Sujata karthikeyan: ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା। ସୁଜାତାଙ୍କୁ ପିଛିଲା ଭାବେ ମେ’ ୩୧ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ୧୮୦ ଦିନର ଛୁଟି (ସନ୍ତାନର ଯତ୍ନ ପାଇଁ) ଅନୁମତି ଦିଆଯାଇଥିଲା। ଏହି ଛୁଟି ଅବଧି ମଧ୍ୟରେ ସୁଜାତାଙ୍କୁ ସମ୍ପୂର୍ଣ୍ଣ ଦରମା ମଧ୍ୟ ମିଳୁଥିଲା। ସର୍ବ ଭାରତୀୟ ସେବା ରୁଲସ-୧୯୫୫ର ରୁଲ-୧୮(ଘ)ରେ ଥିବା ପ୍ରାବଧାନ ଆଧାରରେ ସେ ତାଙ୍କ ଝିଅର ଦଶମ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଛୁଟି ଆବେଦନ କରିଥିଲେ। ଯାହାକୁ ତତକାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁମୋଦନ କରିଥିଲେ।
Trending Photos
ଭୁବନେଶ୍ଵର: ଆଜିଠାରୁ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ ସୁଜାତା। ଛୁଟି ଆଉ ୬ମାସ ବଢ଼ାଇବାକୁ ଆବେଦନ କରିଥିଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ହେଲେ ଛୁଟିକୁ ବଢ଼ାଇଲେ ନାହିଁ ନି ସରକାର। ତେଣୁ କାର୍ଯ୍ୟରେ ଆଜିଠୁ ଯୋଗ ଦେଇଛନ୍ତି ସୁଜାତା କାର୍ତ୍ତିକେୟନ।
ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ ମାସ ଛୁଟିରେ ପଳାଇଥିଲେ ସୁଜାତା। ପୁଣିଥରେ ନିଜର ଛୁଟିକୁ ଆଉ ୬ ମାସ ବୃଦ୍ଧି ପାଇଁ ଆବେଦନ କରିଥିଲେ। ହେଲେ ରାଜ୍ୟ ସରକାର ସୁଜାତା କରିଥିବା ଆବେଦନକୁ ଖାରଜ କରିଥିଲେ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଥିବା ଅବଗତ କରିଥିଲେ। ହେଲେ ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି, ଏନେଇ ତାଙ୍କୁ ଅବଗତ କରାଯାଇଛି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ୨୦୦୦ ବ୍ୟାଚ୍ ସୁଜାତାଙ୍କୁ ଚିଠି ଲେଖି ଜଣାଇଥିଲେ। ତାଙ୍କୁ ଅଧିକ ଛୁଟି ଦେବା ପାଇଁ ସରକାର ରାଜି ନଥିବା ନେଇ ସୁଜାତାଙ୍କୁ ଲିଖିତ ଭାବେ ସ୍ପଷ୍ଟ କରିଥିଲେ। ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ସାଧାରଣ ନିର୍ବାଚନ ବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଯାଇଥିଲା। ଏହାପରେ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା। ସୁଜାତାଙ୍କୁ ପିଛିଲା ଭାବେ ମେ’ ୩୧ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ୧୮୦ ଦିନର ଛୁଟି (ସନ୍ତାନର ଯତ୍ନ ପାଇଁ) ଅନୁମତି ଦିଆଯାଇଥିଲା। ଏହି ଛୁଟି ଅବଧି ମଧ୍ୟରେ ସୁଜାତାଙ୍କୁ ସମ୍ପୂର୍ଣ୍ଣ ଦରମା ମଧ୍ୟ ମିଳୁଥିଲା। ସର୍ବ ଭାରତୀୟ ସେବା ରୁଲସ-୧୯୫୫ର ରୁଲ-୧୮(ଘ)ରେ ଥିବା ପ୍ରାବଧାନ ଆଧାରରେ ସେ ତାଙ୍କ ଝିଅର ଦଶମ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଛୁଟି ଆବେଦନ କରିଥିଲେ। ଯାହାକୁ ତତକାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁମୋଦନ କରିଥିଲେ।