ଗଜପତି: ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ ଭ୍ୟାନ, ୨୧ ଆହତ
Advertisement
Article Detail0/zeeodisha/odisha1166447

ଗଜପତି: ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ ଭ୍ୟାନ, ୨୧ ଆହତ

ବାରମ୍ବାର ମାର୍ଲବା ଘାଟିରେ ଏଭଳି ଦୁର୍ଘଟଣା ଘଟୁଛି । ବେପରୁଆ ଗାଡ଼ି ଚାଳନା ସାଙ୍ଗକୁ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି । ସମାନ ଭାବରେ ମାର୍ଲବା ଘାଟିରେ ବୁଲାଣି ନିକଟରେ ହିଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଦୁର୍ଘଟଣା କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ସଡକ ସୁରକ୍ଷା କମିଟିର ଅନୁଧ୍ୟାନ ପରେ ରାସ୍ତାରେ ରହିଥିବା ତୃଟିକୁ ସୁଧାରିବା ପାଇଁ ଜାତୀୟ ରାଜପଥ ବିଭାଗ ମଧ୍ୟ ମରାମତି କରିଛି ।

ଗଜପତି: ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ ଭ୍ୟାନ, ୨୧ ଆହତ

ଗଜପତି: Gajapati: ରାୟଗଡ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଓଲଟିଲା ପିକ୍ଅପ ଭ୍ୟାନ । ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ରାୟଗଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଏହି ଦୁର୍ଘଟଣା ସିନ୍ଦିବାରୁ କୁମୁଳିସିଂ ଗ୍ରାମକୁ ବାହାଘରରେ ଯୋଗଦେବା ପାଇଁ ଯାଉଥିବା ବେଳେ ଘଟିଛି ।

ବାରମ୍ବାର ମାର୍ଲବା ଘାଟିରେ ଏଭଳି ଦୁର୍ଘଟଣା ଘଟୁଛି । ବେପରୁଆ ଗାଡ଼ି ଚାଳନା ସାଙ୍ଗକୁ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି । ସମାନ ଭାବରେ ମାର୍ଲବା ଘାଟିରେ ବୁଲାଣି ନିକଟରେ ହିଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଦୁର୍ଘଟଣା କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ସଡକ ସୁରକ୍ଷା କମିଟିର ଅନୁଧ୍ୟାନ ପରେ ରାସ୍ତାରେ ରହିଥିବା ତୃଟିକୁ ସୁଧାରିବା ପାଇଁ ଜାତୀୟ ରାଜପଥ ବିଭାଗ ମଧ୍ୟ ମରାମତି କରିଛି । ତଥାପି ପ୍ରତି ମାସରେ ୫ ରୁ ଅଧିକ ଦୁର୍ଘଟଣା ଘଟୁଥିବା ସୂଚନା ରହିଛି । 

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ ଅଭିଯୋଗରେ ୱେବ୍ ମିଡିଆ ପ୍ରତିନିଧି ଗିରଫ

ଏହା ବି ପଢ଼ନ୍ତୁ:-ଭାରତକୁ ଉପଦେଶ ଦେବାକୁ ନେଇ ଆମେରିକା ଓ ୟୁରୋପକୁ କଡ଼ା ଜବାବ ଦେଲେ ବୈଦେଶିକ ମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ପଦକ୍ଷେପରୁ ନାଟୋ ଦେଶର ଉଡ଼ିଲା ହୋଶ୍!

ଅନ୍ୟପକ୍ଷେ, ସଚେତନ ଅଭାବରୁ ହେଉ ଅବା କାର୍ଯ୍ୟାନୁଷ୍ଠାନ ନହେବାରୁ ମାଲବାହୀ ଗାଡିରେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀ ଯାତାୟତ କରୁଛନ୍ତି । ଯାହାକି ଦୁର୍ଘଟଣା ଘଟିବାର ଅନ୍ୟ ଏକ କାରଣ । ସର୍ବଦା ଆଦିବାସୀ ମାନେ ବାହାଘର ଭୋଜି ହେଉ ଅବା ଅନ୍ୟ କୌଣସି ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଟ୍ରାକ୍ଟର କିମ୍ବା ପିକ୍ଅପ ଭ୍ୟାନ ଭଳି ମାଲ ବୋଝେଇ ଗାଡ଼ିରେ ଯାତାୟତ କରିଥାନ୍ତି । ଫଳରେ ସାଧାରଣ ଦୁର୍ଘଟଣା ହେବା ଅନେକ ମୃତାହତ ହେବାର ନଜର ରହିଛି । 

 ଯାତ୍ରୀବାହି ଗାଡିରେ ଯାତାୟତ ସମୟରେ ଦୁର୍ଘଟଣା ଘଟେ ଯାହାର ସଂଖ୍ୟା ଢେର କମ୍ । ଯେତେବେଳେ ବି ଦୁର୍ଘଟଣା ଘଟେ ତା ପରବର୍ତ୍ତୀ ସମୟରେ ମାମଲା ରୁଜୁ କରି ପୋଲିସ ଓ ପରିବହନ ବିଭାଗ ତଦନ୍ତ କରେ କିନ୍ତୁ ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।