ଖଣ୍ଡୁଆଲ ମାଳି ସୁରକ୍ଷାକୁ ନେଇ ବସିଲା ଆଦିବାସି ସଭା
Advertisement
Article Detail0/zeeodisha/odisha1177181

ଖଣ୍ଡୁଆଲ ମାଳି ସୁରକ୍ଷାକୁ ନେଇ ବସିଲା ଆଦିବାସି ସଭା

ନିୟମଗିରି ସୁରକ୍ଷା ଆନ୍ଦୋଳନ ପରେ ଏବେ ମୁଣ୍ଡ ଟେକିଛି ଖଣ୍ଡୁଆଲ ମାଳି ସୁରକ୍ଷା ପାଇଁ ଆନ୍ଦୋଳନ। 

ଖଣ୍ଡୁଆଲ ମାଳି ସୁରକ୍ଷାକୁ ନେଇ ବସିଲା ଆଦିବାସି ସଭା

କଳାହାଣ୍ଡି: ଜଳ ଜମି ଜଙ୍ଗଲ, ପରିବେଶ ଭଳି ପ୍ରାକୃତିକ ସମ୍ପଦ ପାଇଁ ପରିଚିତ କଳାହାଣ୍ଡି ଜିଲ୍ଲା। ମାତ୍ର ଜିଲ୍ଲାରେ ଥିବା  ଖଣିଜ ସମ୍ପଦ ଉପରେ ପଡିଛି ଏବେ ବଡ଼ ବଡ଼ କମ୍ପାନୀ ନଜର। ନିୟମଗିରି ସୁରକ୍ଷା ଆନ୍ଦୋଳନ ପରେ ଏବେ ମୁଣ୍ଡ ଟେକିଛି ଖଣ୍ଡୁଆଲ ମାଳି ସୁରକ୍ଷା ପାଇଁ ଆନ୍ଦୋଳନ। ଶନିବାର ଏନେଇ ଖଣ୍ଡୁଆଲ ମାଳି ଗସ୍ତ କରିଛନ୍ତି ପରିବେଶବିତ ଡା.ପ୍ରଫୁଲ୍ଲ ସାମନ୍ତରାୟ। ସେ ଖଣ୍ଡୁଆଲ ମାଳି ଯାଇ ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆଗାମୀ ଦିନରେ ଖଣ୍ଡୁଆଲ ମାଳି ସୁରକ୍ଷାକୁ ନେଇ ଆଲୋଚନା କରାଯାଇଥିଲା। 

ଏହି ବୈଠକରେ ୫୦ ଖଣ୍ଡ ଗ୍ରାମର ଲୋକଙ୍କ ସହ ପଡୋଶୀ ରାୟଗଡ ଜିଲ୍ଲାର ଆଦିବାସୀ ମଧ୍ୟ ସାମିଲ ହୋଇଥିଲେ। ଏହାସହ ଆଗାମୀ ଦିନରେ ଖଣ୍ଡୁଆଲ ମାଳି ସୁରକ୍ଷା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ପରିବେଶବିତ ମେଧା ପାଟକର ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହାସହ ଆସନ୍ତା କାଲି ଭବାନୀପାଟଣା ଠାରେ ସାମ୍ବାଦିକ ସମ୍ମିଳନୀ କରିବ ଖଣ୍ଡୁଆଲ ମାଳି ସୁରକ୍ଷା ସମିତି।