ନଳକୂପ ଖନନକୁ ନେଇ ମୁହାଁମୁହିଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ
Advertisement
Article Detail0/zeeodisha/odisha915024

ନଳକୂପ ଖନନକୁ ନେଇ ମୁହାଁମୁହିଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ

ରାସ୍ତା ଘାଟ, ପାଣି ଆଉ ପ୍ରାକୃତିକ ସମ୍ପଦକୁ ନେଇ ବିଭିନ୍ନ ପକ୍ଷ ମଧ୍ୟରେ ବିବାଦ ସୃଷ୍ଟିହୋଇଛି। 

ନଳକୂପ ଖନନକୁ ନେଇ ମୁହାଁମୁହିଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ

ଗଜପତି: ପୁଣି ସୀମାକୁ ନେଇ ବିବାଦ। ମୁହାଁମୁହିଁ ହୋଇଛନ୍ତି ଉଭୟ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ। ଯାହାକୁ ନେଇ ଲାଗି ରହିଛି ଉତ୍ତେଜନା। ଉନ୍ନୟନ କାର୍ଯ୍ୟରେ ବାଧକ ସାଜୁଛି ଆନ୍ଧ୍ର। ଗଜପତି ଜିଲ୍ଲାର ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ ଘଟିଛି ଏପରି ଘଟଣା। 

ରାସ୍ତା ଘାଟ, ପାଣି ଆଉ ପ୍ରାକୃତିକ ସମ୍ପଦକୁ (Natural Resources) ନେଇ ବିବାଦ ଲାଗିରହିଥିବା ବେଳେ ଓଡ଼ିଶା ଜମିରେ (Odisha Land) ପ୍ରଶାସନ ପକ୍ଷରୁ ପାନୀୟଜଳ ସମସ୍ୟାର (Drinking Water Crisis) ସମାଧାନ କରିବା ପାଇଁ ନଳକୂପ ଖନନ କାର୍ଯ୍ୟକୁ ନେଇ ଦେଖାଦେଇଛି ବିବାଦ। ଗଜପତି (Gajapati) ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ନୁଆ ବାରଘର ନିକଟରେ ନଳକୂପ (Tube Well) ଖୋଳା ଯାଉଥିବା ବେଳେ ତାକୁ ପ୍ରତିବାଦ କରିବାରୁ ମୁହାଁମୁହିଁ ହୋଇଥିଲେ ଉଭୟ ଆନ୍ଧ୍ର-ଓଡ଼ିଶା ସୀମାନ୍ତ (Odisha-Andhra Border) ଗ୍ରାମବାସୀ।  

Also Read: ଗୋଳମାଳିଆ ଗୁଗୁଲ; ଓଡ଼ିଶା ଜମିକୁ ହାଇଜ୍ୟାକ୍ କରି ନେଲା ଆନ୍ଧ୍ର

ପରେ ପ୍ରଶାସନ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ସହ ଉଭୟ ପ୍ରଶାସନର ଉପସ୍ଥିତରେ ଏହି ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଛି। ହେଲେ ଆନ୍ଧ୍ର ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଉପସ୍ଥିତ ନହେବାରୁ ପୋଲିସ ଉପସ୍ଥିତିରେ ନଳକୂପ ଖନନ କାର୍ଯ୍ୟ ଜାରି ରହିଛି। ହେଲେ ଏବେ ମଧ୍ୟ ବିରୋଧ ଜାରି ରଖିଛନ୍ତି ଆନ୍ଧ୍ର କଣ୍ଡମେରା ଗ୍ରାମବାସୀ। କେତେବେଳେ ମଧ୍ୟ ଅପ୍ରୀତିକର ପରିସ୍ଥିତି ଉପୁଜିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।