Jagatsinghpur News: ଗାଧୋଇବାକୁ ଆସି ଦେବୀନଦୀ ଘାଟରେ ବୁଡ଼ିଗଲେ ତିନିଛାତ୍ର
Advertisement

Jagatsinghpur News: ଗାଧୋଇବାକୁ ଆସି ଦେବୀନଦୀ ଘାଟରେ ବୁଡ଼ିଗଲେ ତିନିଛାତ୍ର

Jagatsinghpur News: ନଦୀଘାଟରେ ଛକି ବସିଥିଲା ମୃତ୍ୟୁ । ନେଇଗଲା ତିନି ନୀରିହ ଜୀବନ । କେହିକିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଜଗତସିଂହପୁର (Jagatsinghpur) ଜିଲ୍ଲା ବାଲିକୁଦା ବ୍ଲକ୍ ମାଛଗାଁ ଦେବୀ ନଦୀ ଘାଟରେ ବୁଡିଗଲେ(drown) ତିନି ଛାତ୍ର । ପୋଲିସ୍ ଓ ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରାଯାଉଛି । ତେବେ, କିଭଳି ସ୍ଥିତିରେ ଏ-ହି ଅଘଟଣ ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି ।

Jagatsinghpur News: ଗାଧୋଇବାକୁ ଆସି ଦେବୀନଦୀ ଘାଟରେ ବୁଡ଼ିଗଲେ ତିନିଛାତ୍ର

(ଜଗତସିଂହପୁର , ନାରାୟଣ ବେହେରା )Jagatsinghpur News: ନଦୀଘାଟରେ ଛକି ବସିଥିଲା ମୃତ୍ୟୁ । ନେଇଗଲା ତିନି ନୀରିହ ଜୀବନ । କେହିକିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଜଗତସିଂହପୁର (Jagatsinghpur) ଜିଲ୍ଲା ବାଲିକୁଦା ବ୍ଲକ୍ ମାଛଗାଁ ଦେବୀ ନଦୀ ଘାଟରେ ବୁଡିଗଲେ(drown) ତିନି ଛାତ୍ର । ପୋଲିସ୍ ଓ ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରାଯାଉଛି । ତେବେ, କିଭଳି ସ୍ଥିତିରେ ଏ-ହି ଅଘଟଣ ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି ।
 
ସୂଚନା ଅନୁସାରେ, ଆଜି ସକାଳେ ଜଗତସିଂହପୁର(Jagatsinghpur) ଆମ୍ବଶାଳ ଅଞ୍ଚଳର ଚାରି ଜଣ ସାଙ୍ଗ ମାଛଗାଁ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଆସିଥିଲେ। ଚାରିଜଣ ସାଙ୍ଗ ମିଶି ଗୋଧୋଉଥିବା ବେଳେ  ହଠାତ୍ ତିନିଜଣ ସାଙ୍ଗ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ଅନ୍ୟଜଣେ ସାଙ୍ଗ କୌଣସି ଉପାୟ ନ ପାଇଁ କୂଅକୁ ଆସି ସ୍ଥାନୀୟ ଲୋକଙ୍କୁ ସେମାନଙ୍କୁ ବଞ୍ଚାଇବା ପାଇଁ ଡାକ ପକାଇଥିଲା । ହେଲେ ସେଠାରେ ସ୍ଥାନୀୟ ଲୋକେ ପହଞ୍ଚିବା ପୂର୍ବରୁ ସବୁ କିଛି ଶେଷ ହୋଇଯାଇଥିଲା। ତିନି ଜଣ ଛାତ୍ର ସେତେବେଳକୁ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି ।  ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜ ଯୁବକ ମାନଙ୍କୁ ଖୋଜାଖୋଜି କରାଯାଉଥିବା ବେଳେ ପାଣିରୁ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଆମ୍ବଶାଳ ଗାଁର କ୍ଷୀର ବାରିକଙ୍କ ପୁଅ ବବୁଲ ବାରିକ । ତାଙ୍କୁ ତୁରନ୍ତ ବାଲିକୁଦା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ଏବେ ବି ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି ଓ ସେମାନଙ୍କୁ ଖୋଜାଖୋଜି ଜାରି ରହିଛି । 

ଏହାବି ପଢନ୍ତୁ : Ravi Kishan: ସଂଘର୍ଷ ସମୟରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏହି ଅଭିନେତା, ଏବେ ସେ ସକ୍ରିୟ ରାଜନେତା

ଏହାବି ପଢନ୍ତୁ : Weather Update: ଆଜି ରାଜ୍ୟରେ ଘଡ଼ଘଡି଼ ସହ ବର୍ଷା ସମ୍ଭାବନା ,୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ନିକଟରେ ଜଗତପୁରରେ ମଧ୍ୟ ଏଭଳି ଏକ ଅଘଟଣ ଘଟିଛି । କଟର ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଗଣପତି ପଲିଟେକ୍ନିକ ଶିକ୍ଷାନୁଷ୍ଠାନ ପାର୍ଶ୍ଵ ଦିଗିସାହିସ୍ଥିତ ମହାନଦୀରେ ଗାଧୋଇବା ସମୟରେ ବୁଡ଼ିଯାଇ ଶୁକ୍ରବାର ଜଣେ କଲେଜ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଆସିତ ମହାନ୍ତି (୨୦)। ସୂଚନା ଅନୁସାରେ ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମପଞ୍ଚାୟତ ଦିଗିସାହିର ଆସିତ ମହାନ୍ତି ସାଙ୍ଗମାନଙ୍କ ସହିତ ଗଣପତି ପଲିଟେକ୍ନିକ ଶିକ୍ଷାନୁଷ୍ଠାନ ପାର୍ଶ୍ଵ ଦିଗିସାହିସ୍ଥିତ ମହାନଦୀରେ ଗାଧୋଇବାକୁ ଯାଇଥିଲେ। ଦିନ ୧୦ଟାରେ ସେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ନିଖୋଜ ହୋଇଥିଲେ। ଜଗତପୁର ଥାନା ପୋଲିସ ସହଯୋଗରେ ଚାଉଳିଆଗଞ୍ଜ ଦମକଳ ବାହିନୀ ସନ୍ଧ୍ୟା ପ୍ରାୟ ୫.୩୦ରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଖୋଜ ଆସିତଙ୍କ ମୃତଦେହକୁ  ଉଦ୍ଧାର କରିଛି। ମୃତହେଦକୁ ପୋଲିସ ଏସ୍‌ସିବି ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।