନ୍ତ ଯୋଗୁଁ ୧୯୩୬ ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭାଷୀ ଅଞ୍ଚଳର ଅଧା ଅଂଶ ସେତେବେଳର ମାଡ୍ରାସ ପ୍ରେସିଡେନ୍ସି ଅଧିନସ୍ଥ ଆନ୍ଧ୍ର ଅଞ୍ଚଳରେ ମିଶାଇ ଦେଇ ଓଡିଆଙ୍କୁ ଦୁଇ ଭାଗ କରି ସୀମାରେଖା ଟାଣିଛନ୍ତି। ଓଡିଶାର ଅଧେ ଆନ୍ଧ୍ରରେ ସାମିଲ କରି ନିଜର ସ୍ୱାର୍ଥ ସାଧନ କରିଛନ୍ତି। ଏହି ମହାରାଜା ପୂଜ୍ୟପୂଜାର ଅଧିକାରୀ ଅଟନ୍ତି କି?” ଏପରି କିଛି  ଉଲ୍ଲେଖ କରାଯାଇଥିବା ଅଭିଯୋଗ ଆଣିଛି ଉତ୍କଳ ହିତୈଷଣୀ ସମାଜ। 

fallback

ଏପରି ଅବାଞ୍ଛିତ ଓ ଅସମ୍ମାନଜନକ ମନ୍ତବ୍ୟ ଦ୍ୱାରା ସର୍ବସାଧାରଣରେ ସେହି ଦିବଙ୍ଗତ ମହାପୁରୁଷଙ୍କ ପ୍ରତିଷ୍ଠା, ମର୍ଯ୍ୟାଦା କ୍ଷତିଗ୍ରସ୍ତ ହେବା ସହ ଆମ ଅନୁଷ୍ଠାନ ଏବଂ ରାଜ୍ୟର ଅଗଣିତ ଜନସାଧାରଣଙ୍କ ମାନସରେ ଏହା ଅସହ୍ୟ ଯନ୍ତ୍ରଣାଜାତ କରିବା ସହ ଓଡିଶାବାସୀଙ୍କୁ ଲାଞ୍ଛିତ କରୁଛି। ଏନେଇ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉଭୟଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ପୁସ୍ତକର ବିକ୍ରୟ ଓ ବଣ୍ଟନକୁ ତୁରନ୍ତ ବନ୍ଦ କରାଯାଉ। ଏହି ଅଭିଯୋଗ ପତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବୟ ଗଜପତି ଜିଲ୍ଲାପାଳଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ପ୍ରେରଣ କରାଯାଇଛି।